ଘରୋଇ ଡାକ୍ତରଖାନାରେ ୨ ଘଣ୍ଟା ଉତ୍ତେଜନା

ବିଷମକଟକ,୨୬।୧୦(ଡି.ଏନ୍‌.ଏ.): ରାୟଗଡ଼ାର ଏକ ଘରୋଇ ହସ୍ପିଟାଲରେ ଜଣେ ଦେଢ଼ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ହୋଇଛି। ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଝିଗିଡି ସଦର ପଞ୍ଚାୟତର କୈଳାସ ଉଲ୍ଲାକା ଜ୍ୱରରେ ପୀଡ଼ିତ ନିଜ ଦେଢ଼ ବର୍ଷର ଶିଶୁ କନ୍ୟା ମେନ୍ସିଙ୍କୁ ମଙ୍ଗଳବାର ଭୋରରୁ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ମେଡିକାଲକୁ ନେଇଥିଲେ। ସେମାନେ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଖାନାର ଜରୁରିକାଳୀନ ୱାର୍ଡରେ ଜଣାଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ କିନ୍ତୁ ସେଠାରେ ବେଡ୍‌ ଖାଲି ନ ଥିବା କହିବା ସହ ବାହାରେ ଅପେକ୍ଷା କରିବାକୁ ଜଣାଇଥିଲେ। ସେଠାରେ ଦାୟିତ୍ୱରେ ଥିବା ନର୍ସ ଶିଶୁକନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ତାଙ୍କୁ ଜ୍ୱର ହୋଇଥିବା କହି କୌଣସି ଡାକ୍ତରଙ୍କୁ ନ ଜଣାଇ ଦୀର୍ଘ ୨ଘଣ୍ଟା କାଳ ଚିକିତ୍ସା ନ କରି ଅପେକ୍ଷା କରାଇଥିଲେ। ୨ ଘଣ୍ଟା ପରେ ଡାକ୍ତର ପହଞ୍ଚତ୍ ଶିଶୁକନ୍ୟାଙ୍କୁ ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି। ଚିକିତ୍ସା ଅବହେଳା ଯୋଗୁ ଝିଅର ମୃତ୍ୟୁ ହୋଇଛି ବୋଲି କହିବା ସହ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏହାପରେ ଦୁଇଘଣ୍ଟା କାଳ ଘରୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା। ଅନ୍ୟପଟେ ଶିଶୁ କନ୍ୟା ସିକିଲସେଲ ରୋଗରେ ପୀଡିତ ଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ଶିଶୁ କନ୍ୟା ସିକିଲସେଲ ରୋଗରେ ପୀଡିତ ଥିବା ଜାଣି ମଧ୍ୟ ତାଙ୍କୁ ଜରୁରିକାଳୀନ ସେବା କେମିତି ଯୋଗାଇଲେ ନାହିଁ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ଏଭଳି ରୋଗୀଙ୍କୁ ରକ୍ତ ଆବଶ୍ୟକ ଥାଏ। ତାହାର ବ୍ୟବସ୍ଥା ନ କରାଇବା ଦୁଃଖର ବିଷୟ ବୋଲି କହିବା ସହ ଯଦି ବେଡ୍‌ ଖାଲି ନ ଥିଲା ତେବେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିପାରିଥାନ୍ତେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଚିକିତ୍ସା ଅବହେଳା ପାଇଁ ଝିଅର ଜୀବନ ଚାଲିଗଲା। ଆଗାମୀ ଦିନରେ ଘରୋଇ ମେଡିକାଲର ଅବହେଳା ପାଇଁ ଆଉ କୌଣସି ନୀରହ ଜୀବନ ବଳି ନ ପଡୁ, ତେଣୁ ଯେଉଁମାନେ ଚିକିତ୍ସାରେ ଅବହେଳା କରିଛନ୍ତି ତାହାକୁ ନେଇ ଜିଲା ପ୍ରଶାସନ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ମୃତକଙ୍କ ବାପା କୈଳାସ ଉଲ୍ଲାକା ଦାବି କରିନ୍ତି। ଉକ୍ତ ଘରୋଇ ଡାକ୍ତରଖାନା ଅଧ୍ୟକ୍ଷଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଜରୁରିକାଳୀନ ବିଭାଗରେ ତଦନ୍ତ କରିବେ ବୋଲି କହିଛନ୍ତି। ମେଡିକାଲରେ ରୋଗୀ ସଂଖ୍ୟା ବଢ଼ୁଥିବାରୁ ବେଡ୍‌ ଅଧିକାଂଶ ସମୟ ଖାଲି ରହୁନାହିଁ। ଆଗାମୀ ଦିନରେ ବେଡ୍‌ ଖାଲି ନ ଥିଲେ ଯେ କୌଣସି ଜରୁରିକାଳୀନ ରୋଗୀଙ୍କୁ ଗେଟ୍‌ ବାହାରରୁ ହିଁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri