ଅପେକ୍ଷାରେ ୨ ଦଶନ୍ଧି

ଯାଜପୁର ଅଫିସ,୯।୧୦: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ନିୟନ୍ତ୍ରଣ କରିବାକୁ ନଦୀର ଉପରମୁଣ୍ଡ ଆନନ୍ଦପୁର ଏବଂ କାନପୁରଠାରେ ୨ଟି ସମନ୍ବିତ ଜଳ ସେଚନ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହି ଦୁଇ ପ୍ରକଳ୍ପ ପ୍ରାୟ ୨ ଦଶନ୍ଧି ହେଲା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲେ ହେଁ ଏଯାଏ କାର୍ଯ୍ୟ ଅଧାପନ୍ତରିଆ ହୋଇରହିଛିି। ଏହି କାରଣରୁ ବୈତରଣୀ ନଦୀରେ ବନ୍ୟା ନିୟନ୍ତ୍ରଣ ଆଶା ପୂରଣ ହୋଇପାରୁନାହିଁ। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ନୈରାଶ୍ୟଜନକ ଅଗ୍ରଗତି ଉପରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହିକ୍ରମରେ ସାଲପଡ଼ା, ବସୁଦେବପୁର ଓ ଲକ୍ଷ୍ମୀପୋଷି ଜଳ ସମ୍ପଦ ବିଭାଗ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସ୍ବତନ୍ତ୍ର ସଚିବ ମୁକୁଳ ଚନ୍ଦ୍ର ବେରା ନିର୍ଦ୍ଦେଶ ଜାରି କରିଛନ୍ତି।
୨୦୦୫-୦୬ରେ ବୈତରଣୀ ନଦୀ ଉପରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିଲା। ୫ ବର୍ଷ ମଧ୍ୟରେ ନିର୍ମାଣ ଶେଷ ହେବା ପାଇଁ ଲକ୍ଷ୍ୟ ଥିଲା। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୮୬୪.୩୬ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ଏଯାଏ ମାତ୍ର ୧୭୧୫.୯୩ କୋଟି ଟଙ୍କା ଖର୍ଚ୍ଚ ହୋଇ ପାରିଛି। ଏଥିରେ ହେଡ୍‌ ୱାର୍କ ଶତପ୍ରତିଶତ ସମ୍ପୂର୍ଣ୍ଣ ହୋଇଥିବାବେଳେ ମେନ୍‌ କେନାଲ କାର୍ଯ୍ୟ ୭୩% ଓ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ କାର୍ଯ୍ୟ ମାତ୍ର ୫% ସମ୍ପୂର୍ଣ୍ଣ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ୫୬,୭୨୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏଥିପାଇଁ ଡାହାଣ ପାର୍ଶ୍ୱରେ ୯ କିମି ଏବଂ ବାମ ପାର୍ଶ୍ୱରେ ୨୮.୫୦ କିମି ଦୈର୍ଘ୍ୟ କେନାଲ ନିର୍ମାଣ ହେଉଛି। ତେବେ ଜମି ଅଧିଗ୍ରହଣରେ ସମସ୍ୟା ପ୍ରକଳ୍ପ ସମ୍ପୂର୍ଣ୍ଣତାରେ ଅନ୍ତରାୟ ସାଜିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କେନାଲ ନିର୍ମାଣ ପାଇଁ ଆବଶ୍ୟକ ୩.୬୪ ହେକ୍ଟର ଜମିରୁ ୧.୫୧ ହେକ୍ଟର ଜମିର ପାଉଣା ପ୍ରଦାନ ପ୍ରକ୍ରିୟାରେ ରହିଛି। ଅନ୍ୟପକ୍ଷେ ୨.୧୩ ହେକ୍ଟର ଜମିର ଅଧିଗ୍ରହଣ ହୋଇ ପାରିନାହିଁ। ବାମପାର୍ଶ୍ୱ କେନାଲ ପାଇଁ ଆବଶ୍ୟକ ୫୧୮.୩୨ ହେକ୍ଟର ଜମିରୁ ୫୧୬.୭୯ ହେକ୍ଟର ଜମି ମିଳିସାରିଛି। ବାକି ୧.