୧୫ ଦିନରେ ୧,୯୩୯ ଜଙ୍ଗଲ ନିଆଁ

ଭୁବନେଶ୍ୱର(ବ୍ୟୁରୋ)/ବାରିପଦା ଅଫିସ/ଉଦଳା,୧୬ା୨(ଡି.ଏନ.ଏ.): ପ୍ରତିବର୍ଷ ଖରାଦିନ ଆସିଲେ ଜଙ୍ଗଲରେ ନିଆଁ ଲାଗୁଛି। କିଛି ସ୍ଥାନରେ ସ୍ବାଭାବିକ କାରଣରୁ ନିଆଁ ଲାଗିଥାଏ, ଆଉ କିଛି ସ୍ଥାନରେ ମନୁଷ୍ୟକୃତ୍ୟ। ତେବେ ଏହାକୁ ମୁକାବିଲା କରିବା ପାଇଁ ବନ ବିଭାଗ ବିଭିନ୍ନ ପଦକ୍ଷେପ ନିଏ। ତଥାପି ଜଙ୍ଗଲ ନିଆଁ ରୋକିବାରେ ଏ ପର୍ଯ୍ୟନ୍ତ ସରକାର ସଫଳ ହୋଇପାରିନାହାନ୍ତି। ଚଳିତବର୍ଷ ବଢ଼ୁଥିବା ତାପମାତ୍ରା ଏବଂ ଦୀର୍ଘଦିନ ହେବ ବର୍ଷା ହୋଇ ନ ଥିବାରୁ ରାଜ୍ୟର ଅଧିକ ସ୍ଥାନରେ ନିଆଁ ଲାଗିବା ଆଶଙ୍କା ରହିଥିବା ବନ ବିଭାଗ କହୁଛି। କାରଣ ଗ୍ରୀଷ୍ଣ ଆରମ୍ଭ ନ ହେଉଣୁ ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଆରମ୍ଭ ହୋଇଗଲାଣି। ଫେବୃୟାରୀରେ ଏତେ ମାତ୍ରାରେ ନିଆଁ ଲାଗିଲାଣି ଯେ ଆଗକୁ ଜଙ୍ଗଲ ନିଆଁ ଆୟତ୍ତ କରିବା ସରକାରଙ୍କ ପାଇଁ ଆହ୍ବାନ ହେବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରୁଛନ୍ତି। ଏଭଳିସ୍ଥଳେ ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଇଁ ଏବେ ବିପଦ ସାଜିଛି ଜଙ୍ଗଲ ନିଆଁ।

୨୦୨୧ରେ ଶିମିଳିପାଳ ଅଭୟାରଣ୍ୟରେ ଭୟାବହ ଅଗ୍ନିକାଣ୍ଡ ଘଟଣା ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଚଳିତବର୍ଷ ଖରାଦିନ ଆରମ୍ଭରୁ ପୁଣି ନିଆଁ ଲାଗିବା ଚିନ୍ତା ବଢ଼ାଇଛି। ପୋଡ଼ାଡିହା ରେଞ୍ଜ ଅଧୀନ ଅନନ୍ତପୁର ବିଟ୍‌ ଅଞ୍ଚଳର ପ୍ରାୟ ୨ କି.ମି. ପରିବ୍ୟାପ୍ତ ଅଞ୍ଚଳରେ ଏହି ନିଆଁ କ୍ଷୀପ୍ର ବେଗରେ ବ୍ୟାପିବାରେ ଲାଗିଛି। ଉପର ବାରଡାଙ୍ଗୁଆ, ସାରବସା, ଭୁଣ୍ଡାସାହି, ମାଣିକପୁର, ପଥରଖଣି, ଖଣ୍ଡାଚିରା ଓ ଅନନ୍ତପୁର ପାଖ ଜଙ୍ଗଲ ହୁ ହୁ ହୋଇ ଜଳୁଛି। ଦିନକ ପୂର୍ବରୁ ମାଣିକପୁର ଅଞ୍ଚଳରେ ଲାଗିଥିବା ନିଆଁ ଆୟତ୍ତ ହୋଇ ନ ଥିବାରୁ ତାହା ଅନନ୍ତପୁର ବିଟ୍‌ ଅଞ୍ଚଳକୁ ବ୍ୟାପିଛି। ନିଆଁ ପ୍ରକୋପରେ ଅନେକ ବଡ଼ ଗଛ, ଔଷଧୀୟ ବୃକ୍ଷ ପୋଡ଼ି ପାଉଁଶ ହୋଇଯାଇଛି।

ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଜଣେ ବନ କର୍ମଚାରୀ କହିଛନ୍ତି, ଶିମିଳିପାଳର ଉପର ମୁଣ୍ଡରେ ନିଆଁ ଲାଗିଛି, ଯାହାକି କୋର୍‌ ଏରିଆ (ଆଭ୍ୟନ୍ତରୀଣ ଅଞ୍ଚଳ)କୁ ମାଡ଼ି ମାଡ଼ି ଚାଲିଛି। ଯଦି କୋର୍‌ ଏରିଆକୁ ନିଆଁ ବ୍ୟାପିଯାଏ ତେବେ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ। ପୋଡ଼ାଡିହା ରେଞ୍ଜର ମଦନମୋହନ ମହାନ୍ତଙ୍କୁ ପଚାରିବାରୁ ଶିମିଳିପାଳରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି। କୋର୍‌ ଏରିଆ ନୁହେଁ ବରଂ ବଫର ଏରିଆରେ ନିଆଁ ଲାଗିଛି। ତେଣୁ ବନ୍ୟପ୍ରାଣୀଙ୍କ ପ୍ରତି କୌଣସି ବିପଦ ନାହିଁ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୧ରେ ନିଆଁ ଲାଗି ଶିମିଳିପାଳ ଛାରଖାର ହୋଇଯାଇଥିଲା। ଉକ୍ତ ବର୍ଷ ୩୦ ଦିନ ମଧ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୧୪୨୮ ସ୍ଥାନରେ ନିଆଁ ଲାଗିଥିଲା। କେତେକ ସ୍ଥାନରେ ଖଳ ପ୍ରକୃତିର ଲୋକ ମନ୍ଦ ଉଦ୍ଦେଶ୍ୟରେ ଜଙ୍ଗଲରେ ନିଅଁା ଲଗାଉଥିବା ନଜରକୁ ଆସିଛି। ତେବେ ବନାଗ୍ନିେ ରାକିବା ଲାଗି ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗକୁ ଖରା ପ୍ରଖର ହେବାକୁ ଥିବାରୁ ବନାଗ୍ନି ରୋକିବା ଲାଗି ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯିବା ଲାଗି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି।

ଏ ସମ୍ପର୍କରେ ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ୨୦୨୧ରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସବୁଠାରୁ ଅଧିକ ଚିହ୍ନଟ ହୋଇଥିଲା। ୨୦୨୨ରେ ଏହି ଘଟଣା ପ୍ରାୟ ଅଧା କମିଥିଲା। ଏବର୍ଷ ଜାନୁୟାରୀ ଚତୁର୍ଥ ସପ୍ତାହରୁ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଗଲାଣି। ଗଛ ପତ୍ର ଝଡ଼ା ଦେଇଥିବା ବେଳେ ଅନ୍ୟପଟେ ତାପମାତ୍ରା ବଢ଼ିବାରେ ଲାଗିଛି। ଯଦି ନିକଟ ଭବିଷ୍ୟତରେ ବର୍ଷା ନ ହୁଏ, ତେବେ ଜଙ୍ଗଲ ନିଆଁ ଅଧିକ ଲାଗିବା ନେଇ ଆଶଙ୍କା ରହିଛି। ସେ ଆହୁରି କହିଛନ୍ତି, ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ବନ ବିଭାଗ ଅନେକ ପଦକ୍ଷେପ ନିଏ। କିନ୍ତୁ ମନୁଷ୍ୟକୃତ ନିଆଁ ଯୋଗୁ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ବିଶେଷ କ୍ଷତି ହୋଇଥାଏ। ଅନେକ ଲୋକ ବିଡ଼ି ଓ ସିଗାରେଟ ଖାଇବା ପରେ ନ ଲିଭାଇ ଜଙ୍ଗଲରେ ପକାଇ ଦିଅନ୍ତି। ଅନେକ ଦୁର୍ବୃତ୍ତ ପଶୁ ଶିକାର ନିମନ୍ତେ ଜଙ୍ଗଲରେ ନିଆଁ ଲଗାଇ ଦିଅନ୍ତି। ଜଙ୍ଗଲରେ ନିଆଁ ଲାଗିବା ଜଣାପଡ଼ିବା ପରେ ବୈଷୟିକ ଜ୍ଞାନକୌଶଳର ସାହାଯ୍ୟ ନିଆଯାଉଛି। ସାଟେଲାଇଟ୍‌ ଫଟୋ ଆଧାରରେ ଜଙ୍ଗଲ ନିଆଁକୁ ଲିଭାଇବାକୁ ପ୍ରୟାସ କରାଯାଉଛି। ସୂଚନା ମିଳିବା ପରେ ଜଙ୍ଗଲ ନିଆଁ ଲିଭାଇବାରେ ବିଭାଗ ୯୦ ପ୍ରତିଶତ ସଫଳ ହେଉଛି। ଏବେ ଦିନକୁ ୧୦୦ରୁ ଅଧିକ ଜାଗାରେ ନିଆଁ ଲାଗିବା ଖବର ଆସୁଛି। ତେବେ ଜଙ୍ଗଲ ନିଆଁ କାବୁ କରିବାକୁ ପ୍ରତି ଜିଲାରେ ଜିଲାପାଳଙ୍କ ନେତୃତ୍ୱରେ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଛି। ବିଭାଗୀୟ କର୍ମଚାରୀ ସ୍କ୍ବାଡ୍‌ ପ୍ରସ୍ତୁତ ଅଛନ୍ତି। ଜଙ୍ଗଲ ଭିତରେ ଥିବା ଗାଁଗୁଡ଼ିକରେ ନିଆଁ ନ ଲଗାଇବା ପାଇଁ ଏବଂ ନିଆଁ ଦେଖିଲେ ତୁରନ୍ତ ସୂଚନା ଦେବାକୁ ସଚେତନତା କରାଯାଉଛି। ଅନ୍ୟପଟେ ଲୋକଙ୍କୁ ସଚେତନତା କରିବା ନିମନ୍ତେ ଏସ୍‌ଏଚ୍‌ଜିକୁ ପଥପ୍ରାନ୍ତ ନାଟକ କରିବାକୁ ଦାୟିତ୍ୱ ଦିଆଯାଇଛି ବୋଲି ପିସିସିଏଫ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?