୨ କନିଷ୍ଠ ଯନ୍ତ୍ରୀ, ସୁପରଭାଇଜର ଗିରଫ

ବ୍ରହ୍ମପୁର ଅଫିସ,୩୦ା୫: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକରେ ଏକ ବନ୍ଧକାମ ଟେଣ୍ଡର ଫାଇଲ୍‌ ପ୍ରୋସେସିଂ ଏବଂ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଏଗ୍ରିମେଣ୍ଟ କରିବାକୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କ୍ଷୁଦ୍ର ଜଳସେଚନ (ଏମ୍‌ଆଇ)ବିଭାଗର ୨ଜଣ କନିଷ୍ଠ ଯନ୍ତ୍ରୀ ଓ ଜଣେ ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେମାନେ ହେଲେ ଗଞ୍ଜାମ ବ୍ରହ୍ମପୁର ଡିଭିଜନ୍‌-୧ର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଢ଼ୀ, କୁକୁଡ଼ାଖଣ୍ଡି ବ୍ଲକ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ତଥା ଏଷ୍ଟିମେଟର ଧୀରେନ୍ଦ୍ର କୁମାର ପଣ୍ଡା ଓ ସୁପରଭାଇଜର ଅଜୟ ପାତ୍ର। ୩ ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଟିମ ସୋମବାର ବ୍ରହ୍ମପୁର କାର୍ଯ୍ୟାଳୟରୁ ଗିରଫ କରିଛି।
କୁକୁଡ଼ାଖଣ୍ଡି ବ୍ଲକ ମନୋହରାରେ ବଡ଼ବନ୍ଧ(ପୋଖରୀ)ର ଉନ୍ନତୀମୂଳକ କାର୍ଯ୍ୟ କରିବାକୁ ଦିଗପହଣ୍ଡିର ଜଣେ ଠିକାଦାର ଟେଣ୍ଡର ନେଇଥିଲେ। ସେ ଏହି କାମର ଫାଇଲ୍‌ ପ୍ରୋସେସିଂ ସହ ଏଗ୍ରିମେଣ୍ଟ କରିବାକୁ ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗକୁ ଆସିଥିଲେ। ତେବେ ସୁପରଭାଇଜରଙ୍କ ସହ କନିଷ୍ଠ ଯନ୍ତ୍ରୀଦ୍ୱୟ ତାଙ୍କୁ ଏଥିପାଇଁ ଲାଞ୍ଚ ମାଗିଥିଲେ। ପ୍ରଥମେ ସୁପରଭାଇଜର ଅଜୟଙ୍କ ଆକାଉଣ୍ଟକୁ ଠିକାଦାର ଜଣକ ୧୪ହଜାର ଟଙ୍କା ପଠାଇଥିଲେ। ଆଉ ୧୦ହଜାର ଟଙ୍କା ଦେଲେ କାମ ହେବ ବୋଲି ସେ ଠିକାଦାରଙ୍କୁ କହିଥିଲେ। ଏ ସମ୍ପର୍କରେ ଠିକାଦାର ଜଣକ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ସୋମବାର ଯୋଜନା ମୁତାବକ ଠିକାଦାର ବ୍ରହ୍ମପୁର ଏମ୍‌ଆଇ କାର୍ଯ୍ୟାଳୟକୁ ଲାଞ୍ଚ ଟଙ୍କା ନେଇ ଯାଇଥିଲେ। କନିଷ୍ଠ ଯନ୍ତ୍ରୀ ପାଢ଼ୀଙ୍କୁ ସେ ଦେଖା କରିଥିଲେ। ପାଢ଼ୀ ତାଙ୍କ ନିକଟରେ ବ୍ଳକ ଦାୟିତ୍ୱରେ ଥିତ୍ବା ଯନ୍ତ୍ରୀ ଧୀରେନ୍ଦ୍ର ପଣ୍ଡାଙ୍କୁ ଟଙ୍କା ଦେବାକୁ କହିଥିଲେ। ଠିକାଦାର ୧୦ହଜାର ଟଙ୍କା ନେଇ ଧୀରେନ୍ଦ୍ରଙ୍କୁ ଦେଇଥିଲେ। ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢାଉ କରି ଟଙ୍କା ନେଇଥିବା ୩ ଅଭିଯୁକ୍ତଙ୍କୁ କାବୁ କରିଥିଲା। ସେମାନଙ୍କ ଠାରୁ କେମିକାଲ ବୋଳା ଟଙ୍କା ଜବତ କରାଯାଇଛି। ଏଥିସହ ଗିରଫ ୩ ଅଭିଯୁକ୍ତଙ୍କ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଆଡ୍ଡା ଉପରେ ଚଢାଉ: ୧୬ ଗିରଫ, ୧ ଲକ୍ଷ ୫୩ ହଜାର ଟଙ୍କା ସହ ୧୮ ମୋବାଇଲ ଜବତ

ହିଞ୍ଜିଳିକାଟୁ ୪।୦୯(ଡି.ଏନ.ଏ): ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସାରୁ ଗ୍ରାମପଞ୍ଚାୟତର ମାଛବନ୍ଧଠାରେ ପୋଲିସ ଏକ ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଚଢ଼ାଉ କରିଛି। ଚଢାଉରେ ୧୬...

ଭୋଗରାଇରେ ପୁଣି ଲଜ୍ଜା: ଅଶ୍ଳୀଳ ଭିଡିଓ ଶୁଟିଂ କରି ବ୍ଲାକମେଲିଂ

ଭୋଗରାଇ, ୧୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଉପାନ୍ତ ତାଳସାରୀ ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ରଖିବାକୁ ବାଧ୍ୟ କରି ଏହାର...

‘ଆଦିବାସୀଙ୍କ ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଉଛି’

ଉମରକୋଟ,୨୯ା୧୦(ସ୍ବ.ପ୍ର.): ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଶୁକ୍ରବାର ନବରଙ୍ଗପୁର ଜିଲା ଗସ୍ତରେ ଆସି ଉମରକୋଟ ନିର୍ବାଚନମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ...

ସୀମାନ୍ତ ଗାଁ ଗାଙ୍ଗିଯୋଡ଼ିକୁ ଅବହେଳାର ଅନ୍ତ ନାହିଁ: ଘର ଅନୁଗୋଳ, ସ୍କୁଲ ଢେଙ୍କାନାଳ

ବଅଁରପାଳ, ୭।୬ (ଉପେନ୍ଦ୍ର ରାଉତ)- ସଭିଏଁ ପଢ଼ିବେ। ସେଥିପାଇଁ ସ୍କୁଲ ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ସରକାର। କିନ୍ତୁ ଶିକ୍ଷାନୁଷ୍ଠାନଟିଏ ନ ଥିଲେ କେମିତି ଏହା ସମ୍ଭବ...

ଶିଳ୍ପ ସମୃଦ୍ଧ ଜିଲାରେ ବେକାରଙ୍କ ସଂଖ୍ୟା ବଢୁଛି

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ୍‌.ଏ.),୩୦।୧୨: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିତ୍କରଣ ଓ ଯାଜପୁର ଜିଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ବ୍ୟାସନଗର ସ୍ବୟଂଶାସିତ କଲେଜ ପରିସରରେ ଏକ କ୍ଷୁଦ୍ର...

ଅପରାହ୍ନ ୪ଟାରେ ବାନା ବନ୍ଧା

ପୁରୀ ଅଫିସ,୧୧।୧୦: ଋତୁ ଚକ୍ରର ପରିବର୍ତ୍ତନରେ ଏବେ ଶୀତ ଋତୁର ଆଗମନ ହେବ। ସାଧାରଣତଃ କାର୍ତ୍ତିକ ମାସରୁ ଶୀତଋତୁ ଆରମ୍ଭ ହୋଇଥାଏ। କୁମାର ପୂର୍ଣ୍ଣିମା ଡାଲାରେ...

ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା କମୁଛି

କୃଷ୍ଣପ୍ରସାଦ,୨୦ା୧୧(ଡି.ଏନ୍‌.ଏ.): ଶୀତ ଋତୁ ଆସିଲେ ରଙ୍ଗବେରଙ୍ଗ ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ କୃଷ୍ଣପ୍ରସାଦ ଅଞ୍ଚଳ। ଯେଉଁଥି ପାଇଁ ଦେଶ...

ବିଦ୍ୟାଳୟରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ପାପଡାହାଣ୍ଡି,୮।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଜଣେ ଅନ୍ତେବାସୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏ ନେଇ ସୋମବାର ସ୍କୁଲ କର୍ତ୍ତୃପକ୍ଷ...

Advertisement
Archives

Model This Week