୨ ଭାରତୀୟ ଯବାନ ନିହତ ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ: ଜୟଶଙ୍କର

ନୂଆଦିଲ୍ଲୀ/କିନ୍‌ସାସା,୨୭ା୭: ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ ସାଧାରଣତନ୍ତ୍ରରେ ଜାତିସଂଘ ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି। ସ୍ଥାନୀୟ ବିଦ୍ରୋହୀଙ୍କ ହିଂସାତ୍ମକ ଆନ୍ଦୋଳନବେଳେ ୧୦ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୨ ଭାରତୀୟ ଯବାନ ଅଛନ୍ତି। ଉଭୟ ଯବାନ ରାଜସ୍ଥାନ ବାସିନ୍ଦା। ଦୁହେଁ ହେଡ୍‌ କନଷ୍ଟେବଳ ପାହ୍ୟାର ବୋଲି ଜଣାପଡ଼ିଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବିଏସ୍‌ଏଫ୍‌ ଯବାନ ଦ୍ୱୟଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ଅପରାଧୀଙ୍କ ବର୍ବର ଆକ୍ରମଣକୁ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, ଅଶାନ୍ତ କଙ୍ଗୋରେ ଶାନ୍ତିରକ୍ଷା ପାଇଁ ଦୁଇ ଦଶନ୍ଧି ହେଲା ଜାତିସଂଘର ବାହିନୀ ନିୟୋଜିତ ହୋଇଛି। ବିଦେଶୀ ସୈନ୍ୟଙ୍କ ଉପସ୍ଥିତିକୁ ସ୍ଥାନୀୟ ଶତାଧିକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ବିରୋଧ କରିଆସୁଛନ୍ତି। ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୋମବାର ବୁଟେମ୍ବୋରେ ହିଂସ୍ର ଆନ୍ଦୋଳନବେଳେ ୫ଶହରୁ ଊର୍ଦ୍ଧ୍ୱ ବିଦ୍ରୋହୀଙ୍କ ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ଏହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏଥିସହ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। କଙ୍ଗୋ ପୋଲିସ ଓ ସୈନ୍ୟମାନେ ଆନ୍ଦୋଳନସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲେ। ବିଏସ୍‌ଏଫ୍‌ ପକ୍ଷରୁ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଥିଲା। ସେମାନେ ବିଦ୍ରୋହୀମାନଙ୍କୁ ଘଉଡାଇ ଦେଇଥିଲେ। କିନ୍ତୁ ସଶସ୍ତ୍ର ବିଦ୍ରୋହୀ ପୁଣି ଥରେ ଫେରି ପାଲଟା ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପାଇଁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ଜୟଶଙ୍କର ଟୁଇଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ଆଜି ପୁଣି ବଢ଼ିଲା CNG ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୯।୮: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଦେଶରେ ଲଗାତାର ବଢ଼ୁଥିବା ଦର ମଧ୍ୟରେ IGL ପୁଣିଥରେ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୫୭୯, ଏବେବି ୩୨୦ ଭାରତୀୟ ନିଖୋଜ

କାଠମାଣ୍ଡୁ,୨୯ା୮: କେନ୍ଦ୍ରୀୟ ନେପାଳରେ ବୁଧବାର ଗ୍ଲେସିୟର ଧସି ହଠାତ୍‌ ଭୀଷଣ ବନ୍ୟା ମାଡ଼ିଆସିବାରୁ ରାସୁଓ୍ବା ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫୭୯ ଜଣଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri