Posted inଜାତୀୟ

୧୧ ମାସରେ ୧୯୬ ଆତଙ୍କବାଦୀ ଆକ୍ରମଣ…

ନୂଆଦିଲ୍ଲୀ,୩୦।୧୧: ଜମ୍ମୁ-କଶ୍ମୀରରେ ଚଳିତ ବର୍ଷ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଚଳିତ ୨୦୨୧ ବର୍ଷରେ ନଭେମ୍ବର ୧୫ ସୁଦ୍ଧା ଗତ ୧୧ ମାସ ମଧ୍ୟରେ ମୋଟ ୧୯୬ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୪୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୭୨ ଜଣ ଆହତ ହୋଇଛନ୍ତି।

ସେହିପରି ୩୫ ଜଣ ସୁରକ୍ଷାକର୍ମୀ ଶହୀଦ୍‌ ହୋଇଛନ୍ତି। ଅପରପକ୍ଷରେ ୮୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।

ସୋମବାର ରାଜ୍ୟ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଥିଲେ ଯେ, ଗତ ୩ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ୧,୦୩୩ ଆତଙ୍କବାଦୀ ଆକ୍ରମଣ ଘଟିଛି। ସେଥିମଧ୍ୟରୁ ୨୦୧୯ରେ ସର୍ବାଧିକ ୫୯୪ ଆତଙ୍କବାଦୀ ଆକ୍ରମଣ ଘଟିଥିବା ସେ ସୂଚନା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରଦ୍ଧାଞ୍ଜଳି ଓ ସଂକଳ୍ପର ଦିନଟିଏ

ପ୍ରତିବର୍ଷ ୩୦ ଜାନୁୟାରୀରେ ଭାରତରେ ଶହୀଦ ଦିବସ ପାଳନ କରାଯାଏ। ଜାତିର ପିତା ତଥା ଅହିଂସା ପୂଜାରୀ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିକୁ ଶହୀଦ ଦିବସ ଭାବେ...

ଏନ୍‌ପିଆର୍‌, ଜନଗଣନା ସ୍ଥଗିତ

ନୂଆଦିଲ୍ଲୀ,୨୬ା୩(ପି.ଟି.) : ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଯୋଗୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ପିଆର୍‌) ଏବଂ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଏହି...

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୮।୪: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ଗୁରୁବାର ସୁରକ୍ଷା ବଳ ସହ ଗୁଳି ବିନିମୟ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୋପିଆନ ସହରର...

ସ୍ବାମୀଙ୍କ ସହମତି ବିନା ବାରମ୍ବାର ବାପ ଘରକୁ ଯାଉଥିବା ସ୍ତ୍ରୀଙ୍କ କାର୍ଯ୍ୟ ଛାଡ଼ପତ୍ର-କ୍ରୁରତା ଶ୍ରେଣୀଭୁକ୍ତ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୧୩।୬ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହମତି ବିନା ବାରମ୍ବାର ନିଜ ବାପଙ୍କ ଘରକୁ ଯାଉଥିବା...

ପଞ୍ଚାୟତ ନିର୍ବାଚନ: ଏସ୍‌ପି ଆଗରେ, ଭାଜପା ପଛରେ…

ଲକ୍ଷ୍ନୌ,୫।୫: ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଭାଜପାକୁ ସମାଜବାଦୀ ପାର୍ଟି (ଏସ୍‌ପି) ପଛରେ ପକାଇ ଆଗୁଆ ରହିଛି। ରାଜ୍ୟର ୭୫ ଜନପଦରେ ଥିବା ମୋଟ ୩୦୫୦ ଆସନ...

କରୋନା ମୁକାବିଲା ଲାଗି ଚାଇନାକୁ ବ୍ରିଟିଶ ଅର୍ଥନୀତିଜ୍ଞଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ଭାଇରସ ଭାରତରେ ଆରମ୍ଭ ହୋଇ ନ ଥିବାରୁ ବ୍ରିଟିଶ ଅର୍ଥନୀତିଜ୍ଞ ଜିମ୍‌ ଓ ନିଲ୍‌ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଭାରତର ବ୍ୟବସ୍ଥାକୁ...

ଉତ୍ତେଜନା ମଧ୍ୟରେ ମସ୍କୋ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୧୯।୬: ଲଦାଖ ଏଲ୍‌ଏସିରେ ଚାଇନା ସହ ଦେଖାଦେଖଇଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରୁଷ ଯାତ୍ରା କରିବେ। କିନ୍ତୁ ଏହି ଗସ୍ତ ସମୟରେ ରାଜନାଥ...

୩ ମାସ ପରେ ଭାକ୍ସିନ ନେଇପାରିବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୫: ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରଶନ୍‌ (ଏନ୍‌ଇଜିଭିଏସି) ପକ୍ଷରୁ କରୋନା ଭାକ୍ସିନ ଟିକାକରଣ ନେଇ ଦିଆଯାଇଥିବା ପରାମର୍ଶ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

Advertisement
Archives

Model This Week