୧୫ ଦିନରେ ୧,୯୩୯ ଜଙ୍ଗଲ ନିଆଁ

ଭୁବନେଶ୍ୱର(ବ୍ୟୁରୋ)/ବାରିପଦା ଅଫିସ/ଉଦଳା,୧୬ା୨(ଡି.ଏନ.ଏ.): ପ୍ରତିବର୍ଷ ଖରାଦିନ ଆସିଲେ ଜଙ୍ଗଲରେ ନିଆଁ ଲାଗୁଛି। କିଛି ସ୍ଥାନରେ ସ୍ବାଭାବିକ କାରଣରୁ ନିଆଁ ଲାଗିଥାଏ, ଆଉ କିଛି ସ୍ଥାନରେ ମନୁଷ୍ୟକୃତ୍ୟ। ତେବେ ଏହାକୁ ମୁକାବିଲା କରିବା ପାଇଁ ବନ ବିଭାଗ ବିଭିନ୍ନ ପଦକ୍ଷେପ ନିଏ। ତଥାପି ଜଙ୍ଗଲ ନିଆଁ ରୋକିବାରେ ଏ ପର୍ଯ୍ୟନ୍ତ ସରକାର ସଫଳ ହୋଇପାରିନାହାନ୍ତି। ଚଳିତବର୍ଷ ବଢ଼ୁଥିବା ତାପମାତ୍ରା ଏବଂ ଦୀର୍ଘଦିନ ହେବ ବର୍ଷା ହୋଇ ନ ଥିବାରୁ ରାଜ୍ୟର ଅଧିକ ସ୍ଥାନରେ ନିଆଁ ଲାଗିବା ଆଶଙ୍କା ରହିଥିବା ବନ ବିଭାଗ କହୁଛି। କାରଣ ଗ୍ରୀଷ୍ଣ ଆରମ୍ଭ ନ ହେଉଣୁ ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଆରମ୍ଭ ହୋଇଗଲାଣି। ଫେବୃୟାରୀରେ ଏତେ ମାତ୍ରାରେ ନିଆଁ ଲାଗିଲାଣି ଯେ ଆଗକୁ ଜଙ୍ଗଲ ନିଆଁ ଆୟତ୍ତ କରିବା ସରକାରଙ୍କ ପାଇଁ ଆହ୍ବାନ ହେବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରୁଛନ୍ତି। ଏଭଳିସ୍ଥଳେ ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଇଁ ଏବେ ବିପଦ ସାଜିଛି ଜଙ୍ଗଲ ନିଆଁ।

୨୦୨୧ରେ ଶିମିଳିପାଳ ଅଭୟାରଣ୍ୟରେ ଭୟାବହ ଅଗ୍ନିକାଣ୍ଡ ଘଟଣା ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଚଳିତବର୍ଷ ଖରାଦିନ ଆରମ୍ଭରୁ ପୁଣି ନିଆଁ ଲାଗିବା ଚିନ୍ତା ବଢ଼ାଇଛି। ପୋଡ଼ାଡିହା ରେଞ୍ଜ ଅଧୀନ ଅନନ୍ତପୁର ବିଟ୍‌ ଅଞ୍ଚଳର ପ୍ରାୟ ୨ କି.ମି. ପରିବ୍ୟାପ୍ତ ଅଞ୍ଚଳରେ ଏହି ନିଆଁ କ୍ଷୀପ୍ର ବେଗରେ ବ୍ୟାପିବାରେ ଲାଗିଛି। ଉପର ବାରଡାଙ୍ଗୁଆ, ସାରବସା, ଭୁଣ୍ଡାସାହି, ମାଣିକପୁର, ପଥରଖଣି, ଖଣ୍ଡାଚିରା ଓ ଅନନ୍ତପୁର ପାଖ ଜଙ୍ଗଲ ହୁ ହୁ ହୋଇ ଜଳୁଛି। ଦିନକ ପୂର୍ବରୁ ମାଣିକପୁର ଅଞ୍ଚଳରେ ଲାଗିଥିବା ନିଆଁ ଆୟତ୍ତ ହୋଇ ନ ଥିବାରୁ ତାହା ଅନନ୍ତପୁର ବିଟ୍‌ ଅଞ୍ଚଳକୁ ବ୍ୟାପିଛି। ନିଆଁ ପ୍ରକୋପରେ ଅନେକ ବଡ଼ ଗଛ, ଔଷଧୀୟ ବୃକ୍ଷ ପୋଡ଼ି ପାଉଁଶ ହୋଇଯାଇଛି।

ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଜଣେ ବନ କର୍ମଚାରୀ କହିଛନ୍ତି, ଶିମିଳିପାଳର ଉପର ମୁଣ୍ଡରେ ନିଆଁ ଲାଗିଛି, ଯାହାକି କୋର୍‌ ଏରିଆ (ଆଭ୍ୟନ୍ତରୀଣ ଅଞ୍ଚଳ)କୁ ମାଡ଼ି ମାଡ଼ି ଚାଲିଛି। ଯଦି କୋର୍‌ ଏରିଆକୁ ନିଆଁ ବ୍ୟାପିଯାଏ ତେବେ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ। ପୋଡ଼ାଡିହା ରେଞ୍ଜର ମଦନମୋହନ ମହାନ୍ତଙ୍କୁ ପଚାରିବାରୁ ଶିମିଳିପାଳରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି। କୋର୍‌ ଏରିଆ ନୁହେଁ ବରଂ ବଫର ଏରିଆରେ ନିଆଁ ଲାଗିଛି। ତେଣୁ ବନ୍ୟପ୍ରାଣୀଙ୍କ ପ୍ରତି କୌଣସି ବିପଦ ନାହିଁ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୧ରେ ନିଆଁ ଲାଗି ଶିମିଳିପାଳ ଛାରଖାର ହୋଇଯାଇଥିଲା। ଉକ୍ତ ବର୍ଷ ୩୦ ଦିନ ମଧ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୧୪୨୮ ସ୍ଥାନରେ ନିଆଁ ଲାଗିଥିଲା। କେତେକ ସ୍ଥାନରେ ଖଳ ପ୍ରକୃତିର ଲୋକ ମନ୍ଦ ଉଦ୍ଦେଶ୍ୟରେ ଜଙ୍ଗଲରେ ନିଅଁା ଲଗାଉଥିବା ନଜରକୁ ଆସିଛି। ତେବେ ବନାଗ୍ନିେ ରାକିବା ଲାଗି ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗକୁ ଖରା ପ୍ରଖର ହେବାକୁ ଥିବାରୁ ବନାଗ୍ନି ରୋକିବା ଲାଗି ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯିବା ଲାଗି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି।

ଏ ସମ୍ପର୍କରେ ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ୨୦୨୧ରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସବୁଠାରୁ ଅଧିକ ଚିହ୍ନଟ ହୋଇଥିଲା। ୨୦୨୨ରେ ଏହି ଘଟଣା ପ୍ରାୟ ଅଧା କମିଥିଲା। ଏବର୍ଷ ଜାନୁୟାରୀ ଚତୁର୍ଥ ସପ୍ତାହରୁ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଗଲାଣି। ଗଛ ପତ୍ର ଝଡ଼ା ଦେଇଥିବା ବେଳେ ଅନ୍ୟପଟେ ତାପମାତ୍ରା ବଢ଼ିବାରେ ଲାଗିଛି। ଯଦି ନିକଟ ଭବିଷ୍ୟତରେ ବର୍ଷା ନ ହୁଏ, ତେବେ ଜଙ୍ଗଲ ନିଆଁ ଅଧିକ ଲାଗିବା ନେଇ ଆଶଙ୍କା ରହିଛି। ସେ ଆହୁରି କହିଛନ୍ତି, ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ବନ ବିଭାଗ ଅନେକ ପଦକ୍ଷେପ ନିଏ। କିନ୍ତୁ ମନୁଷ୍ୟକୃତ ନିଆଁ ଯୋଗୁ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ବିଶେଷ କ୍ଷତି ହୋଇଥାଏ। ଅନେକ ଲୋକ ବିଡ଼ି ଓ ସିଗାରେଟ ଖାଇବା ପରେ ନ ଲିଭାଇ ଜଙ୍ଗଲରେ ପକାଇ ଦିଅନ୍ତି। ଅନେକ ଦୁର୍ବୃତ୍ତ ପଶୁ ଶିକାର ନିମନ୍ତେ ଜଙ୍ଗଲରେ ନିଆଁ ଲଗାଇ ଦିଅନ୍ତି। ଜଙ୍ଗଲରେ ନିଆଁ ଲାଗିବା ଜଣାପଡ଼ିବା ପରେ ବୈଷୟିକ ଜ୍ଞାନକୌଶଳର ସାହାଯ୍ୟ ନିଆଯାଉଛି। ସାଟେଲାଇଟ୍‌ ଫଟୋ ଆଧାରରେ ଜଙ୍ଗଲ ନିଆଁକୁ ଲିଭାଇବାକୁ ପ୍ରୟାସ କରାଯାଉଛି। ସୂଚନା ମିଳିବା ପରେ ଜଙ୍ଗଲ ନିଆଁ ଲିଭାଇବାରେ ବିଭାଗ ୯୦ ପ୍ରତିଶତ ସଫଳ ହେଉଛି। ଏବେ ଦିନକୁ ୧୦୦ରୁ ଅଧିକ ଜାଗାରେ ନିଆଁ ଲାଗିବା ଖବର ଆସୁଛି। ତେବେ ଜଙ୍ଗଲ ନିଆଁ କାବୁ କରିବାକୁ ପ୍ରତି ଜିଲାରେ ଜିଲାପାଳଙ୍କ ନେତୃତ୍ୱରେ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଛି। ବିଭାଗୀୟ କର୍ମଚାରୀ ସ୍କ୍ବାଡ୍‌ ପ୍ରସ୍ତୁତ ଅଛନ୍ତି। ଜଙ୍ଗଲ ଭିତରେ ଥିବା ଗାଁଗୁଡ଼ିକରେ ନିଆଁ ନ ଲଗାଇବା ପାଇଁ ଏବଂ ନିଆଁ ଦେଖିଲେ ତୁରନ୍ତ ସୂଚନା ଦେବାକୁ ସଚେତନତା କରାଯାଉଛି। ଅନ୍ୟପଟେ ଲୋକଙ୍କୁ ସଚେତନତା କରିବା ନିମନ୍ତେ ଏସ୍‌ଏଚ୍‌ଜିକୁ ପଥପ୍ରାନ୍ତ ନାଟକ କରିବାକୁ ଦାୟିତ୍ୱ ଦିଆଯାଇଛି ବୋଲି ପିସିସିଏଫ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରି-ବିଡିଂ ବୈଠକ: ‘କମ୍ପାନୀ ହାତକୁ ଯିବାକୁ ଲାଗିବ ୨ ମାସ’

କଟକ ଅଫିସ,୧୯।୧୨: କଟକ ମହାନଗର ନିଗମ(ସିଏମ୍‌ସି)ର କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆହୁତ ଗ୍ଲୋବାଲ ଟେଣ୍ଡରର ବୁଧବାର ପ୍ରି-ବିଡିଂ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି...

କଟକ ମହାନଗର ନିଗମ: ୫୧୭୪ ବଢ଼ିଲା ଭୋଟର ସଂଖ୍ୟା

କଟକ ଅଫିସ,୨୫ା୨: କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା ବୁଧବାର ପ୍ରକାଶ ପାଇଛି। ପ୍ରାଥମିକ ଭୋଟର ତାଲିକାଠାରୁ ଚୂଡ଼ାନ୍ତ ତାଲିକାରେ ଭୋଟର...

ପରୀକ୍ଷା ସ୍ଥଗିତ, ଶିକ୍ଷକଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ମହାମାରୀ କରୋନା ନେଇ ସାରା ବିଶ୍ୱରେ ଭୟର ବାତାବାରଣ ସୃଷ୍ଟି ହୋଇଛି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର...

ବିଶ୍ୱସ୍ତରୀୟ ହେବ ଏସ୍‌ସିବି ମେଡିକାଲ କଲେଜ

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ)-କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ହେବ ନବକଳେବର। ୩୫୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ଏକ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଚିକିତ୍ସା...

ନୃସିଂହ ଚତୁର୍ଦ୍ଦଶୀରେ କଣଗୁଜ ଅନୁକୂଳ ହେଲାନି

ପୁରୀ ଅଫିସ, ୬ା୫: ବୁଧବାର ଥିଲା ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ଏହି ତିଥିରେ ପରମ୍ପରା ଅନୁଯାୟୀ ରଥଖଳାରେ ତିନିରଥର କଣଗୁଜ ଅନୁକୂଳ ହୋଇଥାଏ। କିନ୍ତୁ ଏଥର...

ଓଡ଼ିଶା ଆସିବେ ନଡ୍ଡା

ଭୁବନେଶ୍ବର,୩୧।୮(ବ୍ୟୁରୋ): ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ର ଅଧ୍ୟକ୍ଷ ଜେ.ପି ନଡ୍ଡା। ସେପ୍ଟେମ୍ବର ଶେଷ ସପ୍ତାହରେ ଓଡ଼ିଶା ଆସିବା ନେଇ ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ...

ଓରେରାକୁ ଚକମା ଦେଉଛନ୍ତି ଅସାଧୁ ବିଲ୍‌ଡର

ଭୁବନେଶ୍ୱର,୧୩-୯(ବ୍ୟୁରୋ):ଘର କିମ୍ବା ଜମି କିଣୁଥିବା ବ୍ୟକ୍ତି ଅନେକ ସମୟରେ ଅସାଧୁ ପ୍ରମୋଟର ଓ ରିୟଲ ଇଷ୍ଟେଟ ମାଲିକଙ୍କର ଶୋଷଣର ଶିକାର ହେଉଥିଲେ। ଗ୍ରାହକମାନଙ୍କୁ ସେମାନଙ୍କଠାରୁ ସୁରକ୍ଷା...

୧୯ରୁ ଭୁବନେଶ୍ୱରରେ ପଲ୍‌ସ ପୋଲିଓ ଟିକାକରଣ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଭୁବନେଶ୍ୱରରେ ଆସନ୍ତା ୧୯, ୨୦ ଓ ୨୧ ତାରିଖରେ ପଲସ୍‌ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୪୯ ବୁଥ୍‌ରେ ୪୯୮ ଦଳ ଅନ୍ତର୍ଭୁକ୍ତ...

Advertisement
Archives

Model This Week