‘ସିମ୍‌ ସ୍ବାଇପ୍‌’ ଅଭିଯୋଗରେ ୨ଗିରଫ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଟେଲିକମ୍‌ କମ୍ପାନୀର ଭିଆଇପି ନମ୍ବର ବିଶିଷ୍ଟ ସିମ୍‌କୁ ବେଆଇନ ଭାବେ ସ୍ବାଇପ୍‌ କରି ଅନ୍ୟ ଲୋକଙ୍କୁ ବିକ୍ରି କରିବା ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଇନ୍‌ଫୋସିଟି ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ ଅଞ୍ଚଳର କେଶବ ଚନ୍ଦ୍ର ଧୀର୍‌(୨୭) ଓ ରସୁଲଗଡ଼ ନୂଆସାହିର ସଞ୍ଜତ କୁମାର ପଣ୍ଡା(୨୬)। ଏମାନେ ଏକ ଟେଲିକମ୍‌ କମ୍ପାନୀର ପୂର୍ବତନ କର୍ମଚାରୀ। ଏନେଇ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଦ୍ୱୟଙ୍କୁ ଶନିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରାଯିବା ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ୩୫ ଜଣ ଭିଆଇପି ଗ୍ରାହକଙ୍କ ମୋବାଇଲ ନମ୍ବର ଡିଆକ୍ଟିଭ୍‌ କରାଯାଇ ଅନ୍ୟ ସିମ୍‌କାର୍ଡକୁ ସ୍ବାଇପ୍‌ କରାଯାଇଥିବା ନେଇ ଏକ ଘରୋଇ ଟେଲିକମ୍‌ କମ୍ପାନୀ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ପରେ ସ୍ପେଶାଲସ୍କ୍ବାଡ୍‌ ଏହି ମାମଲାର ତଦନ୍ତ କରିଥିଲା। ଗିରଫ ଅଭିଯୁକ୍ତ ହେଉଛନ୍ତି ଏକ ଟେଲିକମ୍‌ କମ୍ପାନୀର ୨ଜଣ ପୁରୁଣା କର୍ମଚାରୀ । ସେମାନେ କମ୍ପାନୀ ଆପ୍ଲିକେଶନର ୟୁଜର ଆଇଡି ଏବଂ ପାସ୍‌ୱାର୍ଡ ରଖିଥିଲେ। ଚାକିରି ଛାଡ଼ିବା ପରେ ଏହାକୁ ବେଆଇନ ଭାବେ ବ୍ୟବହାର କରିଥିବା ତଦନ୍ତ ସମୟରେ ଜାଣିବାକୁ ମିଳିଛି।
ବିଭିନ୍ନ ଲୋକଙ୍କ ଫେକ୍‌ ଡକ୍ୟୁମେଣ୍ଟ ସଂଗ୍ରହ କରି ୩୫ ଜଣ ଭିଆଇପି ଗ୍ରାହକଙ୍କ ୪ ଅଙ୍କ ନମ୍ବର ସିରିଜ୍‌ ହେଲେ ପରବର୍ତ୍ତୀ ୬ଟି ନମ୍ବର ୧୧୧୧୧୧ ବା ୨୨୩୩୪୪ ଅଥବା ୫୫୫୬୬୬ସିମ୍‌କୁ ସ୍ବାଇପ୍‌ କରି ଅନ୍ୟ ଟେଲିକମ୍‌ ନେଟ୍‌ୱାର୍କକୁ ପରିବର୍ତ୍ତନ କରୁଥିଲେ। ପରେ ଏହି ସିମ୍‌କୁ ୫୦ରୁ ୬୦ହଜାର ଟଙ୍କାରେ ଲୋକଙ୍କୁ ବିକ୍ରି କରିଥିଲେ। ଏ ସମ୍ପର୍କରେ ଜାଣିବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଅଭିଯୁକ୍ତଦ୍ୱୟଙ୍କ ଘରେ ଚଢ଼ାଉ କରି ପୋଲିସ ସେମାନଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କ ଠାରୁ ୫ଟି ମୋବାଇଲ ଜବତ କରାଯାଇଛି। ଏହାସହ ସିମ୍‌କାର୍ଡ କିଣିଥିବା ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ ବୋଲି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?