୨ ଇଞ୍ଜିନିୟର, ଜଣେ ଟେକ୍ନିସିଆନ ଗିରଫ

ଭୁବନେଶ୍ୱର,(ସୂର୍ଯ୍ୟକାନ୍ତ ବେହେରା)/ ବାଲେଶ୍ୱର, ୮ା୭ (ମାନସ ବିଶ୍ୱାଳ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ସିବିଆଇ ଶୁକ୍ରବାର ବଡ଼ ପଦକ୍ଷେପ ନେଇଛି। ତଦନ୍ତ ଭାର ନେବାର ମାସକ ପରେ ୩ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ବାହାନଗା ବଜାର ଷ୍ଟେଶନର ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍‌ ଓ ଟେକ୍ନିସିଆନ ପପୁ କୁମାର। ଦୁର୍ଘଟଣା ପାଇଁ ଦାୟୀ କରି ସିବିଆଇ ଏମାନଙ୍କ ନାଁରେ ଆଇପିସି ଧାରା ୩୦୪(ଜାଣିଶୁଣି ମୃତ୍ୟୁମୁହଁକୁ ଠେଲିଦେବା) ଓ ୨୦୧ (ପ୍ରମାଣ ନଷ୍ଟ କରିବା) ଲଗାଇଛି। ଗିରଫ ପରେ ପ୍ରଥମେ ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରୁ କଡା ସୁରକ୍ଷା ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ସମସ୍ତ ୩ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଟିମ୍‌ ଆବେଦନ କରିଥିଲା। ହେଲେ ସ୍ବତନ୍ତ୍ର ସିବିଆଇ କୋର୍ଟ ୫ ଦିନିଆ ରିମାଣ୍ଡ ଅନୁମତି ଦେବା ସହ ଆସନ୍ତା ୧୧ ତାରିଖରେ ପୁଣି ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିମାଣ୍ଡ ସମୟରେ ଏମାନଙ୍କଠାରୁ ସିବିଆଇ ଟିମ୍‌ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ। ଏଥିସହ ଦୁର୍ଘଟଣା ଉଦ୍ଦେଶ୍ୟମୂଳକ ହୋଇଥିବା ପ୍ରମାଣ ମିଳିଲେ ଅଭିଯୁକ୍ତଙ୍କ ନାମରେ ହତ୍ୟା ମାମଲା ରୁଜୁ ହେବ। କିଛିଦିନ ପୂର୍ବେ ରେଲୱେ ସେଫ୍‌ଟି କମିଶନର (ସିଆର୍‌ଏସ୍‌)ଙ୍କ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଥିଲା। ଉକ୍ତ ରିପୋର୍ଟରେ ଉଭୟ ମନୁଷ୍ୟକୃତ ଅବହେଳା ଓ ଯାନ୍ତ୍ରିକ ତ୍ରୁଟିରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ଉଲ୍ଲେଖ ରହିଥିଲା। ତେବେ ସିବିଆଇ ମଧ୍ୟ ସମାନ ଦୃଷ୍ଟିଭଙ୍ଗୀରେ ଅବହେଳାକୁ ଦାୟୀ କରି ୩ କର୍ମଚାରୀଙ୍କୁ ଗିରଫ କରିଛି। ତଦନ୍ତ ଜାରି ରହିଥିବାବେଳେ ଗିରଫ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।
ଜୁନ୍‌ ୨ରେ ଘଟିଥିବା ଏହି ଟ୍ରେନ୍‌ ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଓ ଚିକିତ୍ସାଧୀନ ଅବସ୍ଥାରେ ୫ଜଣଙ୍କୁ ମିଶାଇ ମୋଟ ୨୯୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୧ହଜାରରୁ ଊର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଏବେ ବି ଅନେକ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣାର ୨୪ ଘଣ୍ଟା ପରେ ସିବିଆଇ ତଦନ୍ତ ଭାର ନେଇଥିଲା। ପ୍ରଥମେ ବାହାନଗା ଷ୍ଟେଶନର ରିଲେ ରୁମ୍‌, ପ୍ୟାନେଲ ବକ୍ସ ଓ ଡାଟା ଲକର ରୁମ୍‌କୁ ସିଲ୍‌ କରିଥିଲା। ଏଥିସହ ହାର୍ଡ ଡିସ୍କ ସମେତ ବହୁ ଯନ୍ତ୍ରାଂଶ ଓ କାଗଜପତ୍ର ନିଜ ହେପାଜତକୁ ନେଇ ତଦନ୍ତକୁ ଆଗକୁ ବଢ଼ାଇଥିଲା। ପରବର୍ତ୍ତୀ ସମୟରେ ଷ୍ଟେଶନ୍‌ ମ୍ୟାନେଜରଙ୍କ ସମେତ ୧୨ଜଣ ରେଳ କର୍ମଚାରୀଙ୍କୁ ହେପାଜତକୁ ନେଇ ଏକାଧିକଥର ପଚରାଉଚରା କରିବା ସହ ସମସ୍ତଙ୍କର ପୃଥକ୍‌ ବୟାନ ରେକର୍ଡ କରିଥିଲା। ଏହି ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ, ତାହାର ନିଷ୍କର୍ଷରେ ପହଞ୍ଚତ୍ବା ପାଇଁ ବାରମ୍ବାର ଘଟଣାସ୍ଥଳ, ରିଲେ ରୁମ୍‌ ଓ ବାହାନଗା ରେଳଷ୍ଟେଶନ ଅଞ୍ଚଳରେ ଯାଞ୍ଚ ଚଳାଇଥିଲା ସିବିଆଇ ଟିମ୍‌। ଏଥିପାଇଁ କେନ୍ଦ୍ରୀୟ ସାଇଣ୍ଟିଫିକ ଟିମ୍‌ର ମଧ୍ୟ ସହାୟତା ନିଆଯାଇଥିଲା। ତଦନ୍ତରେ ସ୍ପଷ୍ଟତା ଆସିବା ଯାଏ ବାହାନଗା ବଜାର ରେଳ ଷ୍ଟେଶନରେ ଟ୍ରେନ ରହଣିକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟପକ୍ଷରେ ରେଳ ଦୁର୍ଘଟଣା ସମୟରେ ଡ୍ୟୁଟିରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ତଦନ୍ତର ଅଂଶ ଭାବେ ଗ୍ରହଣ କରିଥିଲା ସିବିଆଇ। ନିରାପଦ ଟ୍ରେନ ଚଳାଚଳ କାର୍ଯ୍ୟର ସୁନିଶ୍ଚିତତା ପାଇଁ ସିଗନାଲ୍‌ ବିଭାଗ ସେକ୍ସନ ଇଞ୍ଜିନିୟର ଓ ଟେକ୍ନିସିଆନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସିଗ୍‌ନାଲ, ଟ୍ରାକ୍‌ସର୍କିଟ, ପଏଣ୍ଟ ମେଶିନ୍‌ ଓ ଇଣ୍ଟରଲକିଂ ସିଷ୍ଟମ ସହିତ ସିଗ୍‌ନାଲ ଉପକରଣର ସ୍ଥାପନ, ରକ୍ଷଣାବେକ୍ଷଣ ଏବଂ ମରାମତି ଦାୟିତ୍ୱ ସେମାନଙ୍କର। ତେବେ ଦୁର୍ଘଟଣା ପରେ ଇଲେକ୍ଟ୍ରୋନିକ୍‌ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଓ ଟାମ୍ପରିଂ ହୋଇଥିବା ଅଭିଯୋଗ ଉଠିଥିଲା। ରେଳ ରୁଟ୍‌ରେ ସବୁକିଛି ଠିକ୍‌ଠାକ୍‌ ଥିବା ପୂର୍ବ ସର୍ତ୍ତ ପୂରଣ ପରେ ହିଁ ଟ୍ରାକ୍‌ରେ ସବୁଜ ସଙ୍କେତ ମିଳିଥାଏ। ଯଦିବା କୌଣସି ମୁହୂର୍ତ୍ତରେ ଛୋଟ ସମସ୍ୟା ଦେଖାଦିଏ, କୌଣସି ପରିସ୍ଥିତିରେ ସିଗ୍‌ନାଲ ସବୁଜ ସଙ୍କେତ ହୋଇପାରିବ ନାହିଁ, ଏହା ଲାଲ୍‌ ହୋଇରହିବ। ଯଦି କୌଣସି ବ୍ୟକ୍ତି ସିଗ୍‌ନାଲିଂ ସିଷ୍ଟମରେ ଶାରୀରିକ ଭାବେ ଟାମ୍ପରିଂ କରନ୍ତି, ତା’ହେଲେ ଭୁଲ୍‌ ହୋଇଥିଲେ ବି ଏହା ସବୁଜ ହୋଇପାରିବ ବୋଲି ରେଳ ଅଧିକାରୀମାନେ ବିଭିନ୍ନ ଗଣମାଧ୍ୟମରେ କହିଥିଲେ। ସେହି ଆଧାରରେ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମର ଟାମ୍ପରିଂ ଅଭିଯୋଗକୁ ନେଇ ସିବିଆଇ ତା’ର ତଦନ୍ତରେ ଗୁରୁତ୍ୱ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri