ଆସିଲା ୨ଲକ୍ଷ ଟିକା: ୫୦ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ୱର, ୧୯।୪(ବ୍ୟୁରୋ):ରାଜ୍ୟରେ ରବିବାର ଆଉ ୨ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚତ୍ଛି। ଏହି ଟିକା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବା ପରେ ସିଧା ରାଜ୍ୟ ଭାକ୍ସିନ ସେଣ୍ଟରକୁ ନିଆଯାଇଥିଲା। ସେଠାରୁ ଟିକାକୁ ରାଜ୍ୟର ବିଭିନ୍ନ ଜିଲାକୁ ପଠାଯିବ। ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଟିକାକରଣକୁ ଜୋର୍‌ଦାର କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ଟିକା ଅଭାବ ଯୋଗୁ ରାଜ୍ୟରେ ପ୍ରାୟ ୧ହଜାର ଟିକାଦାନ କେନ୍ଦ୍ର ବନ୍ଦ ରହିଥିଲା। ୪୨୭ଟି କେନ୍ଦ୍ରରେ ଟିକାଦାନ ଚାଲିଥିବାବେଳେ ୮ଟି ଜିଲାରେ ଟିକାକରଣ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଅଧିକ ଟିକା ଯୋଗାଇବା ପାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିବାବେଳେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ ଟିକା ଅଭାବ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିବା ସହ ଅଧିକ ଟିକା ଯୋଗାଣ ଉପରେ ଆଶାବ୍ୟକ୍ତ କରିଥିଲେ। ତେବେ ରାଜ୍ୟରେ ଗଚ୍ଛିତ ଥିବା ଟିକା ଓ ଆସିଥିବା ୨ଲକ୍ଷ ଟିକା ମଧ୍ୟ ଆସନ୍ତା ଦୁଇ ତିନିଦିନ ପର୍ଯ୍ୟନ୍ତ ଚାଲିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି। ସେପଟେ ରାଜ୍ୟରେ ୫୦ଲକ୍ଷ ଟପିଛି ଟିକାକରଣ। ରବିବାର ୫୨,୦୪୧ ଟିକାକରଣ ହୋଇଛି। ଏହାକୁ ମିଶାଇ ଏବେ ମୋଟ ଟିକାକରଣ ସଂଖ୍ୟା ୫୦,୧୦,୪୮୮ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଲମ୍ବନ ପରେ ଚାକିରିରୁ ବିଦା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ୍‌ ଓ୍ବେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି)ର ନିଲମ୍ବିତ ଡେପୁଟି ମ୍ୟାନେଜର ପ୍ରତାପ...

ହଳ କରିବା ବେଳେ ଓଲଟିଲା ଟ୍ରାକ୍ଟର, ଚାପିହୋଇ ଚାଳକ ମୃତ

ମାଥିଲି, ୧୭ା୭: ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦି ପଞ୍ଚାୟତ ଅଧୀନ ମଇଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତି ଟ୍ରାକ୍ଟର ଦ୍ୱାରା ଚାଷ ଜମିରେ ହଳ...

ରାଜ୍ୟରେ ୧,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୧,୭୦୩ କରୋନା ଆକ୍ରାନ୍ତ...

୩ ସପ୍ତାହ ବନ୍ଦ ରହିବ ସାପ୍ତାହିକ ହାଟ

ଝାରସୁଗୁଡ଼ା ଅଫିସ,୨।୪: ପଡୋଶୀ ଛତିଶଗଡ଼ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲାକୁ ଲାଗି ରହିଛି...

ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁର ବାବାଙ୍କ ପରଲୋକ

ବାଳକାଟୀ,୮।୧୨(ଡି.ଏନ୍‌.ଏ.);ବିବାଦୀୟ ବାବା ତଥା ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ମିଶ୍ର ଓରଫ୍‌ ସୁର ବାବାଙ୍କ ରବିବାର ରାତିରେ ପରଲୋକ...

ଗୋ ଚାଲାଣକୁ ଲଗାମ ନାହିଁ

ନୟାଗଡ଼ ଅଫିସ,୧୧।୩: ନୟାଗଡ଼ ଜିଲାରେ ଆନ୍ତଃ ରାଜ୍ୟ ଗୋଚାଲାଣ ର଼୍ୟାକେଟ ସକ୍ରିୟ ରହିଛି। ଜିଲାରୁ ମାସକରେ ୧୦ରୁ ଊର୍ଦ୍ଧ୍ୱ ଦିନ ବେଆଇନ ଭାବେ କଂସେଇଖାନାକୁ ଗୋଚାଲାଣ...

ଝୁଣ୍ଟିଛି ବାଜି ରାଉତ ସମନ୍ବିତ ସାମାଜିକ ଗୃହ ନିର୍ମାଣ ଯୋଜନା: ଆବଣ୍ଟନଗ୍ରାହୀଙ୍କୁ ମିଳୁନି ଘର

ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ମହିଷାପାଟ ନିକଟରେ ରାଜ୍ୟ ହାଉସିଂ ବୋର୍ଡ ପକ୍ଷରୁ ବାଜି ରାଉତ ସମନ୍ବିତ ସାମାଜିକ ଗୃହ ନିର୍ମାଣ ଯୋଜନାରେ ଘର ନିର୍ମାଣ...

ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା, ୩୮ ଗୁରୁତର

ବ୍ରହ୍ମପୁର ଅଫିସ,୨୯।୧: ତପ୍ତପାଣି ଘାଟିରେ ବୁଧବାର ବଡି ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଥିବାବେଳେ ୩୮ଜଣ ଗୁରୁତର...

Advertisement
Archives

Model This Week