Posted inଫୁରସତ

ବ୍ୟକ୍ତିଙ୍କ ମଳଦ୍ୱାରରେ ଫସିଥିଲା ୨ କିଲୋ ଓଜନର ଡମ୍ବଲ, ଡାକ୍ତର ଦେଖି କାବା

ଦୁନିଆରେ ପ୍ରାୟତଃ ବିଚିତ୍ର ଘଟଣା ଘଟେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ବ୍ରାଜିଲରୁ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହା ଅନେକଙ୍କୁ ଚକିତ କରିଛି। କାରଣ ଏଠାରେ ଜଣେ ବ୍ୟକ୍ତିଙ୍କ ପ୍ରାଇଭେଟ୍‌ ପାର୍ଟରେ ଜିମ୍‌ରେ ବ୍ୟବହୃତ ଡମ୍ବଲ ଫସି ଯାଇଥିଲା। ଦୁଇ କିଲୋ ଓଜନର ଡମ୍ବଲ ବ୍ୟକ୍ତିର ଶରୀରରେ ଫସିଥିବା ଦେଖି ଡାକ୍ତରମାନେ ମଧ୍ୟ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବ୍ରାଜିଲ୍‌ର ଜଣେ ୫୪ ବର୍ଷ ବୟସ୍କ ବ୍ୟକ୍ତି ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତରଖାନାରେ ପହଞ୍ଚିଥିଲେ। ବେଳକୁ ବେଳ ଯନ୍ତ୍ରଣା ବଢ଼ୁଥିବା ହେତୁ ତାଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା। ରୋଗୀଙ୍କ ଅବସ୍ଥା ଦେଖି ପ୍ରଥମେ ଡାକ୍ତରମାନେ କିଛି ବୁଝି ପାରି ନ ଥିଲେ। କିନ୍ତୁ, ଯେତେବେଳେ ତାଙ୍କର ଏକ୍ସ-ରେ କରାଗଲା, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ବ୍ୟକ୍ତିଙ୍କ ମଳଦ୍ୱାରରେ ଏକ ୨୦ ସେମି ଲମ୍ବ ଡମ୍ବଲ ଅଟକି ଯାଇଥିଲା। ଉକ୍ତ ବ୍ୟକ୍ତି ନିଜେ ସେହି ଡମ୍ବଲକୁ ବାହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ଯନ୍ତ୍ରଣା ବଢ଼ିବାରେ ଲାଗିବାରୁ ବ୍ୟକ୍ତିଜଣଙ୍କ ହସ୍ପିଟାଲରେ ପହଞ୍ଚିଥିଲେ। ଦୀର୍ଘ ସମୟର ଅପରେଶନ ପରେ ଡାକ୍ତରଙ୍କ ଏକ ଟିମ ସେହି ଡମ୍ବଲକୁ ବାହାର କରିଥିଲେ। ତେବେ ସେ ଯୌନସୁଖ ପାଇବାକୁ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ତାଙ୍କୁ ଡାକ୍ତରଖାନାରେ ପ୍ରାୟ ତିନି ଦିନ ରଖାଯିବା ପରେ ଡିସଚାର୍ଜ କରାଯାଇଛି। ଅପରପକ୍ଷେ ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ଲୋକେ ବ୍ୟକ୍ତିଙ୍କ ଚିନ୍ତାଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦି ବିଳମ୍ବ ହୋଇଯାଇଥାନ୍ତା ତେବେ ସେ ଅଡୁଆରେ ପଡ଼ିଥାନ୍ତେ ବୋଲି ଅନେକ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?