୨ ଭାରତୀୟ ଯବାନ ନିହତ ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ: ଜୟଶଙ୍କର

ନୂଆଦିଲ୍ଲୀ/କିନ୍‌ସାସା,୨୭ା୭: ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ ସାଧାରଣତନ୍ତ୍ରରେ ଜାତିସଂଘ ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି। ସ୍ଥାନୀୟ ବିଦ୍ରୋହୀଙ୍କ ହିଂସାତ୍ମକ ଆନ୍ଦୋଳନବେଳେ ୧୦ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୨ ଭାରତୀୟ ଯବାନ ଅଛନ୍ତି। ଉଭୟ ଯବାନ ରାଜସ୍ଥାନ ବାସିନ୍ଦା। ଦୁହେଁ ହେଡ୍‌ କନଷ୍ଟେବଳ ପାହ୍ୟାର ବୋଲି ଜଣାପଡ଼ିଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବିଏସ୍‌ଏଫ୍‌ ଯବାନ ଦ୍ୱୟଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ଅପରାଧୀଙ୍କ ବର୍ବର ଆକ୍ରମଣକୁ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, ଅଶାନ୍ତ କଙ୍ଗୋରେ ଶାନ୍ତିରକ୍ଷା ପାଇଁ ଦୁଇ ଦଶନ୍ଧି ହେଲା ଜାତିସଂଘର ବାହିନୀ ନିୟୋଜିତ ହୋଇଛି। ବିଦେଶୀ ସୈନ୍ୟଙ୍କ ଉପସ୍ଥିତିକୁ ସ୍ଥାନୀୟ ଶତାଧିକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ବିରୋଧ କରିଆସୁଛନ୍ତି। ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୋମବାର ବୁଟେମ୍ବୋରେ ହିଂସ୍ର ଆନ୍ଦୋଳନବେଳେ ୫ଶହରୁ ଊର୍ଦ୍ଧ୍ୱ ବିଦ୍ରୋହୀଙ୍କ ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ଏହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏଥିସହ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। କଙ୍ଗୋ ପୋଲିସ ଓ ସୈନ୍ୟମାନେ ଆନ୍ଦୋଳନସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲେ। ବିଏସ୍‌ଏଫ୍‌ ପକ୍ଷରୁ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଥିଲା। ସେମାନେ ବିଦ୍ରୋହୀମାନଙ୍କୁ ଘଉଡାଇ ଦେଇଥିଲେ। କିନ୍ତୁ ସଶସ୍ତ୍ର ବିଦ୍ରୋହୀ ପୁଣି ଥରେ ଫେରି ପାଲଟା ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପାଇଁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ଜୟଶଙ୍କର ଟୁଇଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଏବେ ସେହି ମିଶାଇଲରେ ୟୁକ୍ରେନ୍ ଉପରେ କରୁଛି ଆକ୍ରମଣ ଯାହାକୁ ୧୯୯୦ରେ ସୋଭିଏତ ସଂଘରୁ ଅଲଗା ହେବା ପରେ ଦେଇଥିଲା ୟୁକ୍ରେନ୍‌

କ୍ୱିଭ,୧୩ ।୧୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ଏକ ଅଜବ ସ୍ଥିତିରେ ପହଞ୍ଚିଛି । ୟୁକ୍ରେନର ଡେପୁଟି ଇଣ୍ଟଲିଜେନ୍ସ ମୁଖ୍ୟ ଜେନରାଲ ୱାଦିମ ସ୍କିବିତ୍ସକି କହିଛନ୍ତି ଅକ୍ଟୋବର...

ସରକାରଙ୍କୁ ଧନ୍ୟବାଦ ଜଣାଇଲେ ୟୁକ୍ରେନରୁ ଭାରତ ଫେରିଥିବା ଭାରତୀୟ

ନୂଆଦିଲ୍ଲୀ,୨୮ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ କେନ୍ଦ୍ର ସରକାର ଧିରେ ଧିରେ ଉଦ୍ଧାର କରି ଚାଲିଛନ୍ତି । ସୋମବାର ସକାଳୁ ରୋମାନିଆର...

ଘୋଡ଼ାଚଢି ନିର୍ବାଚନ ପ୍ରଚାରରେ ବାହାରିଲେ ଭାଜପା ନେତା

ଇନ୍ଦୋର,୧୯।୭: ମଧ୍ୟପ୍ରଦେଶର ସାନଓ୍ବର ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ଏଠାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ...

ସୁସ୍ଥ ହୋଇ ଘରକୁ ଫେରିଲେ ୧୦ ହଜାରରୁ ଊର୍ଦ୍ଧ୍ୱ କରୋନା ଭାଇରସ ସଂକ୍ରମିତ

ବେଜିଂ,୧୭।୨: କରୋନା ଭାଇରସ୍‌ ଏବେ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହା ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଚାଇନାରେ...

୨ ଘରୋଇ ସ୍କୁଲରେ ୫ ଛାତ୍ରୀଛାତ୍ର କରୋନା ପଜିଟିଭ୍‌…

ଗାଜିଆବାଦ, ୧୧।୪ : ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ହିଣ୍ଡନ ଅଞ୍ଚଳରେ ୨ ଘରୋଇ ସ୍କୁଲରେ ୫ ଜଣ ଛାତ୍ରୀଛାତ୍ରଙ୍କନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାକୁ...

ମଧ୍ୟରାତ୍ରରେ ସ୍ଥଳ ଭାଗ ଛୁଇଁବ ମାଣ୍ଡୋସ

ଚେନ୍ନାଇ,୯।୧୨: ବାତ୍ୟା ମାଣ୍ଡୋସ୍‌ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଶୁକ୍ରବାର ମଧ୍ୟରାତ୍ରରେ ପୁଡ଼ୁଚେରୀ ଓ ଶ୍ରୀହରିକୋଟା ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି...

ଡାଲା ଅଟୋ-ଟ୍ରଲି ମୁହାଁମୁହିଁ ଧକ୍କା: ଚାଲିଗଲା ୯ ଜୀବନ, ୧୭ ଆହତ

ହାଇଦ୍ରାବାଦ୍‌,୯।୫: ତେଲେଙ୍ଗାନାର କାମାରେଡି ଜିଲାର ନିଜାମସାଗରର ହାସନପାଲି ଫାଟକରେ ଏକ ଡାଲା ଅଟୋ ଟ୍ରଲି ସହ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୯...

ଉପେନ୍ଦ୍ର କୁଶୱାହାଙ୍କୁ Z – ସୁରକ୍ଷା

ପାଟନା,୧୭।୫: ବିହାରରେ ରାଷ୍ଟ୍ରିୟ ଲୋକ ଜନତା ଦଳ (ଆରଏଲଜେଡି) ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଏବେ ‘z -’ ସୁରକ୍ଷା ଯୋଗାଇ...

Advertisement
Archives

Model This Week