୨ ଦିନିଆ ରାଜପୁତାନା ବିଜ୍‌ନେସ ସମ୍ମିଟ ଉଦ୍‌ଯାପିତ

ଭୁବନେଶ୍ୱର,୨।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଅଖଣ୍ଡ ରାଜପୁତାନା ସେବାସଂଘ (ଏଆର୍‌ଏସ୍‌)ର ଓଡ଼ିଶା ଶାଖା ପକ୍ଷରୁ ଏକ ୨ ଦିନିଆ ରାଜପୁତାନା ବିଜ୍‌ନେସ ସମ୍ମିଟ-୨୦୨୪ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ୨୦୨୪ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ରେ ଏହି ୨ ଦିନିଆ ସମ୍ମିଳନୀ ଆୟୋଜିତ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ରାଠୋର ଗ୍ରୁପର ଚେୟାରମ୍ୟାନ୍‌ ତଥା ଏମ୍‌ଡି ରତନ ସିଂ ରାଠୋର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲାବେଳେ ଏମ୍‌ଆରଏସ୍‌ ଗ୍ରୁପର ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ୍‌ ମେଘରାଜ ସିଂ ରୟାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଯୁବବ୍ୟବସାୟୀ ଓ ନୂତନ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଲାଗି ୨ଟି କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅଶୋକ ସିଂ, ରତନ ସିଂ ରାଠୋର, ଶକ୍ତି ସିଂ ବାନ୍ଦିକ୍ୟୁ, ସଞ୍ଜୟ ସାରସ୍ବତ,କିଶୋର ସିଂ ଝାଲା, ଠାକୁର ଅନୁପ ସିଂ, ଜିତେନ୍ଦ୍ର ସିଂ ପାଚର, କନୱାଲ ସିଂ ଚୌହାନ,ଅଶ୍ୱିନ ସିଂ ସର୍ଭାଇୟା, ଅମିତ ସିଂ ପ୍ରମୁଖ ସଫଳ ଉଦ୍ୟୋଗ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେହିଭଳି ସମ୍ମିଳନୀର ଦ୍ୱିତୀୟ ଦିନରେ ସାମାଜିକ, ବ୍ୟବସାୟ, ଅର୍ଥନୈତିକ ଏବଂ ଭବିଷ୍ୟତର ରୋଜଗାର ସମ୍ବନ୍ଧରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏହି ଅବସରରେ ଠାକୁର ଆର. ପି. ସିଂ ଦୁର୍ଗବନଶମ, ଜାତୀୟ ସଭାପତି, ଏଆର୍‌ଏସ୍‌, ଚନ୍ଦ୍ର ଶେଖର ସିଂ, ରାଜ୍ୟ ସଭାପତି, ଏଆର୍‌ଏସ୍‌ ଓଡ଼ିଶା, ଜୟ ପ୍ରକାଶ ସିଂ, ସୁରେନ୍ଦ୍ର ବାହାଦୁର ସିଂ, କନୱାଲ ସିଂ ଚୌହାନ, ସୌଭାଗ୍ୟ ସିଂ ଦେଓରା, ମନଭେନ୍ଦ୍ର ସିଂ, କେ. ବି. ସିଂ, ଅନିଲ କୁମାର ସିଂ, ଡା ମୃଣାଳୀ ଦରଶାୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଏଆରଏସର ଜାତୀୟ ସଭାପତି ଆର୍‌.ପି.ସିଂ, ରାଜ୍ୟ ସଭାପତି ଚନ୍ଦ୍ର ଶେଖର ସିଂ ଏବଂ ରାଜ୍ୟ ସମ୍ପାଦକ ଚନ୍ଦ୍ର ଭୂଷଣ ସିଂଙ୍କ ଏହି ୨ଦିନିଆ କର୍ମଶାଳାକୁ ସଫଳତାର ସହ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫି ଚାଷ ସମ୍ୱନ୍ଧୀୟ ବ୍ଲକ ସ୍ତରୀୟ କର୍ମଶାଳା , ଯୋଗଦେଲେ ଚାଷୀ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚା ପରିସର ମଧ୍ୟରେ ଗୁରୁବାର କଫି ଚାଷ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ…

ରାଜ୍ୟରେ ଘନେଇଲାଣି ପେଟ୍ରୋଲ, ଡିଜେଲ ଅଭାବ

ଗତ ଫେବୃଆରୀ ୨୮ରୁ ଇରାନ୍‌ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି ଆରବ ଦେଶଗୁଡ଼ିକରୁ…

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ: ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଗୁଳି କରି ହତ୍ୟା, ବାଜିଛି ୩ ରାଉଣ୍ଡ ଗୁଳି

କୋଲକାତା,୬।୫: ପଶ୍ଚିମବଙ୍ଗରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ (PA) ଚନ୍ଦ୍ରନାଥ ରଥଙ୍କୁ…

ବିଶ୍ବରେ ଚହଳ! ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, ହର୍ମୁଜ୍‌ ନ ଖୋଲିଲେ ବୋମାମାଡ଼…

ଓ୍ବାଶିଂଟନ,୬ା୫: ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଇରନକୁ ଧମକ ଦେଇଛନ୍ତି। ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନ ଖୋଲିରେ ଅଧିକ ବୋମାମାଡ଼ ହେବ ବୋଲି…

କାଲି ତାମିଲନାଡୁରେ ହେବନି ଶପଥ ସମାରୋହ! ଟିଭିକେକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ମାଗିଲେ ରାଜ୍ୟପାଳ

ଚେନ୍ନାଇ,୬ା୫: ତାମିଲନାଡୁରେ ଗୁରୁବାର ହେବାକୁ ଥିବା ବିଜୟଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ ରଖାଯାଇପାରେ । ଥଲାପତି ବିଜୟଙ୍କ ନେତୃତ୍ୱାଧୀନ ତାମିଲାଗା ଭେଟ୍ଟ୍ରି କାଝଗମ୍‌ (ଟିଭିକେ) ତାମିଲନାଡୁରେ…

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

କିଏ ସେ ଅଗ୍ନିମିତ୍ରା ପଲ? ଦିଲ୍ଲୀରେ ପହଞ୍ଚିବା ପରେ ବଢ଼ିଲା ହଲଚଲ, ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କୋଲକାତା,୬।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ଼କୁ ଭାଙ୍ଗି ଭାଜପା ୨୦୭ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri