ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି ସହ ୧୩ କେଜି ୨ ଶହ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଯୁବକଙ୍କୁ ଦିଗପହଣ୍ଡି ଅବକାରୀ ଥାନା ଓଆଇସି ସସ୍ମିତା ମଲ୍ଲିକ ଗିରଫ କରିଛନ୍ତି। ଗିରଫ ଯୁବକ ଦ୍ବୟ ହେଲେ ଗଜପତି ଜିଲା ମୋହନ ଥାନା ଚନ୍ଦ୍ରଗିରି ଗ୍ରାମର ଦୀନବନ୍ଧୁ ଲିମା(୪୫) ଏବଂ ମାନୁଏଲ ବୀର (୫୭) । ଅଭିଯୁକ୍ତ ଦ୍ବୟ ସ୍କୁଟି ନଂ. (ଓଡ଼ି ୨୦ ସି -୬୯୮୫) ଯୋଗେ ଏକ ବ୍ୟାଗ୍‌ରେ ଗଞ୍ଜେଇ ଧରି ବ୍ରହ୍ମପୁର ରେଳ ଷ୍ଟେଶନ ଅଭିମୁଖେ ଚୋରାଚାଲାଣ କରୁଥିବା ନେଇ ଅବକାରୀ ଏଏସ୍‌ଆଇ ଏନ. ତ୍ରିପତି, କନଷ୍ଟେବଳ ରାଜେଶ ଜେନା,ବଳରାମ ପାତ୍ର, ଆଲଫଲତା ସାହୁ,ଏସ୍‌ କେ ରାଜେଶ ଉଦ୍ଦିନ। ବିଶେଷ ସୁତ୍ରରୁ ଖବରପାଇ ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ କଡ଼ ରେ ଥିବା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଛକି ରହି ସ୍କୁଟିକୁ ଅଟକାଇ ଖାନ୍‌ତଲାସି କରିଥିଲେ। ସେମାନଙ୍କ ନିକଟରୁ ଏକ ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପରେ ଦୁଇ ଯୁବକଙ୍କୁ ଅବକାରୀ ଥାନାକୁ ଉଠାଇ ନିଆଯାଇଥିଲା। ଏନେଇ ଦିଗପହଣ୍ଡି ଅବକାରୀ ଥାନା ମାମଲା ନଂ. ୭୯/୨୬-୨୭ ଅନୁଯାୟୀ ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଓଆଇସି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବରୁ ମିସିଂ, ଏବେ ‘ଗୋ ବ୍ୟାକ’ ହିଞ୍ଜିଳିରେ ଜୋର ଧରିଲା ରାଜନୈତିକ ଚର୍ଚ୍ଚା

ହିଞ୍ଜିଳିକାଟୁ,୭।୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲା ଗସ୍ତକୁ ନେଇ ପୁଣି ଚର୍ଚ୍ଚାରେ ହିଞ୍ଜିଳିକାଟୁ। ପୂର୍ବରୁ ବନ୍ୟାଞ୍ଚଳ ପରିଦର୍ଶନରେ…

ବନ୍ୟାବିପନ୍ନଙ୍କ ସହ ଦୀପାବଳି ପାଳିବ ଗଞ୍ଜାମ ପ୍ରଶାସନ, ଘରେ ଜଳିବ ସହାନୁଭୂତିର ଦୀପ

ଛତ୍ରପୁର,୭ା୧୧(ଦିଲ୍ଲୀପ ସାମଲ): ବନ୍ୟାର କରାଳ ରୂପ ଯେଉଁଠି ଛଡ଼ାଇ ନେଇଥିଲା ହସ ଓ ଆନନ୍ଦ, ସେଠାରେ ପୁଣି ଖୁସିର ଆଲୋକ ଜାଳିବାକୁ ଆଗେଇ ଆସିଛି ଗଞ୍ଜାମ ଜିଲା…

ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହେଲେ ନବୀନ, କହିଲେ ଗଞ୍ଜାମରେ…

ହିଞ୍ଜିଳିକାଟୁ,୭ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବନ୍ୟାରେ ଉଜୁଡ଼ି ଯାଇଥିବା ଚାଷଜମି ଓ ଚାଷୀଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହୋଇଛନ୍ତି ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ।…

ମାଣ୍ଡିଆ ଉତ୍ପାଦନରେ ରାଜ୍ୟରେ ପ୍ରଥମ କୋରାପୁଟ, ୧୫୯୮୭ ହେକ୍ଟର ଜମିରେ ୨୭୭୫୦ ଚାଷୀ କରୁଛନ୍ତି ଚାଷ

କୋରାପୁଟ,୭ା୧୧(ଅମିତାଭ ବେହେରା): କୋରାପୁଟ ଜିଲା ଡିଏନ୍‌କେ ସଦ୍ଭାବନା ଗୃହଠାରେ ଜିଲାସ୍ତରୀୟ ‘ମାଣ୍ଡିଆ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ମାଣ୍ଡିଆ ଉତ୍ପାଦନରେ କୋରାପୁଟ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ…

ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ, ଏକ ଧାର୍ମିକ ରୀତିନୀତି ଅନୁଯାୟୀ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀଙ୍କ…

ବିରାଟଙ୍କ ପରେ, ଜନ ସିନାଙ୍କ ନକଲ କରି ଗ୍ଲେନ ଫିଲିପ୍ସଙ୍କୁ ଥଟ୍ଟା କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୭।୧୧: ୩୮ ବର୍ଷ ବୟସରେ, ରୋହିତ ଶର୍ମା ସ୍ପଷ୍ଟ ଭାବରେ ତାଙ୍କ କ୍ରିକେଟ କ୍ୟାରିୟରର ବାକି ସମୟ ଉପଭୋଗ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚର…

ବୁଧ-ଶନିଙ୍କ ଅଶୁଭ ଷଡାଷ୍ଟକ ଯୋଗ: ୫ ରାଶିଙ୍କ ପାଇଁ ବଢ଼ିବ ଅଡ଼ୁଆ, ପାଖରୁ ପଳେଇବ ସବୁ ଟଙ୍କା

ବୁଧ ଏବଂ ଶନି ଗ୍ରହର ଏହି ଅଶୁଭ ଷଡାଷ୍ଟକ ଯୋଗରୁ ଚାପ, କାର୍ଯ୍ୟରେ ବିଳମ୍ୱ, ଆର୍ଥିକ କ୍ଷତି ଇତ୍ୟାଦିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କ ଜୀବନରେ ଆହ଼୍ବାନଗୁଡ଼ିକ…

ପାସ୍‌ ହେଲା ନୂଆ ଆଇନ୍‌: ଏଣିକି ଆଉ ଗୋଟିଏ ବିବାହ ନୁହେଁ, ଏକାସାଙ୍ଗେ ୩-୪ ଜଣଙ୍କୁ କରିହେବ ବିବାହ, ଜାଣନ୍ତୁ…

ଆମେରିକାରୁ ପ୍ରେମ ସମ୍ପର୍କକୁ ନେଇ ଏକ ଖବର ଆସିଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ବାମୀ-ସ୍ତ୍ରୀଙ୍କ ପୁରୁଣା ଫର୍ମୂଲା ଆଉ ପ୍ରଯୁଜ୍ୟ ହେବ ନାହିଁ। କାଲିଫର୍ନିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?