୨ରେ ଲଘୁଚାପ: ପ୍ରବଳ ଛେଚିବ

ଭୁବନେଶ୍ୱର୨୫।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ହେବ। ଉପକୂଳ ଓଡିଶାର କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଅକ୍ଟୋବର ୨ରୁ ୪ ତାରିଖ ଯାଏ ବର୍ଷା ଲାଗି ରହିବ।
ରାଜ୍ୟରେ ମୌସୁମୀଜନିତ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ଭଦ୍ରକରେ ୫୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୩୨.୮, ପାରାଦୀପ ୩୨, ଗୋପାଳପୁର ୧୪.୩, ମାଲକାନଗିରି ୧୫, ଛତ୍ରପୁର ୨୦, ଜଗତସିଂହପୁର ୧୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ଯାଜପୁର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୬ ଓ ୨୭ ତାରିଖରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ। ରାଜ୍ୟରେ ଚଳିତ ବର୍ଷ ଭଲ ବର୍ଷା ହୋଇଛି। ଜୁନ ପହିଲାରୁ ସେପ୍ଟେମ୍ବର ୨୪ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଠାରୁ ୪% ଅଧିକ ବର୍ଷା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଖୋଜାଖୋଜିି ପରେ ବି ମିଳିଲେନି: ଏବେ ଜଙ୍ଗଲରେ…

ଭଞ୍ଜନଗର, ୧୫।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ତାରସିଂ ଥାନା ପୋଲିସ ସୋମବାର ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ…

ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି: ପାଣ୍ଡରାସିଙ୍ଗାରେ ରାସ୍ତାରୋକ, ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା

ଗଣିଆ,୧୫।୬: ନୟାଗଡ଼ ଜିଲାର ଗଣିଆ ଅଞ୍ଚଳରେ ଗ୍ୟାରେଜ ମାଲିକ ରବୀନ୍ଦ୍ରଙ୍କ ହତ୍ୟା ଘଟଣାକୁ ନେଇ ସୋମବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଣ୍ଟିଲୋ–ଗଣିଆ ମୁଖ୍ୟ ରାସ୍ତାର ପାଣ୍ଡରାସିଙ୍ଗା…

ପୋଖରୀର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ

ମହାକାଳପଡ଼ା,୧୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ମହିଳାମାନେ ପାନୀୟଜଳ ସମସ୍ୟା ଯୋଗୁ ଗଡ଼ିଆ, ପୋଖରୀର…

୧୮ରେ ଖୋଲିବ ସ୍କୁଲ; ଖରା ବଢ଼ିଲେ ପୁନର୍ବିଚାର…

ଭୁବନେଶ୍ୱର,୧୫।୬: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍କୁଲ ଖୋଲିବା ନ ଖୋଲିବା ଚର୍ଚ୍ଚା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ମସ୍ପଷ୍ଟ କରିଛନ୍ତି।…

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri