ପୋଲିସ ପଞ୍ଝାରେ ୨ ବ୍ରାଉନସୁଗାର ବେପାରୀ

ବାଳକାଟୀ,୨।୧୧(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଳକାଟୀ ଫାଣ୍ଡି ପରିସରଭୁକ୍ତ ଭାର୍ଗବୀ ସେତୁ ନିକଟରୁ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ଦୁଇଜଣ ବ୍ରାଉନ ସୁଗାର ବେପାରୀଙ୍କୁ ବାଲିଅନ୍ତା ପୋଲିସ ଉଠାଇନେଇଛି। ଏମାନଙ୍କଠାରୁ ପୋଲିସ ଟଙ୍କା ଓ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଅଟକ ଥିବା ବ୍ରାଉନ ସୁଗାର ବେପାରୀ ବାଳକାଟୀ ନୂଆପାଟଣା ଓ ନନ୍ଦୀ ସାହି ଗ୍ରାମର ବୋଲି ଜଣାପଡିଛ।
ବାଳକାଟୀ ଏବେ ନିଶା ବେପାରୀଙ୍କ ଭୂସ୍ବର୍ଗ ପାଲଟିଛି. ଉପକଣ୍ଠ ଅଞ୍ଚଳ ହୋଇଥିବାରୁ ପୋଲିସ ପାଟ୍ରୋଲିଂ ପ୍ରତି ସେତେଟା ଗୁରୁତ୍ୱ ଦେଉ ନ ଥିବାରୁ ଅସାମାଜିକ ବ୍ୟକ୍ତିମାନେ ବେଧଡ଼କ ନିଶା କାରବାର ଚଳାଇଛନ୍ତି। ଧରାଯାଇଥିବା ଦୁଇ ନିଶା ବେପାରୀ ବାଳକାଟୀରେ ଅବାଧରେ ବ୍ରାଉନସୁଗାର କାରବାର କରିଆସୁଥିଲେ। ତେବେ ବାଲିଅନ୍ତା ପୋଲିସର ଏକ ସାଦା ପୋଷାକଧାରୀ ଟିମ୍‌ ମଙ୍ଗଳବାର ବାଳକାଟୀ ଭାର୍ଗବୀ ସେତୁ ନିକଟରେ ଏହି ଦୁଇ ବେପାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ନୂଆପାଟଣା ଗ୍ରାମର ଓ ନନ୍ଦୀ ସାହି ଗ୍ରାମର ଏହି ବ୍ରାଉନସୁଗାର ବେପାରୀଦ୍ୱୟ ଏକ ବାଇକ୍‌ରେ ବ୍ରାଉନସୁଗାର ପୁଡିଆ ନେଇ ବଜାରରୁ ଭାର୍ଗବୀ ସେତୁ ଆଡକୁ ଯାଉଥିଲେ। ଏହି ସମୟରେ ନୂଆପାଟଣା ସ୍କୁଲ ଗଡା ନିକଟରେ ଜଗି ରହିଥିବା ପୋଲିସ ମାଡି ବସିଥିଲେ। ପୋଲିସ ଧରିବାବେଳେ ବେପାରୀଦ୍ୱୟ ରଖିଥିବା ଟଙ୍କା ଓ ବ୍ରାଉନସୁଗାର ପ୍ୟାକେଟକୁ ରାସ୍ତା ତଳେ ଥିବା ଖାଲକୁ ଫୋପାଡ଼ି ଦେଇଥିଲେ। ପୋଲିସ ବେପାରୀଦ୍ୱୟଙ୍କୁ କାବୁ କରିବା ସହ ତଳକୁ ଯାଇ ଟଙ୍କା ଓ ବ୍ରାଉନସୁଗାର ପ୍ୟାକେଟକୁ ଖାଲରୁ ଉଦ୍ଧାର କରି ଜବତ କରିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ହୋଇଯିବାରୁ ଅଘଟଣ ଆଶଙ୍କାରେ ପୋଲିସ ନିକଟରେ ଥିବା ଘର ଉପରେ ଚଢ଼ାଉ ନ କରି ସେମାନଙ୍କୁ ଥାନାକୁ ନେଇଯାଇଥିଲା। ଏ ସମ୍ପର୍କରେ ବାଲିଅନ୍ତା ଥାନାଧିକାରୀ ଯୁବରାଜ ସ୍ବାଇଁଙ୍କୁ ପଚାରିବାରେ ପୂର୍ବରୁ ଖବରପାଇ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଧରିଛୁ। ସେମାନଙ୍କୁ ପଚରାଉଚରା ସହ ତଦନ୍ତ ଚାଲିଛି ବୋଲି କହି କଥା ଏଡ଼ାଇ ଯାଇଥିଲେ। ହେଲେ ପୋଲିସ ଏ ନେଇ ମାମଲା ରୁଜୁ ନ କରି ପଛଘୁଞ୍ଚା ଦେଉଛି। ଏପରିକି ଅଟକ ବ୍ରାଉନସୁଗାର ବେପାରୀଙ୍କଠାରୁ ଟଙ୍କା ଓ ବ୍ରାଉନସୁଗାର ଜବତ ହୋଇଥିଲେ ମଧ୍ୟ ଗିରଫ କରୁ ନାହିଁ। ତେବେ ଜଣେ ରାଜନେତା ଏହି ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri