ପୋଲିସ ପଞ୍ଝାରେ ୨ ବ୍ରାଉନସୁଗାର ବେପାରୀ

ବାଳକାଟୀ,୨।୧୧(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଳକାଟୀ ଫାଣ୍ଡି ପରିସରଭୁକ୍ତ ଭାର୍ଗବୀ ସେତୁ ନିକଟରୁ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ଦୁଇଜଣ ବ୍ରାଉନ ସୁଗାର ବେପାରୀଙ୍କୁ ବାଲିଅନ୍ତା ପୋଲିସ ଉଠାଇନେଇଛି। ଏମାନଙ୍କଠାରୁ ପୋଲିସ ଟଙ୍କା ଓ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଅଟକ ଥିବା ବ୍ରାଉନ ସୁଗାର ବେପାରୀ ବାଳକାଟୀ ନୂଆପାଟଣା ଓ ନନ୍ଦୀ ସାହି ଗ୍ରାମର ବୋଲି ଜଣାପଡିଛ।
ବାଳକାଟୀ ଏବେ ନିଶା ବେପାରୀଙ୍କ ଭୂସ୍ବର୍ଗ ପାଲଟିଛି. ଉପକଣ୍ଠ ଅଞ୍ଚଳ ହୋଇଥିବାରୁ ପୋଲିସ ପାଟ୍ରୋଲିଂ ପ୍ରତି ସେତେଟା ଗୁରୁତ୍ୱ ଦେଉ ନ ଥିବାରୁ ଅସାମାଜିକ ବ୍ୟକ୍ତିମାନେ ବେଧଡ଼କ ନିଶା କାରବାର ଚଳାଇଛନ୍ତି। ଧରାଯାଇଥିବା ଦୁଇ ନିଶା ବେପାରୀ ବାଳକାଟୀରେ ଅବାଧରେ ବ୍ରାଉନସୁଗାର କାରବାର କରିଆସୁଥିଲେ। ତେବେ ବାଲିଅନ୍ତା ପୋଲିସର ଏକ ସାଦା ପୋଷାକଧାରୀ ଟିମ୍‌ ମଙ୍ଗଳବାର ବାଳକାଟୀ ଭାର୍ଗବୀ ସେତୁ ନିକଟରେ ଏହି ଦୁଇ ବେପାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ନୂଆପାଟଣା ଗ୍ରାମର ଓ ନନ୍ଦୀ ସାହି ଗ୍ରାମର ଏହି ବ୍ରାଉନସୁଗାର ବେପାରୀଦ୍ୱୟ ଏକ ବାଇକ୍‌ରେ ବ୍ରାଉନସୁଗାର ପୁଡିଆ ନେଇ ବଜାରରୁ ଭାର୍ଗବୀ ସେତୁ ଆଡକୁ ଯାଉଥିଲେ। ଏହି ସମୟରେ ନୂଆପାଟଣା ସ୍କୁଲ ଗଡା ନିକଟରେ ଜଗି ରହିଥିବା ପୋଲିସ ମାଡି ବସିଥିଲେ। ପୋଲିସ ଧରିବାବେଳେ ବେପାରୀଦ୍ୱୟ ରଖିଥିବା ଟଙ୍କା ଓ ବ୍ରାଉନସୁଗାର ପ୍ୟାକେଟକୁ ରାସ୍ତା ତଳେ ଥିବା ଖାଲକୁ ଫୋପାଡ଼ି ଦେଇଥିଲେ। ପୋଲିସ ବେପାରୀଦ୍ୱୟଙ୍କୁ କାବୁ କରିବା ସହ ତଳକୁ ଯାଇ ଟଙ୍କା ଓ ବ୍ରାଉନସୁଗାର ପ୍ୟାକେଟକୁ ଖାଲରୁ ଉଦ୍ଧାର କରି ଜବତ କରିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ହୋଇଯିବାରୁ ଅଘଟଣ ଆଶଙ୍କାରେ ପୋଲିସ ନିକଟରେ ଥିବା ଘର ଉପରେ ଚଢ଼ାଉ ନ କରି ସେମାନଙ୍କୁ ଥାନାକୁ ନେଇଯାଇଥିଲା। ଏ ସମ୍ପର୍କରେ ବାଲିଅନ୍ତା ଥାନାଧିକାରୀ ଯୁବରାଜ ସ୍ବାଇଁଙ୍କୁ ପଚାରିବାରେ ପୂର୍ବରୁ ଖବରପାଇ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଧରିଛୁ। ସେମାନଙ୍କୁ ପଚରାଉଚରା ସହ ତଦନ୍ତ ଚାଲିଛି ବୋଲି କହି କଥା ଏଡ଼ାଇ ଯାଇଥିଲେ। ହେଲେ ପୋଲିସ ଏ ନେଇ ମାମଲା ରୁଜୁ ନ କରି ପଛଘୁଞ୍ଚା ଦେଉଛି। ଏପରିକି ଅଟକ ବ୍ରାଉନସୁଗାର ବେପାରୀଙ୍କଠାରୁ ଟଙ୍କା ଓ ବ୍ରାଉନସୁଗାର ଜବତ ହୋଇଥିଲେ ମଧ୍ୟ ଗିରଫ କରୁ ନାହିଁ। ତେବେ ଜଣେ ରାଜନେତା ଏହି ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?