ସୋର୍ଲୁକୋଣ୍ଡା ବ୍ୟାରେଜର ୨ ମୁଖ୍ୟ ଫାଟକ ଅଚଳ

ବାଲିମେଳା,୨୮ା୭(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ରହିଛି ପୋଟେରୁ ଜଳ ସେଚନ ପ୍ରକଳ୍ପର କାର୍ଯ୍ୟାଳୟ। ଜିଲାର ଚାଷୀଙ୍କୁ ପୋଟେରୁ ଜଳସେଚନ ବିଭାଗ ପକ୍ଷରୁ ସୋର୍ଲକୋଣ୍ଡା ଠାରେ ଥିବା ବ୍ୟାରେଜରୁ ତମସା ଓ ଗୋମ୍ଫାକୋଣ୍ଡା ଦୁଇଟି ମୁଖ୍ୟ କେନାଲ ଦ୍ୱାରା ଚାଷ ପାଇଁ ଆବଶ୍ୟକ ଜଳ ଯୋଗାଇ ଦିଆଯାଉଛି। ତେବେ ପୋଟେରୁ ଜଳସେଚନ ପ୍ରକଳ୍ପ ଦ୍ବାରା ହେଉଥିବା ଉନ୍ନତମାନର କାର୍ଯ୍ୟକୁ ଦୃଷ୍ଟିରେ ରଖି ଗତ କିଛିଦିନ ତଳେ ନୂଆଦିଲ୍ଲୀ ଠାରେ ଏହି ପ୍ରକଳ୍ପକୁ ପ୍ଲଟିନମ ପୁରସ୍କାର ମଧ୍ୟ ମିଳିଛି । ତେବେ ୪୦ରୁ ଊର୍ଦ୍ଧ୍ୱ ବର୍ଷ ତଳେ ପୋଟେରୁ ଜଳସେଚନ ବିଭାଗ ପକ୍ଷରୁ ସୋର୍ଲକୋଣ୍ଡାଠାରେ ନିର୍ମିତ ବ୍ୟାରେଜର ୫ଟି ମୁଖ୍ୟ ଫାଟକ ମଧ୍ୟରୁ ବର୍ତ୍ତମାନ ୨ଟି ଫାଟକ ସମ୍ପୂର୍ଣ୍ଣ ଅଚଳ ହୋଇ ପଡିରହିଛି । ସୋର୍ଲକୋଣ୍ଡା ବ୍ୟାରେଜକୁ ବିଦ୍ୟୁତ୍‌ ଯୋଗାଣ ପ୍ରାୟ ଦୁଇବର୍ଷ ହେବ ବନ୍ଦ ରହିଛି। ସେଠାରେ ଥିବା ଗୋଟିଏ ଜେନେଟରରୁ ବାହାରୁଥିବା ବିଦ୍ୟୁତ୍‌ ଦ୍ୱାରା ଗେଟଗୁଡିକ ଖୋଲିବା ଓ ବନ୍ଦ କରିବା କରାଯାଉଛି । ପ୍ରାୟ ୪ବର୍ଷ ହେବ ବ୍ୟାରେଜରେ ଥିବା ୫ ନମ୍ବର ଗେଟର ଟନେଲ ଛିଣ୍ଡି ଯାଇଥିବାରୁ ଉକ୍ତ ଗେଟ୍‌ଟି ସେବେଠାରୁ ମରାମତି ନ ହୋଇ ଏପର୍ଯ୍ୟନ୍ତ ପଡି ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଜିଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ବର୍ଷା ଜଳ ବାଲିମେଳା ନଦୀରେ ପ୍ରବେଶ କରିବା ପରେ ନଦୀ ଫୁଲିବା ସହ ବ୍ୟାରେଜରେ କ୍ଷମତାଠାରୁ ଅଧିକ ପରିମାଣର ପାଣି ଜମା ହୋଇଥିଲା। ଅତ୍ୟଧିକ ପାଣି ହେବାରୁ ଫାଟକଗୁଡିକ ଉପରଦେଇ ପାଣି ନିଷ୍କାସିତ କାଯାଇଥିଲା ବୋଲି ଅଞ୍ଚଳବାସୀ କହିଛନ୍ତି। ଏଭଳି ସ୍ଥିତିରେ ଉକ୍ତ ବ୍ୟାରେଜରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ଜେନେରେଟର ଷ୍ଟାର୍ଟ କରି ଫାଟକ ଖୋଲିବାକୁ ଉଦ୍ୟମ କରିଥିଲେ। ଜେନେରେଟର ଷ୍ଟାର୍ଟ ନ ହେବାରୁ କର୍ମଚାରୀମାନେ ହ୍ୟାଣ୍ଡେଲ ଜରିଆରେ ୩ନମ୍ବର ଫାଟକ ଖୋଳୁଥିବା ସମୟରେ ଜଳର ଚାପ ଯୋଗୁ ଫାଟକ ଖୋଲିବାରେ ସମସ୍ୟା ଉପୁଜିଥିଲା। ଏହି ସମୟରେ ସେଥିରେ ଲଗାଯାଇଥିବା ଲୁହାର ଚେନ୍‌ ଛିଡିଯାଇଥିଲା। ଫଳରେ ଏବେ ବ୍ୟାରେଜର ଦୁଇଟିଯାକ ଗେଟ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଛି । ଅନ୍ୟ ୩ଟି ଗେଟରେ ଜଳ ନିଷ୍କାସନ ପାଇଁ ଏହାକୁ ଖୋଲାଯାଇଛି। ଆସନ୍ତା ୩୦ ପର୍ଯ୍ୟନ୍ତ କିମ୍ବା ଆବଶ୍ୟକ ହେଲେ ପାଗ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ତମସା ଓ ଗୋମ୍ଫାକୋଣ୍ଡା କେନାଲରେ ଜଳ ଯୋଗାଣ ବନ୍ଦ ରଖାଯିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦୀର୍ଘ ଦୁଇ ବର୍ଷ ଧରି ବ୍ୟାରେଜରେ ବିଦ୍ୟୁତ୍‌ ବ୍ୟବସ୍ଥା ବନ୍ଦ ରହିବା ସହ ଅଚଳ ହୋଇ ପଡିଥିବା ୫ନମ୍ବର ଫାଟକକୁ ମରାମତି ମଧ୍ୟ କରାଗଲା ଯାଇନାହିଁ। ରକ୍ଷଣା ବେକ୍ଷଣ ଅଭାବରୁ ଦୁଇଦିନ ତଳେ ୩ ନମ୍ବର ଫାଟକ ଅଚଳ ହୋଇ ପଡିରହିଛି। ଏପରି ସମସ୍ୟା ଯୋଗୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାରୁ ନଦୀର ଉଭୟ ପାର୍ଶ୍ୱରେ ବସବାସ କରୁଥିବା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି। ଏସମ୍ପର୍କରେ ଉକ୍ତ ବ୍ୟାରେଜ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦୀନବନ୍ଧୁ ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଗେଟ ଗୁଡିକ ମରାମତି କରିବା ସମ୍ପର୍କରେ ଆମ୍ବାଗୁଡାଠାରେ ଥିବା ମେକାନିକାଲ ଡିଭିଜନକୁ ରିକୁଏଶନ ପଠାଯାଇଛି। କିଛିଦିନ ତଳେ ଡିଭିଜନ ପକ୍ଷରୁ ଏହାର ମରାମତି ନିମନ୍ତେ ଏକ ଟିମ୍‌ ଆସି ସର୍ଭେ କରିଯାଇଥିବା ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?