୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ: ମାଲିକଙ୍କ ସମେତ ୩ ଜଣଙ୍କୁ ଜେରା

କୁଆଁରମୁଣ୍ଡା, ୩।୪(ଡି.ଏନ୍‌.ଏ.): କେନ୍ଦ୍ରୀୟ ପଣ୍ୟ ଓ ସେବାକର ବିଭାଗ(ସିଜିଏସ୍‌ଟି) ପକ୍ଷରୁ ୨ ଦିନ ହେଲା କୁଆଁରମୁଣ୍ଡା- ହାତୀବାରୀ ରୋଡରେ ଥିବା ଟପ୍‌ଟେକ୍‌ ନାମକ ଇନ୍‌ଗଟ୍‌ କାରଖାନା ସମେତ ରାଉରକେଲା ସିଭିଲଟାଉନ୍‌ ଏବଂ ଛେଣ୍ଡ ଅଞ୍ଚଳରେ ଥିବା ଏହାର କାର୍ଯ୍ୟାଳୟରେ ଚଢାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛନ୍ତି। ଏପରି କି ଅଧିକାରୀମାନେ କାରଖାନା ମାଲିକ ଶ୍ୟାମ ବିହାରି ପ୍ରସାଦ ଏବଂ ପୁଅ ଶିବ ସୁନ୍ଦର ପ୍ରାସଦ ଓ ଅନିଲ ପାଣ୍ଡେ ନାମକ ଜଣେ ଅଂଶିଦାରଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଏପରିକି ଅଧିକାରୀମାନେ କମ୍ପାନୀର କାଗଜପତ୍ର ଜବତ କରି ଯାଞ୍ଚ କରୁଛନ୍ତି।

ସୂଚନା ଯୋଗ୍ୟ, କାରଖାନାରେ ଚୋରା ଲୁହା ସ୍କ୍ରାପକୁ ତରଲାଇ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରାଯାଇ ବଜାରରେ ବେଆଇନ ଭାବେ ବିକ୍ରି କରାଯାଉଥିଲା। ଏନେଇ କୌଣସି ସୂତ୍ରରୁ ବିଭାଗକୁ ଖବର ମଳିଥିଲା। ସିଜିଏସ୍‌ଟି ଗୋଇନ୍ଦା ଡେପୁଟି ଡାଇରେକ୍ଟର କୁନାଲ କୁମାରଙ୍କ ନେତୃତ୍ୱରେ ୨୦ ଜଣିଆ ଟିମ୍‌ ଉକ୍ତ କାରଖାନା ସମେତ କାର୍ଯ୍ୟାଳୟରେ ଚଢାଉ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଗଡ଼ଠାରେ ବୌଦ୍ଧିକ ସମାବେଶ: ଧର୍ମଗଡ ଅଞ୍ଚଳର ବିକାଶ ପାଇଁ ମୁଁ ସର୍ବଦା ସଙ୍କଳ୍ପ ବଦ୍ଧ: ଶକ୍ତିମନ୍ତ୍ରୀ

ଧର୍ମଗଡ,୨୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡଠାରେ ଜୀବନ ବିନ୍ଦୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବୁଧବାର ସ୍ଥାନୀୟ ଅଞ୍ଚଳର ଉନ୍ନତି ସହିତ ଏକ ବିକଶିତ ଧର୍ମଗଡ କିଭଳି କରାଯାଇପାରି...

ସୁନା ଦୋକାନୀଙ୍କଠାରୁ ଲୁଟ ଉଦ୍ୟମ: ଅଭିଯୁକ୍ତ ଗିରଫ

ବାରିପଦା ଅଫିସ,୨୬ା୧୦- ବାରିପଦା ସହରର ଜିଲା ପ୍ରାଣୀ ଚିକିତ୍ସାଳୟ ନିକଟରେ ଗତ ମଙ୍ଗଳବାର ରାତିରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ ଉଦ୍ୟମ ଘଟଣାରେ ଟାଉନ ଥାନା...

ମଧ୍ୟାହ୍ନଭୋଜନ ଚାଉଳ ଆଣିବାକୁ ଯିବା ବେଳେ ଦୁର୍ଘଟଣା: ଅଟୋକୁ ପିଟିଲା ଟ୍ରକ୍ ‌- ୩ ମୃତ,୯ଗୁରୁତର

ବାରିପଦା ଅଫିସ/ବାଙ୍ଗିରିପୋଷି,୧୭ା୯(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି...

କବିତା ପାଠ କଲେ କୁନି କୁନି କବି

ବାଲେଶ୍ୱର ଅଫିସ, ୧୦।୨-ବାଲେଶ୍ୱର ସହର ପାଣିଟାଙ୍କିସ୍ଥିତ ଆତିଥ୍ୟ ଭବନରେ କବି ପ୍ରଶାନ୍ତ ଦାସଙ୍କ ଶିଶୁ କବିତା ପୁସ୍ତକ ‘ବାବୁଲା ଭାରି ଚଗଲା’ ରବିବାର ସନ୍ଧ୍ୟାରେ ଉନ୍ମୋଚିତ...

ରେକର୍ଡ ନିଶାରେ ଦିବ୍ୟଜ୍ୟୋତି

କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି...

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥଙ୍କ ପରଲୋକ

କଟକ ଅଫିସ,୭ା୩: ସ୍ବାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।...

୨ ଦିନ ହେଲା ଜଳ ଯୋଗାଣ ବନ୍ଦ

ଆରଡି, ୧୯ା୭, (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି ଅଞ୍ଚଳରେ ଏବେ ମେଗା ଜଳପ୍ରକଳ୍ପ ନିର୍ମାଣାଧୀନ କାର୍ଯ୍ୟକୁ ନେଇ ସଙ୍କଟ ଉପୁଜିଛି। ଆଖଣ୍ଡଳ ମଣି –...

ପତ୍ରପୋଡା ରୋଗ: ଶତାଧିକ ଏକର ଧାନ ଫସଲ ନଷ୍ଟ ଆଶଙ୍କା

ବାଲିଆ,୯ା୧୧: ବିରିଡି ବ୍ଲକର ବଡଖଣ୍ଡାଏତା ପଞ୍ଚାୟତର ବାଇଟାଙ୍ଗୀ, ରାଇମୁହଁ, ବଡଖରଦା, ଗଉଡକିଆରି, ବଉରି ଜୋରି, ଚୌଧୁରିବାଟୀ ପ୍ରଭୃତି ପାଟ ଜମିରେ ପତ୍ରପୋଡା ରୋଗ ଦେଖାଦେଇଛି। ଫଳରେ...

Advertisement
Archives

Model This Week