୩ କମ୍ପାନୀର ୨ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର, ୧୨।୬(ବ୍ୟୁରୋ):  ଗ୍ରାହକଙ୍କୁ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଆଦାୟ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶୁକ୍ରବାର ଆଉ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କର୍ନାଟକ ଉଡୁପି ଜିଲାର ରକ୍ସିତ୍‌ ଓ ସୁଶାନ୍ତ। ଶନିବାର ସେମାନଙ୍କୁ ଭୁବନେଶ୍ୱର ଏସ୍‌ଡିଜିଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ରକ୍ସିତ୍‌ ଓ ସୁଶାନ୍ତଙ୍କୁ ଇଓଡବ୍ଲ୍ୟୁ ନୋଟିସ ଦେଇଥିଲା। ସେମାନେ ଭୁବନେଶ୍ୱରସ୍ଥିତ ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଜେରା କରାଯାଇଥିଲା। ଠକେଇର ପ୍ରମାଣ ମିଳିବାରୁ ଇଓଡବ୍ଲ୍ୟୁ ଉଭୟଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ରକ୍ସିତ୍‌ ଓ ସୁଶାନ୍ତ ହେଉଛନ୍ତି ୩ଟି କମ୍ପାନୀର ନିର୍ଦ୍ଦେଶକ। ଉକ୍ତ କମ୍ପାନୀଗୁଡ଼ିକ ହେଲା ମୁଡ୍‌ମେଟ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ ଲିମିଟେଡ୍‌, ୟେଲୋ ଟିଉନ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ ଲିମିଟେଡ୍‌ ଓ ପିଙ୍କ୍‌ଲିଫ୍‌ ଆରିୟାନ କମ୍ୟୁନିକେଶନ୍ସ ପ୍ରାଇଭେଟ ଲିମିଟେଡ୍‌। ଏଥିସହ ଅଭିଯୁକ୍ତଦ୍ୱୟ ବେଙ୍ଗାଲୁରୁରେ ଏକ କଲ୍‌ ସେଣ୍ଟରକୁ ମଧ୍ୟ ଚଳାଉଥିଲେ। ଉକ୍ତ କଲ୍‌ ସେଣ୍ଟର ମାଧ୍ୟମରେ ସେମାନେ ଲୋନ ନେଇଥିବା ଗ୍ରାହକଙ୍କୁ ନିର୍ଯାତନା ଦେବା ସହ ଧମକ ଦେଉଥିଲେ ବୋଲି ଇଓଡବ୍ଲ୍ୟୁ ସୂଚନା ଦେଇଛି। ଏହି ମାମଲାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ତଥା ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ରାମ ଶ୍ରୀରାମ ପଠାଡ଼େ ଏବଂ ତାଙ୍କର ଦୁଇ ସହଯୋଗୀ ଜାଭେଦ୍‌ ମହମ୍ମଦ ସୈଫ ଓ ତରୁଣ ଦୁଡ଼େଜା ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ଫଳରେ ଗିରଫ ସଂଖ୍ୟା ୫ରେ ପହଞ୍ଚତ୍ଛି।
ଅନ୍ୟପକ୍ଷରେ ପୂର୍ବରୁ ‘ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡ’ର ୪ ଆକାଉଣ୍ଟରେ ଥିବା ୬ କୋଟି ୫୭ ଲକ୍ଷ ୩୪ ହଜାର ୮୨୯ ଟଙ୍କା ଫ୍ରିଜ୍‌ କରିଛି ଇଓଡବ୍ଲ୍ୟୁ। ଏହି ସଂସ୍ଥା ବିଭିନ୍ନ ମାଧ୍ୟମରେ ଜୋଜୋ ଓ କୋକୋ ଲୋନ୍‌ ଆପ୍‌ ଦ୍ୱାରା ଲୋକଙ୍କୁ ଟଙ୍କା ଦେଇ ବହୁଗୁଣା ଆଦାୟ କରୁଥିଲା। ମୁଖ୍ୟ ଅଭିଯୁକ୍ତ ଶ୍ରୀରାମଙ୍କ ସହଯୋଗୀମାନେ ଉପରୋକ୍ତ କମ୍ପାନୀରେ ଆକାଉଣ୍ଟ ଖୋଲିବାକୁ ସାଧାରଣ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ। ଏଥିସହ ସେମାନଙ୍କ ନାମରେ ସିମ୍‌ କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଦାୟିତ୍ୱରେ ଥିଲେ। ଏଥିପାଇଁ ୨ରୁ ୩ ଲକ୍ଷ ଟଙ୍କା ସିମ୍‌ ମାଲିକଙ୍କୁ ଦିଆଯାଉଥିଲା। ଉକ୍ତ ସିମ୍‌ ସବୁକୁ ଅଭିଯୁକ୍ତଦ୍ୱୟ ନିଜ ମୋବାଇଲରେ ଚଲାଇବା ସହ ତାଙ୍କ କମ୍ପାନୀରେ ଭିନ୍ନ ଭିନ୍ନ ଆକାଉଣ୍ଟ ଖୋଲୁଥିଲେ। ‘ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡ୍‌’ ଏହି ସହଯୋଗୀଙ୍କ ଆକାଉଣ୍ଟ ଦ୍ୱାରା ଟଙ୍କା ନେଉଥିଲା। ତଦନ୍ତବେଳେ ବାଟବଣା କରିବାକୁ ଗ୍ରାହକଙ୍କଠାରୁ ମାଷ୍ଟରମାଇଣ୍ଡ ଯାଏ ଏହିପରି ୩ରୁ ୪ଟି ମାଧ୍ୟମ ଦେଇ ଠକେଇ ଟଙ୍କା କାରବାର ହେଉଥିଲା। ତେବେ ରାଜ୍ୟର ବିଭିନ୍ନ ଜିଲାର ଅନେକ ଲୋକ ଏନେଇ ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ଏପ୍ରିଲ୍‌ ୨୧ରେ ଏକ ମାମଲା ( ନଂ.୯/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?