ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଯୁକ୍ତ୨ ଉତ୍ତରଖାତା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଏଣିକି ଯୁକ୍ତ୨ ପରୀକ୍ଷାର ଉତ୍ତରଖାତା ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। କେଉଁ ପ୍ରଶ୍ନର ଉତ୍ତରରେ କେତେ ମାର୍କ ପାଇଛନ୍ତି ତାହା ନିଜେ ଛାତ୍ରୀଛାତ୍ର ଦେଖିପାରିବେ। ଏଥିଲାଗି ପୂର୍ବରୁ ଯୋଜନା ହୋଇଥିଲେ ମଧ୍ୟ କରୋନା ଯୋଗୁ ଗତ ୨ବର୍ଷ ହେବ ପରୀକ୍ଷାରେ ସମସ୍ୟା ପାଇଁ ଏହା ଲାଗୁ ହୋଇପାରି ନ ଥିଲା। ତେବେ ଏହି ବ୍ୟବସ୍ଥା ଶୀଘ୍ର ଲାଗୁ ହେବାକୁ ଯାଉଛି। ଅନ୍‌ଲାଇନ୍‌ରେ ଉତ୍ତର ଖାତା ଉପଲବ୍ଧ ହେବା ପରେ ପୂର୍ବରୁ ରେଜଲ୍ଟ ପ୍ରକାଶ ପରେ ପିଲାମାନେ ଯେପରି କମ୍‌ ମାର୍କ ମିଳିଥିବା ଅଭିଯୋଗ କରୁଥିଲେ ଏବଂ ପରିଷଦକୁ ଦୌଡ଼ୁଥିଲେ, ସେପରି ସମସ୍ୟା ଆଉ ରହିବ ନାହିଁ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ଏବଂ ରେଜଲ୍ଟ ପ୍ରକାଶ ପାଇବାର ଏକ ସପ୍ତାହ ମଧ୍ୟରେ ଏହି ଉତ୍ତରଖାତାକୁ ଅନଲାଇନ୍‌ରେ ଅପ୍‌ଲୋଡ୍‌ କରାଯିବ। ପ୍ରତ୍ୟେକ କଲେଜକୁ ଏକ ସ୍ବତନ୍ତ୍ର ଆଇଡି ପାସ୍‌ୱାର୍ଡ ଦିଆଯିବ। ସେହି ପାସ୍‌ୱାର୍ଡ ମାଧ୍ୟମରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ କଲେଜର ପିଲାଙ୍କ ଉତ୍ତରଖାତା ଦେଖିପାରିବେ। ଉତ୍ତରଖାତାକୁ ଛାତ୍ରୀଛାତ୍ର ଯାଞ୍ଚ କରିବା ପରେ ଯଦି କିଛି ଭୁଲ୍‌ ଥିବା ଅଭିଯୋଗ କରନ୍ତି ତେବେ ସେହି ଖାତାର ପୁନଃ ଯାଞ୍ଚ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ସବୁ ଉତ୍ତରଖାତାର ସ୍କାନିଂ କରାଯାଇ ଅନଲାଇନ୍‌ରେ ଅପ୍‌ଲୋଡ କରାଯିବ। ଅନ୍‌ଲାଇନ୍‌ ଲିଙ୍କ୍‌ ମାଧ୍ୟମରେ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ଉତ୍ତରଖାତା ଦେଖିବାର ସୁଯୋଗ ପାଇବେ। ଖାତାରେ ପିଲାମାନେ କିପରି ଲେଖିଛନ୍ତି, କେତେ ମାର୍କ ପାଇଛନ୍ତି ଏବଂ କାହିଁକି ମାର୍କ କମ୍‌ ରହିଛି ସବୁ ତଥ୍ୟ ଅଭିଭାବକ ଜାଣି ପାରିବେ। ଫଳରେ ଅଯଥା ପୁନଃଯାଞ୍ଚରୁ ମୁକ୍ତି ମିଳିବ ଓ ମାର୍କ ବଢ଼ିବ ବୋଲି ଛାତ୍ରୀଛାତ୍ର ଯେଉଁ ଦ୍ୱନ୍ଦ୍ୱରେ ରହୁଥିଲେ ତାହା ଆଉ ରହିବ ନାହିଁ। ଅନେକ ସମୟରେ କମ୍‌ ମାର୍କ ଥିବା ଉତ୍ତରଖାତାରେ ସଂଶୋଧନ ଲାଗି ଅନେକ ସମୟ ଲାଗୁଥିବାବେଳେ ବହୁ ମେଧାବୀ ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହେଉଥିଲେ। ସେହିପରି କିଛି ଛାତ୍ରୀଛାତ୍ର ଜାଣିଶୁଣି କମ୍‌ ମାର୍କ ଦିଆଯାଉଥିବା ଅଭିଯୋଗ କରୁଥିଲେ। ତେବେ ଅନ୍‌ଲାଇନ୍‌ରେ ଉତ୍ତରଖାତା ଅପ୍‌ଲୋଡ୍‌ କରିବା ପରେ ପିଲାଙ୍କ ପାଖରେ ତାହା କିପରି ପହଞ୍ଚତ୍ବ ସେଥିପାଇଁ କେଉଁ ଆଇଟି କମ୍ପାନୀ ବ୍ୟବସ୍ଥା କରିବ ସେ ନେଇ ବିଭାଗ ପକ୍ଷରୁ ବିଚାରବିମର୍ଶ ଚାଲିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri