
ଭୁବନେଶ୍ୱର, ୧୯।୮(ବ୍ୟୁରୋ): ବୁଧବାର ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ପାସ୍ ହାର ରହିଛି ୭୪.୯୫ ପ୍ରତିଶତ। ପାସ୍ ହାରରେ ନୟାଗଡ଼ ସବୁଠାରୁ ଆଗରେ ଥିବାବେଳେ ଦେବଗଡ଼ ସବୁଠୁ ପଛରେ ରହିଛି। ତେବେ ଚଳିତ ବର୍ଷ ପୁଅମାନେ ଭଲ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ଯୁକ୍ତ ୨ ବାଣିଜ୍ୟରେ ମୋଟ ୨୫,୭୭୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୯,୩୧୮ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୨,୨୧୫ ପୁଅ ଥିବା ବେଳେ ୭,୧୦୩ ଜଣ ଝିଅ ରହିଛନ୍ତି।
ସେହିପରି ପ୍ରଥମ ଶ୍ରେଣୀରେ ୬୬୧୦ଜଣ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୪୨୫୯ ଓ ତୃତୀୟ ଶ୍ରେଣୀରେ ୮୩୬୧ ଛାତ୍ରୀଛାତ୍ର ପାସ୍ କରିଛନ୍ତି। ୪୦ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଜଣାପଡ଼ିଛି।