୫୩ ହେକ୍ଟର ଜମି ଅଧିଗ୍ରହଣରେ ବିଳମ୍ବ ହେଉଛି। ୨୦୨୪ ଜାନୁୟାରୀ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ବିଭାଗ ପକ୍ଷରୁ ଦାବି ହୋଇଛି। ଏଭଳି ସ୍ଥିତିରେ ଆନନ୍ଦପୁର ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ରହିଥିବାରୁ ବୈତରଣୀ ନଦୀର ତଳମୁଣ୍ଡ ଅଞ୍ଚଳବାସୀ ବନ୍ୟା ସମୟରେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
ସେହିପରି ୨୦୦୩-୦୪ରେ କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅଦ୍ୟାବଧି ୮୧% ଶେଷ ହୋଇଥିବା ବିଭାଗ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି। ଏହାସହ ଆବଣ୍ଟିତ ୨୩୦୧.୨୮ କୋଟି ଟଙ୍କାରୁ ୧,୮୭୩.୬୭ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଏଥିରେ ପ୍ରଧାନମନ୍ତ୍ରୀ କୃଷି ସେଚ ଯୋଜନାରେ ୨୦୧୬ରୁ ୧୦୯୨.୮୮୨ କୋଟି ଟଙ୍କାରୁ ୬୬୫.୨୭ କୋଟି ଖର୍ଚ୍ଚ କରାଯାଇଛି। ବୈତରଣୀ ନଦୀରେ ଏହି ପ୍ରକଳ୍ପର ଲମ୍ବ ୩.୪୬୦ କିମି ଏବଂ ଉଚ୍ଚତା ୩୯.୫୦ ମିଟର ରହିଛି। ଏଥିରେ ମୁଖ୍ୟ କେନାଲର ଲମ୍ବ ୭୮.୨୧ କିମି ରହିଥିବାବେଳେ ୭ଟି ଡିଷ୍ଟ୍ରିବ୍ୟୁଟାରୀ ରହିଛି। ନିର୍ମାଣ ସମୟ ୫ ବର୍ଷ ଧାର୍ଯ୍ୟ ହୋଇଥିଲେ ହେଁ କାର୍ଯ୍ୟ ଶେଷ ହେଉନାହିଁ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ୪୭,୭୦୯ ହେକ୍ଟର ଜମିରେ ଜଳସେଚନ ହୋଇପାରିବ। ତେବେ ୩୧୦.୧୧ ହେକ୍ଟର ଜମି ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ଅପେକ୍ଷାରେ ରହିଥିବାରୁ ପ୍ରକଳ୍ପର ଅଗ୍ରଗତିରେ ବାଧା ସୃଷ୍ଟି ହୋଇଥିବା କୁହାଯାଇଛି। ଏହି ପ୍ରକଳ୍ପରେ ଆବଶ୍ୟକ ୭୬୦୦.୬୦ ଏକର ମଧ୍ୟରୁ ୫୭୮.୫୨ ଏକର ଜମି ଅଧିଗ୍ରହଣ ହେବାର ବାକି ରହିଛି। ସମୁଦାୟ ୪,୪୩୪ ବିସ୍ଥାପିତଙ୍କ ମଧ୍ୟରୁ ୩,୯୩୩ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି।
ଅନ୍ୟପକ୍ଷରେ ୧୯୯୬-୯୭ରେ ଆରମ୍ଭ ହୋଇଥିବା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ୯୨% ସରିଛି। ବ୍ୟୟ ଅଟକଳ ୪୪୫୫.୬୮ କୋଟି ଟଙ୍କାରୁ ଅଧିକ ଅର୍ଥାତ୍‌ ୪୮୮୨.୦୭ କୋଟି ଖର୍ଚ୍ଚ ହୋଇ ସାରିଛି। ୫ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏବେ ଯାଏ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଉପରୋକ୍ତ ପ୍ରକଳ୍ପଗୁଡିକରେ ଏକାଧିକ କାର୍ଯ୍ୟ ନିର୍ମାଣାଧୀନ ଥିବାରୁ ଉପଯୁକ୍ତ ପରିଚାଳନାର ଆବଶ୍ୟକତା ରହିଛି ବୋଲି ସଚିବ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri