ପ୍ରେମ ପ୍ରତାରଣା ପାଇଁ ଚାଲିଗଲା ୨ ଜୀବନ

ଭୁବନେଶ୍ୱର,୧।୨(ବ୍ୟୁରୋ): ଦୁଇବର୍ଷ ହେବ ଜଣେ ଗାୟିକାଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କ ବିବାହ ବି ସ୍ଥିର ହୋଇଯାଇଥିଲା। ହେଲେ ପ୍ରେମିକାଙ୍କ ପ୍ରତାରଣା ଶେଷରେ ଜଣେ ମଡେଲଙ୍କ ପ୍ରାଣ ନେଇଗଲା। ସୋମବାର ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମଡେଲ ହେଲେ ସୌମ୍ୟରଞ୍ଜନ ପାଣିଗ୍ରାହୀ(୩୧)। ସେ ରହୁଥିବା ଘରୁ ତାଙ୍କର ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିବା ସହ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ. ୮/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନିକଟରୁ ମିଳିଥିବା ସୁଇସାଇଡାଲ ନୋଟ୍‌ରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ପ୍ରେମିକାଙ୍କ ପ୍ରତାରଣା ପାଇଁ ପୁଅର ଜୀବନ ଯାଇଥିବା ବାପା ସୁଧାକର ପାଣିଗ୍ରାହୀ କହିଛନ୍ତି। ଅପରପକ୍ଷରେ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସମିତା ମିଶ୍ର କହିଛନ୍ତି।
ସୂଚନା ଅନୁଯାୟୀ, ସୌମ୍ୟଙ୍କ ପରିବାର ନନ୍ଦନବିହାରରେ ଘର ଭଡ଼ା ନେଇ ରହୁଛନ୍ତି। ସୌମ୍ୟ ମୁମ୍ବାଇରେ ଦୁଇବର୍ଷ ହେବ ମଡେଲିଂ କରୁଥିଲେ। କରୋନା ପାଇଁ ସେ ଭୁବନେଶ୍ୱର ଚାଲି ଆସିଥିଲେ। ସ୍ଥାନୀୟ ଥାନା ଅନ୍ତର୍ଗତ ଇନଫୋସିସ୍‌ ନିକଟରେ ଚା’ ଖଟି ନାମରେ ଏକ କାଫେ ଖୋଲିଥିଲେ। ଦୁଇବର୍ଷର ରହଣି ଭିତରେ ତାଙ୍କର ଜଣେ ଗାୟିକାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ପରିବାର ଲୋକେ ଜାଣିବା ପରେ ସେମାନଙ୍କ ବିବାହ ପାଇଁ ଯୋଜନା କରିଥିଲେ। ହେଲେ ଯୁବତୀ ଜଣକ କିଛିଦିନ ହେବ ସୌମ୍ୟଙ୍କୁ ପ୍ରତାରଣା କରିବାରୁ ସେ ଭାଙ୍ଗି ପଡ଼ିଥିଲେ। ରବିବାର ରାତିରେ ସେ ତାଙ୍କ ରୁମ୍‌କୁ ଯାଇ ଶୋଇଥିଲେ। ସୋମବାର ସକାଳେ ବହୁ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲେ। ପରିବାର ଲୋକେ କବାଟ ଭାଙ୍ଗି ଦେଖିବାବେଳକୁ ସୌମ୍ୟ ଫ୍ୟାନରେ ଝୁଲୁଥିଲେ। ପରିବାର ଲୋକଙ୍କଠାରୁ ଖବର ପାଇ ପୋଲିସ ସାଇଣ୍ଟିଫିକ୍‌ ଟିମ ସହ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା।
ଚିଠିରେ ପ୍ରତାରଣାର କାହାଣୀ
ସୌମ୍ୟଙ୍କ ରୁମ୍‌ରୁ ମିଳିଥିବା ସୁଇସାଇଡାଲ ନୋଟ୍‌ରେ ରହିଛି ପ୍ରତାରଣାର କାହାଣୀ। ସେଥିରେ ଲେଖାଯାଇଛି, ‘ଓମ୍‌ ନମଃ ଶିବାୟ। ଆଇ ଆମ୍‌ ସରି ମମି, ଡାଡି। ମତେ କ୍ଷମା କରିଦେବ। ସୋନାଲି ମୋ ଲାଇଫ୍‌ ସହ ଗୋଟିଏ ବର୍ଷ ହେଲା ବହୁତ ଖେଳିଲା। ଟିକେ ଟିକେ ଭୁଲ୍‌ ଲାଗି ମାସ ମାସ ତଡ୍‌ପାଇଲା। ମୁଁ ଆଉ ଦୁନିଆକୁ ଫେସ୍‌ କରିପାରିବିନି। ମୁଁ ବଞ୍ଚତ୍କି ବି ନ ବଞ୍ଚତ୍ଲା ପରି ଜୀବନ ବିତାଉଛି। ଡାଡି, ତମେ ମମିକୁ ବହୁତ ଭଲପାଅ। ତମେ ଦୁଇଜଣ ଖୁସିରେ ରୁହ। ଆୟାନ୍‌କୁ ମୁଁ ବହୁତ୍‌ ମିସ୍‌ କରିବି। ମୋର ଭଗବାନଙ୍କ ଉପରେ ଭରସା ତୁଟିଗଲା। ଠାକୁରଙ୍କୁ ୩୦ବର୍ଷ ହେଲା ଡାକୁଥିଲି, କିନ୍ତୁ ସିଏ ଖାଲି ମୋ ମନରେ କଷ୍ଟ ହିଁ ଦେଇଛନ୍ତି। ସୋନାଲି ଲକିକୁ ଛାଡ଼ିକି ଆସିଲା ଅଜୟ ପାଇଁ। ଅଜୟ ଥିଲାବେଳେ ମୋତେ ତା’ ଜାଲରେ ଫସାଇଦେଲା। ଅଜୟ ପାଢ଼ୀ ପ୍ଲିଜ୍‌ ମୋତେ ମାଫ୍‌ କରିଦେବ। ତମକୁ ମୁଁ ବହୁତ କଷ୍ଟ ଦେଇଛି। ସୋନାଲି ଆଜି ସାରସ୍ବତ ପାଇଁ ମୋତେ ଛାଡ଼ିକି ଗଲା। ମୁଁ ମୋ’ କର୍ମର ଫଳ ଭୋଗିବି। ପ୍ଲିଜ୍‌ ଡାଡି, ମମି ମୋତେ ମାଫ୍‌ କରିଦେବ। ଏହାକୁ ମୋ ସୁଇସାଇଡ୍‌ ନୋଟ ରୂପରେ ଗ୍ରହଣ କରିବ। ପୋଲିସକୁ ମୋର ଅନୁରୋଧ, ସୋନାଲିର ଠିକ୍‌ ତଦନ୍ତ ହେଉ। ୨୯ଦିନ ମୋତେ ଧୋକା ଦେଇ ସେ ସାରସ୍ବତ ପାଖକୁ ଯାଇଥିଲା। ସମସ୍ତଙ୍କ ଆଗରେ ଭଲ ହେଇକି ମୋତେ ଖରାପ କରିଦେଲା।’
ଧନକୁ ଝୁରି ହୋଇ
କାନ୍ଦୁଥିଲେ ମା’
ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ଘର କାନ୍ଦ ବୋବାଳିରେ ଫାଟି ପଡୁଥିଲା। ପରିବାର ଲୋକେ ପୁଅ ମନେ ପକେଇ ବହୁତ ଲୁହ ଝରାଉଥିଲେ। ତାଙ୍କ ମା କାନ୍ଦି କାନ୍ଦି କହୁଥିଲେ, ମୋ ଧନ ଗେଲ ନ କଲେ ଛାଡ଼ିବନି ଲୋ, କୋଉ ଅଫେରା ରାଇଜେ ତୁ ଅଛୁରେ। ମୋ ଧନ ମୋତେ ଛାଡି କୁଆଡେ ଗଲାକି। ଏପରି କେତେ କଥା କହି ସେ ଅନବରତ ଲୁହ ଝରାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?