Posted inଫୁରସତ

ଚୋରି ଏୟାରପଡ୍‌ ଫେରିପାଇବା ପାଇଁ ୨.୨ ଲକ୍ଷ ଖର୍ଚ୍ଚ

ଲଣ୍ଡନ: ଲୋକେ ନିଜର ଅତି ପ୍ରିୟ ଜିନିଷକୁ ଯତ୍ନ ସହକାରେ ରଖନ୍ତି। ହେଲେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ଜିନିଷକୁ ପାଇବା ପାଇଁ ଜଣେ ନିଜର ସବୁକିଛି ଲଗାଇଦେବା ଘଟଣା ବିରଳ। ବ୍ରିଟେନ୍‌ରୁ ଏପରି ଏକ ରୋଚକ ଘଟଣା ସାମ୍‌ନାକୁ ଆସିଛି। ଜଣେ ଯୁବକ ତାଙ୍କର ଚୋରି ହୋଇଥିବା ଏୟାରପଡ୍‌କୁ ପାଇବା ପାଇଁ ୨.୨ ଲକ୍ଷ ଖର୍ଚ୍ଚ କରିବା ସହ ୭ ହଜାର କି.ମି. ଯାତ୍ରା କରିଛନ୍ତି। ଏଥିପାଇଁ ତାଙ୍କୁ ୫ ମାସ ସମୟ ଲାଗିଥିଲା। ବ୍ରିଟେନ୍‌ର ମାଞ୍ଚେଷ୍ଟରରେ ରହୁଥିବା ୩୧ ବର୍ଷୀୟ ଲେୱିସ୍‌ ଏଲିସ୍‌ ୫ ମାସ ତଳେ ବ୍ୟାଙ୍କକ୍‌ରୁ ଦୋହା ଯାତ୍ରା କରୁଥିଲେ। ଦୋହାରେ ବିମାନରୁ ଓହ୍ଲାଇବା ପରେ ସେ ଏୟାରପଡ୍‌କୁ ଖୋଜି ପାଇ ନ ଥିଲେ। ଘରକୁ ଫେରି ସେ ତାଙ୍କ ଏୟାରପଡ୍‌ର ସ୍ଥିତି ଜାଣିବାକୁ ଚେଷ୍ଟା କରିଥିଲେ। ଏୟାରପଡ୍‌ଟି କୌଣସି ସ୍ଥାନରେ ମୁଭିଂ ହେଉଥିବା ସେ ଜାଣିବାକୁ ପାଇଥିଲେ। ଏୟାରପଡ୍‌କୁ ପାଇବା ପାଇଁ ଲେୱିସ୍‌ ଟ୍ରେସର ହଣ୍ଟ୍‌ ମାଧ୍ୟମରେ ଖୋଜିବା ଆରମ୍ଭ କରିଦେଇଥିଲେ। ସେ କାତାରରୁ ନେପାଳର କାଠମାଣ୍ଡୁ ପରେ ଥାଇଲାଣ୍ଡ ଯାଇଥିଲେ। ଏୟାରପଡ୍‌କୁ ଟ୍ରାକ୍‌ କରି ସେ ଦୋହାର ଏକ ହୋଟେଲରେ ପହଞ୍ଚିଥିଲେ। ସେଠାରେ ଏୟାରପଡ୍‌କୁ ତାଙ୍କ ମୋବାଇଲ ସହ ଯୋଡ଼ିବାକୁ ଚେଷ୍ଟା କରିଥିଲେ। ଏୟାରପଡ୍‌ଟି ତାଙ୍କ ମୋବାଇଲ ସହ ଯୋଡ଼ି ହୋଇଥିଲା। ସେହି ହୋଟେଲ୍‌ର ଏକ ରୁମ୍‌ରେ ରହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ତାଙ୍କ ଏୟାରପଡ୍‌ ଆଣିବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଦୁର୍ଘଟଣା ମାମଲାରେ ନୂଆ ଟୁଇଷ୍ଟ: ଦୁର୍ଘଟଣା ଖବରକୁ ଖଣ୍ଡନ କଲେ ରାଜ୍ୟ ସରକାର, କହିଲେ…

ରାୟପୁର,୨୦।୪: ଛତିଶଗଡ଼ର ଜଶପୁର ଜିଲାର ନାରାୟଣପୁର ପାହାଡ଼ ନିକଟରେ ବିମାନ ଦୁର୍ଘଟଣାର ଖବରକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭ୍ରାମକ ବୋଲି କହି ଏହାକୁ ଅସ୍ବୀକାର କରିଛନ୍ତି। କଲେକ୍ଟର…

ସ୍ବର୍ଗତ ଚାଷୀଙ୍କ ସ୍ତ୍ରୀଙ୍କୁ ସହାୟତାର ହାତ ବଢାଇଲେ ବରିଷ୍ଠ ଆଇନଜୀବୀ, ଦେଲେ ଏତିକି ଲକ୍ଷ ଟଙ୍କା

ଦେବଗଡ,୨୦।୪(ଶଶାଙ୍କ ଶେଖର ଝାଙ୍କର): କୃଷକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁରେ ୨ ଲକ୍ଷ ଟଙ୍କା ପ୍ରଦାନ କଲେ ବରିଷ୍ଠ ଆଇନଜୀବୀ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲାର ସମାଜ…

କୋର୍ଟ ପରିସରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଖଣ୍ଡାଧରି ଆତଙ୍କିତ…

ଵ୍ରହ୍ମପୁର,୨୦।୪(ସୁବାସ ଚନ୍ଦ୍ର ପାଢ଼ୀ): କୋର୍ଟ ପରିସରରେ ହାତରେ ଖଣ୍ଡା ଧରି ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଲୋକଙ୍କୁ ଗାଳିଗୁଲଜ ସହ ଭୟଭୀତ କରିବା ଅଭିଯୋଗରେ ପୋଲିସ…

ଯୁଦ୍ଧକୁ ଡେଇଁଲା ଚାଇନା, ଇରାନୀ ଜାହାଜ ଜବତ ଉପରେ ଖୋଲାଖୋଲି ଭାବେ କଲା ମୁକାବିଲା

ଓ୍ବାଶିଂଟନ୍‌,୨୦।୪: ଇରାନ-ଆମେରିକା ବିବାଦର ସମାଧାନ ପାଇଁ ଇସଲାମାବାଦରେ ଆଲୋଚନା ଚାଲିଥିବାବେଳେ, ଇରାନ ନିଶ୍ଚିତ କରିଛି ଯେ ଆମେରିକା ଏହାର ଏକ ବାଣିଜ୍ୟ ଜାହାଜ, ଟୋସ୍କାକୁ ଜବତ କରିଛି।…

ଆସୁଥିଲେ ଅଜା-ନାତି, ଧକ୍କା ଦେଲା ଅଟୋ: ଆଉ ତା’ପରେ ଘଟିଲା…

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମ ପୂର୍ବରୁ ଏକ ଅଟୋ ଓ ବାଇକ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ…

ଭାରସାମ୍ୟ ହରାଇ ପିଟି ହେଲା ବାଇକ୍, ଗଛରେ ଲାଗିଗଲା ମୁଣ୍ଡର ଖପୁରି

ମୋହନା,୨୦।୪(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ଗଛକୁ ପିଟି ହେଲା ବାଇକ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଡେକାପଙ୍କା…

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣରେ ବିରୁଷ୍କା: ୫ ମାସ ମଧ୍ୟରେ ତୃତୀୟଥର ପାଇଁ…

ନୂଆଦିଲ୍ଲୀ,୨୦।୪: IPL 2026ରେ ଚମତ୍କାର ପ୍ରଦର୍ଶନ କରୁଥିବା RCBର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲି IPL ମଝିରୁ ସମୟ ବାହାର କରି କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହିତ…

ଗଞ୍ଜାମ ଜିଲା ପାଇଁ କ୍ରିକେଟ ଖେଳିବେ ଆୟୁଷା, ଘୋଷଣା କଲା ଓସିଏ

ଗୁଡାରି,୨୦।୪(ପ୍ରମୋଦ କୁମାର ପତି ): ଗୁଡାରି ସହରର ପାଇକ ସାହିର ୧୪ ବର୍ଷୀୟା ଝିଅ ଆୟୁଷା ଗଞ୍ଜାମ ଜିଲା ପାଇଁ ଓସିଏ ଆନ୍ତଃଜିଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri