ବିନା ଟେଣ୍ଡରରେ ଚାଲିଛି ୨.୬୮ କୋଟିର କାର୍ଯ୍ୟ

ଚାନ୍ଦବାଲି, ୧୨।୯ (କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ ଡାକ୍ତରଖାନା ଯୋଜନାରେ ଆରମ୍ଭ ହୋଇଛି ବିକାଶମୂଳକ କାର୍ଯ୍ୟ। ୨ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଡାକ୍ତରଖାନା ପରିସରରେ ସୌନ୍ଦର୍ଯ୍ୟକରଣ ଓ ରୋଗୀମାନଙ୍କ ବିଭିନ୍ନ ସୁବିଧା ଉପଲବ୍ଧ ପାଇଁ ମାତ୍ର ୫ ବର୍ଷ ତଳେ ନିର୍ମାଣ ହୋଇଥିବା ବ୍ୟବହାର ଉପଯୋଗୀ ଗୃହ ଭାଙ୍ଗି ଦିଆଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗୃହ ଭଙ୍ଗା କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗତ ସପ୍ତାହରେ ମେଡିକାଲ ପରିଦର୍ଶନରେ ଆସିଥିବା ଜିଲାପାଳଙ୍କୁ ସ୍ଥାନୀୟ ପାରିଷଦ ଚନ୍ଦନ ରାଉତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ବ୍ୟବହାର ଉପଯୋଗୀ ଗୃହକୁ ନ ଭାଙ୍ଗି ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ପାଇଁ ଦାବି ଜଣାଇଥିଲେ। ଡାକ୍ତରଖାନା ଆଗରେ ଗାଡ଼ି ପାର୍କିଂକୁ ଦୃଷ୍ଟିରେ ରଖି ଗୃହଗୁଡ଼ିକୁ ଭଙ୍ଗା ଯାଉଥିବା ମେଡିକାଲ ଅଧିକାରୀ କହୁଥିବା ବେଳେ ଦଳୀୟ କର୍ମୀଙ୍କୁ ଠିକାଦାରୀ ଦେବା ପାଇଁ ଯୋଜନା ଚାଲିଛି ବୋଲି ଭାଜପା ଅଭିଯୋଗ କରିଛି। ସୌନ୍ଦର୍ଯ୍ୟକରଣ ଆଳରେ ସରକାରୀ ଅର୍ଥକୁ ଦୁରୁପଯୋଗ କରାଯାଉଥିବା ଅଭିଯୋଗ ହୋଇଛି।
ଡାକ୍ତରଖାନା ପରିସରରେ ୪ ମହଲା ବିଶିଷ୍ଟ ନୂତନ ଗୃହ ନିର୍ମାଣ ସରିଛି ଏବଂ ତାହା ଉପରେ ପୁଣି ଦୁଇ ମହଲା କାର୍ଯ୍ୟ ଆରମ୍ଭ ହୋଇଛି। ୪ ମହଲା ବିଶିଷ୍ଟ ମେଡିକାଲ ଗୃହକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ହେଲେ ସେଥିରେ ଅଧିକାଂଶ କାମ ବାକି ରଖି ଠିକା ସଂସ୍ଥା କାମ ଛାଡ଼ି ଦେଇ ହସ୍ତାନ୍ତର କରିଦେଇଛି। କାର୍ଯ୍ୟ ଶେଷ ହୋଇ ନ ଥିବାବେଳେ ଆର୍‌ ଆଣ୍ଡ୍‌ ବି ବିଭାଗ ଏନ୍‌ଓସି କିପରି ପ୍ରଦାନ କଲା ସେନେଇ ପ୍ରଶ୍ନ ଉଠିଛି। ସୂଚନା ଅଧିକାର ତଥ୍ୟ ଅନୁସାରେ, ଚାନ୍ଦବାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୨ କୋଟି ୭୪ ପରେ ପୁଣି ଦୁଇଟି ପର୍ଯ୍ୟାୟରେ ୯ କୋଟି ୧୦ ଲକ୍ଷ ମଞ୍ଜୁର କରାଯାଇଛି। ଟେଣ୍ଡର ମାଧ୍ୟମରେ ୪ ମହଲା କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ବିନା ଟେଣ୍ଡରରେ ୨ କୋଟି ୬୮ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବିଭାଗୀୟ ଦର୍ଶାଇ ୩ଜଣ ଛାମୁଆ ବିଜେଡି ନେତାଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କାର୍ଯ୍ୟାଦେଶ ଟେଣ୍ଡର ମାଧ୍ୟମରେ ନିୟମ ଥିବାବେଳେ ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶକୁ ବିଭାଗୀୟ ଦର୍ଶାଇ କିପରି ଶାସକ ଦଳର କର୍ମୀଙ୍କୁ ବଣ୍ଟନ କରାଗଲା, ସେନେଇ ତଦନ୍ତ କରାଯାଉ ବୋଲି ଦାବି ହେଉଛି। ଅଭିଯୋଗ ସମ୍ପର୍କରେ ବିଡିଓ ଜ୍ୟୋତିବିକାଶ ଦାସଙ୍କୁ ପଚାରିବାରୁ ନୂତନ ଗୃହ ନିର୍ମାଣ ଲାଗି ଉକ୍ତ ଗୃହ ଭଙ୍ଗାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?