ଗ୍ରାମାଞ୍ଚଳରେ ଏଯାଏଁ ୨-ଜି,୩-ଜି ସେବା ପହଞ୍ଚତ୍ନି: ବିଜେଡି

ଭୁବନେଶ୍ବର,୬ା୧(ବ୍ୟୁରୋ): ରାଜ୍ୟରେ ଗୁରୁବାର ୫-ଜି ସେବା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ବର୍ତ୍ତମାନ ରାଜନୀତି ଆରମ୍ଭ ହୋଇଯାଇଛି। ଏହି ସେବା କେବଳ ପ୍ରଚାର ସର୍ବସ୍ବ ନ ହୋଇଯାଉ ବୋଲି ବିଜେଡି କହିଥିବା ବେଳେ ଭାଜପା ଶାସକ ଦଳ ଅଯଥା ରାଜନୀତି ନ କରୁ ବୋଲି କହିଛି।
ବିଜେଡି ପକ୍ଷରୁ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ୨ ସହର କଟକ ଓ ଭୁବନେଶ୍ୱରରେ ବର୍ତ୍ତମାନ ଯେଉଁ ୫-ଜି ସେବାର ଶୁଭାରମ୍ଭ ହୋଇଛି ଏହା ସ୍ବାଗତଯୋଗ୍ୟ। କିନ୍ତୁ ଓଡ଼ିଶାର ବହୁ ଗ୍ରାମାଞ୍ଚଳରେ ଏ ପର୍ଯ୍ୟନ୍ତ ୨-ଜି ଓ ୩-ଜି ସେବା ଉପଲବ୍ଧ ନାହିଁ। ଫଳରେ ଲୋକେ ମୋବାଇଲ ଓ ଇଣ୍ଟରନେଟ୍‌ ସେବାରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ଏହି ୫-ଜି ସେବା କେବଳ ପ୍ରଚାର ସର୍ବସ୍ବ ହୋଇ ନ ଯାଉ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଓଡ଼ିଶାର ସମସ୍ତ ଅଞ୍ଚଳକୁ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ତୁରନ୍ତ ଯୋଗାଯାଉ। ଟେଲି ଘନତ୍ୱ କ୍ଷେତ୍ରରେ ଦେଶର ସବୁଠାରୁ ୫ ପଛୁଆ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ। ୨୦୨୨ ଜୁଲାଇରେ ‘ଟ୍ରାଇ’ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟର ତଥ୍ୟ ଅନୁଯାୟୀ ଦେଶର ହାରାହାରି ଟେଲି ଘନତ୍ୱ ୮୫% ରହିଥିବା ବେଳେ ଓଡ଼ିଶାରେ ଏହି ହାରାହାରି ୭୫% ଏବଂ ଓଡ଼ିଶାର ଗ୍ରାମାଞ୍ଚଳରେ ମାତ୍ର ୬୭% ରହିଛି। ଏପରିକି ଦେଶର ସର୍ବାଧିକ ପଛୁଆ ଅଞ୍ଚଳ ଭାବେ ବିବେଚିତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଟେଲି ଘନତ୍ୱ ଓଡ଼ିଶାଠାରୁ ଅଧିକ ୭୮% ଏବଂ ଜମ୍ମୁ-କଶ୍ମୀରରେ ୮୦% ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଓଡ଼ିଶାର ୬୨୭୮ ଗଁାରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ପହଞ୍ଚିପାରୁ ନାହିଁ। ଏହି ସେବା ପହଞ୍ଚାଇବାକୁ ୨୫୦୦ ଟାୱାରର ଆବଶ୍ୟକତା ରହିଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୪୮୮ଟାୱାର ମଞ୍ଜୁର ହୋଇଛି। ନେଟ୍‌ୱର୍କ ନ ଥିବାରୁ କୋଭିଡ୍‌ ସମୟରେ ପିଲାମାନେ ଅନ୍‌ଲାଇନରେ ପାଠପଢ଼ା ପାଇଁ କେମିତି ହଇରାଣ ହେଉଥିଲେ ତାହା ସମସ୍ତେ ଜାଣିଛନ୍ତି। ତେଣୁ କେନ୍ଦ୍ର ସରକାର ରାଜ୍ୟବାସୀଙ୍କୁ ଦିନରେ ଲଣ୍ଠନ ନ ଦେଖାଇ ଲୋକଙ୍କ ହକ୍‌ ଏବଂ ସେବା ଯୋଗାଇ ଦିଅନ୍ତୁ ବୋଲି ଅମର କହିଛନ୍ତି।
ଭାଜପା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଓଡ଼ିଶା ପାଇଁ ଏହା ଏକ ଐତିହାସିକ ଦିନ। ଓଡ଼ିଶାରେ ବର୍ତ୍ତମାନ ନିର୍ଦ୍ଧାରିତ ସମୟଠାରୁ ଆଗୁଆ ୫-ଜି ସେବା ଶୁଭାରମ୍ଭ କରାଯାଇଛି। ଓଡ଼ିଶାରେ ଟେଲି ସେବା ଯୋଗାଇବା ନେଇ ମୋଦି ସରକାରଙ୍କ ଅବଦାନ ଐତିହାସିକ। ବିଜେଡି ୫-ଜି ସେବାକୁ ନେଇ ଆଦୌ ବିବ୍ରତ ନ ହେଉ। ଯେପର୍ଯ୍ୟନ୍ତ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ଅଛି ସେତେବେଳ ପର୍ଯ୍ୟନ୍ତ ଓଡ଼ିଶାର ଜନତାଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରାଥମିକତା ରହିଛି। ୨୨ ବର୍ଷ ଶାସନରେ ରହିବା ପରେ ମଧ୍ୟ ପାଖାପାଖି ୧୦ ହଜାର ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ କରିବାରେ ବିଫଳ ହୋଇଥିବା ବିଜେଡି ଏବେ ଟେଲି ଡେନ୍‌ସିଟ କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ସବୁବେଳେ କେନ୍ଦ୍ର ଅବହେଳାର ମିଛ ବୟାନବାଜି କରୁଥିବା ବିଜେଡି ତଥ୍ୟ ଉପରେ ବିତର୍କ କରୁ। ଏବେ କେନ୍ଦ୍ର ସରକାର ପୁଣି ଓଡ଼ିଶାରେ ଆଉ ୫ ହଜାର ଟେଲିକମ୍‌ ଟାଓ୍ବାର ପାଇଁ ୫ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି। ତେଣୁ ଓଡ଼ିଶାରେ ଟେଲିକମ୍‌ ସେବାର ବିକାଶ ନେଇ କେନ୍ଦ୍ରରେ ଥିବା ଭାଜପା ସରକାର ସବୁବେଳେ ଅଗ୍ରାଧିକାର ଦେଇ ଆସିଛି ବୋଲି ମହାଲିଙ୍ଗ କହିଛନ୍ତି। ବିଜେଡି ପାଖରେ ଏବେ କେନ୍ଦ୍ର ଅବହେଳାର କୁମ୍ଭୀର କାନ୍ଦଣା କାନ୍ଦିବା ଛଡ଼ା ସେମାନଙ୍କ ପାଖରେ ଆଉ କିଛି ରାଜନୈତିକ ପ୍ରସଙ୍ଗ ନାହିଁ। ଓଡ଼ିଶାରେ ପ୍ରତି ଗାଁକୁ ଅପ୍ଟିକାଲ ଫାଇବାର ସଂଯୋଗ ପାଇଁ କେନ୍ଦ୍ର ସରକାର ୧୦୮୦ କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାରଙ୍କୁ ଯୋଗାଇ ଦେଇଛନ୍ତି। ସେହି କାମ କେତେବାଟ ଗଲା ବିଜେଡି ଜବାବ ରଖୁ ବୋଲି ମହାଲିଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri