ୟୁଏଇ ବିସ୍ଫୋରଣରେ ୨ ଭାରତୀୟ ମୃତ

ନୂଆଦିଲ୍ଲୀ,୧୭।୧: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିରେ ପେଟ୍ରୋଲ ଟ୍ୟାଙ୍କ ବିସ୍ଫୋରଣରେ ୨ ଭାରତୀୟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଆହୁରି ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦେଶର ଅନ୍ୟତମ ବୃହତ୍‌ ତେଲ ସଂରକ୍ଷଣ ସ୍ଥାନ ପାଖରେ ଡ୍ରୋନ ଆକ୍ରମଣ ଯୋଗୁ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି।

“ବିସ୍ଫୋରଣରେ ଦୁଇ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆମେ ଅଧିକାରୀଙ୍କଠାରୁ ସୂଚନା ପାଇଛୁ। ଆମେ ତାଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରୁଛୁ। ଆମେ ସେମାନଙ୍କ ପରିବାର ପାଖରେ ଶୀଘ୍ର ପହଞ୍ଚିବୁ, ଧର୍ଯ୍ୟ ଧର। ୟୁଏଇ ଖୁବ୍‌ ଶାନ୍ତିପୂର୍ଣ୍ଣ ସ୍ଥାନ” ବୋଲି ଭାରତୀୟ ଦୂତ ସଞ୍ଜୟ ସୁଧିର କହିଛନ୍ତି।

କିଛି ରିପୋର୍ଟ ମୁତାବକ, ଏହି ଆକ୍ରମଣ ପାଇଁ ୟେମେନର ଇରାନ ସମନ୍ବିତ ହୁତି ଆନ୍ଦୋଳନ ନିଜକୁ ଦାୟୀ କରିଛି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଆବୁଧାବି ନ୍ୟାଶନାଲ ଓଏଲ କମ୍ପାନୀର ଡିପୋଟ୍ସ ପାଖରେ ୩ ତେଲ ଟାଙ୍କିରେ ବିସ୍ଫୋରଣ ଘଟିଛି। କିନ୍ତୁ ମୃତାହତଙ୍କ ସଂଖ୍ୟା ଜଣା ପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଶିଶୁ ପାଇଁ ନିୟମ ଭାଙ୍ଗିଲା ୟୁଏଇ

ଆବୁଧାବି,୨୯।୪: ଜଣେ ଭାରତୀୟ ଶିଶୁକୁ ଜନ୍ମ ପ୍ରମାଣ ପତ୍ର ଦେବା ଲାଗି ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ) ତା’ର ନିୟମ ଭଙ୍ଗ କରିଛି। ଏହି ଆଧାରରେ ୟୁଏଇ...

ବୈବାହିକ ଜୀବନରେ ସ୍ତ୍ରୀଙ୍କୁ ବଳାତ୍କାର ନେଇ ବିଚାରପତିଙ୍କ ମଧ୍ୟରେ ମତଭେଦ…

ନୂଆଦିଲ୍ଲୀ, ୧୧।୫ : ଦିଲ୍ଲୀ ହାଇକୋର୍ଟଙ୍କ ପତ୍ନୀଙ୍କ ସହ ବଳାତ୍କାରର ଅପରାଧୀକରଣ ପାଇଁ ଆବେଦନ ଉପରେ ଦୁଇ ଜଣିଆ ଖଣ୍ଡପୀଠ ପୃଥକ ପୃଥକ ରାୟ ଦେଇଛନ୍ତି।...

ପିପିଇ କିଟ୍‌ ପିନ୍ଧି ମତଦାନ ପାଇଁ ପହଞ୍ଚିଲେ କରୋନା ପଜିଟିଭ୍‌ ବିଧାୟକ

ଭୋପାଳ,୧୯।୬: ଦେଶର ୮ଟି ରାଜ୍ୟର ୧୯ଟି ଆସନ ଲାଗି ଶୁକ୍ରବାର ମତଦାନ ଜାରି ରହିଛି। ମଧ୍ୟପ୍ରଦେଶରେ ମଧ୍ୟ ୩ଟି ଆସନ ପାଇଁ ମତଦାନ ହେଉଛି। ଇତିମଧ୍ୟରେ...

ପୋଷ୍ଟିଂ ଅର୍ଡର ନ ଆସୁଣୁ ଜଏନିଂ

ଭୁବନେଶ୍ୱର,୪।୨(ବ୍ୟୁରୋ):ପୋଲିସ ବିଭାଗରେ ଏବେ ଅଜବ ଘଟଣା ନଜରକୁ ଆସିଛି। ଆଇନକାନୁନ, ନୀତିନିୟମ ପାଳନ ପାଇଁ କାର୍ଯ୍ୟ କରୁଥିବା ଏହି ବିଭାଗରେ ବଡ଼ ବ୍ୟତିକ୍ରମ ଘଟିଛି। ପଦୋନ୍ନତି...

ଆର୍‌ଏସ୍‌ଏସ୍ ସହ ଜଡିତ ସଦସ୍ୟଙ୍କର ବାଇଡେନଙ୍କ ଟିମ୍‌ରେ ସ୍ଥାନ ନାହିଁ!

ୱାଶିଂଟନ,୨୨ ।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ୨୦ ଜାନୁୟାରୀ ବୁଧବାର ଶପଥ ଗ୍ରହଣ କରି ସାରିଛନ୍ତି । ଏବେ ତାଙ୍କ...

ଚାଷୀଙ୍କ କଥା ଶୁଣନ୍ତୁ ସରକାର, ସେମାନେ ନୁହନ୍ତି ପାକିସ୍ତାନୀ: ଆନ୍ନା ହଜାରେ

ନୂଆଦିଲ୍ଲୀ,୨୯।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶର ଚାଷୀ ସଂଗଠନ ଏକଜୁଟ ହୋଇଛନ୍ତି। ଚାଷୀ ସଂଗଠନକୁ ଏବେ ସମାଜସେବୀ ଆନ୍ନା ହଜାରେ ସମର୍ଥନ କରିଛନ୍ତି।...

ପୁଟିନ୍‌ଙ୍କୁ କଂସେଇ କହିଲେ ବାଇଡେନ୍‌

ଓ୍ବାର୍ସ, ୨୭ା୩:  ପୋଲାଣ୍ଡ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶନିବାର ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ର ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା ଏବଂ ପ୍ରତିରକ୍ଷା...

ଥଣ୍ଡାରେ ଥରିଲା ରାଜଧାନୀ: ବିଳମ୍ବରେ ଉଡିଲା ୪୫୦ ବିମାନ

ନୂଆଦିଲ୍ଲୀ,୩୧।୧୨: ଦିଲ୍ଲୀ ସମେତ ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଙ୍ଗଳବାର ଦିଲ୍ଲୀରେ ନ୍ୟୁନତମ ତାପମାତ୍ରା...

Advertisement
Archives

Model This Week