ଫରାସୀ ପଣ୍ୟ ଜାହାଜର ଦୁର୍ଘଟଣାକୁ ୧୯୨ବର୍ଷ

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ପୂର୍ବତଟ ହୁକିଟୋଲା-ମାଦଳି ମୁହାଣ ଅନତି ଦୂରର ବାଲି ଢିପ ଯୋଗୁ ୧୮୩୨ ମସିହାରେ ଫରାସୀ ନିର୍ମିତ ପଣ୍ୟ ବୋଝେଇ ଜାହାଜର ଦୁର୍ଘଟଣା ଘଟିଥିଲା। ଏହାକୁ ଏବେ ୧୯୨ ବର୍ଷ ବିତିଛି। ସୂଚନା ଅନୁସାରେ, ବ୍ରିଟିଶ ଶାସକ ଏହି ପଣ୍ୟ ବୋଝେଇ ଜାହାଜରେ ସମୁଦ୍ର ପଥଦେଇ କୋଲକାତାର ହଳଦିଆ ବନ୍ଦରକୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ନେଇ ମଝି ସମୁଦ୍ରରେ ଯାଉଥିଲା। ସାମୁଦ୍ରିକ ପ୍ରତିକୂଳ ପାଗ ଯୋଗୁ ଜାହାଜ ଦିଗହରା ହୋଇ ବାଲୁକା ଢିପକୂଳରେ ଭାରସାମ୍ୟ ହରାଇ ଫସି ଯାଇଥିଲା। ପରେ ସାମୁଦ୍ରିକ ଝଡ଼ ପ୍ରଭାବରେ ପାଣିରେ ଧୀରେ ଧୀରେ ଜାହାଜ ବୁଡ଼ି ଯାଇଥିବା କୁହାଯାଉଛି। ପରେ ଜାହାଜର ନାବିକମାନେ ବାଧ୍ୟ ହୋଇ ସମୁଦ୍ର କୂଳରେ ଥିବା ବାଲୁକା ପାହାଡ଼କୁ ଅନୁସନ୍ଧାନ କରିଥିଲେ। ଅନ୍ୟ ବୋଟ ଯୋଗେ ନିକଟରେ ଥିବା ବାଲି ପାହାଡ଼ ଆଇଲାଣ୍ଡରେ ପହଞ୍ଚତ୍ ଆଶ୍ରୟ ନେଇଥିଲେ। ପରବର୍ତ୍ତୀ ସମୟରେ ବ୍ରିଟିଶ ଶାସକ ଜାଣିବା ପରେ ନାବିକମାନଙ୍କୁ ଉଦ୍ଧାର କରିଥିଲେ। ଯେଉଁ ସ୍ଥାନରୁ ନାବିକମାନଙ୍କୁ ଉଦ୍ଧାର କରିଥିଲେ ଉକ୍ତ ଆଇଲାଣ୍ଡ ବା ଫଲ୍ସ ପଏଣ୍ଟ ସ୍ଥାନଟି ଘଞ୍ଚ ଜଙ୍ଗଲ ମଧ୍ୟରେ ଥିଲା। ସେହି ସ୍ଥାନଟିକୁ ବ୍ରିଟିଶ ଶାସକମାନେ ସୁରକ୍ଷିତ ମଣି ସମୁଦ୍ରରେ ଯାତାୟାତ କରୁଥିବା ଜାହାଜର ଦିଗ ନିର୍ଣ୍ଣୟ ସୁରକ୍ଷା ପାଇଁ ବତିଘର ୧୮୩୬ରୁ ୧୮୩୮ ମଧ୍ୟରେ ଲାଇଟ୍‌ ହାଉସ୍‌ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ। ସେହିଦିନଠାରୁ ସମୁଦ୍ରରେ ଜାହାଜ ଯାତାୟାତ ଓ ଦିଗ ନିର୍ଣ୍ଣୟ ପାଇଁ ବୃହତ୍‌ ଉଜ୍ଜ୍ୱଳ ଆଲୋକ ୧୩୮ ଫୁଟ୍‌ ଉଚ୍ଚରେ ଅବସ୍ଥାପିତ କରାଯାଇଥିଲା। ଦେଶ ସ୍ବାଧୀନ ପରେ ରକ୍ଷଣାବେକ୍ଷଣ ଅଭାବରୁ ଜାହାଜରୁ ବହୁ ମୂଲ୍ୟବନ ଯନ୍ତ୍ରାଂଶକୁ ଅସାଧୁ ବ୍ୟବସାୟୀ, ଜଳଦସ୍ୟୁମାନେ ବୋଟରେ ଆସି ନେଇଗଲେ। ଅଦ୍ୟାବଧି ଉକ୍ତ ଜାହାଜର ମଙ୍ଗ ଦୃଶ୍ୟମାନ ହେଉଛି। ଏହି ମୁହାଣ ପଥ ଦେଇ ସ୍ଥାନୀୟ ମତ୍ସ୍ୟଜୀବୀ ବୋଟରେ ଯାତାୟାତ ବେଳେ ସାମୁଦ୍ରିକ ଜୁଆର ଜାଣି ନ ପାରି ମଙ୍ଗରେ ବାଡେଇ ହୋଇ ଦୁର୍ଘଟଣା ହେଉଥିବା ମହାକାଳପଡ଼ା ଜମ୍ବୁ ଅଞ୍ଚଳର ଶକ୍ତିପଦ ମିର୍ଦ୍ଧା, ଶଙ୍କର ମଣ୍ଡଳ, ଗୁରୁପଦ ମଣ୍ଡଳ, ଗୌରହରି ଦାସ, ଫନି ମଣ୍ଡଳ, ହରେକୃଷ୍ଣ ମାନ୍ନା, ରାସ ବିହାରୀ ଦାସ ପ୍ରମୁଖ କହିଛନ୍ତି। ଦୁର୍ଘଟଣା ହୋଇଥିବା ଅଞ୍ଚଳଟି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଅବସ୍ଥିତ ଥିବାରୁ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। ଅପରପକ୍ଷରେ ୨୦୦୯-୧୦ରେ ଆନ୍ତର୍ଜାତିକ ସମୁଦ୍ର ବୁଡାଳି ସବୀର ବକ୍ସ ଏହି ଜାହାଜ ବୁଡିବା ସମ୍ପର୍କରେ ସବିଶେଷ ତଥ୍ୟ ଅନୁସନ୍ଧାନ ଓ ସଂଗ୍ରହ କରିବାକୁ ଯାଇଥିଲେ। ବନ ବିଭାଗର ବିନାନୁମତିରେ ବେଆଇନ ଭାବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ପ୍ରବେଶ କରି ଥିବାରୁ ସେ ସଂକ୍ରାନ୍ତରେ ତତ୍କାଳୀନ ମହାକାଳପଡ଼ା ରେଞ୍ଜ ଅଧିକାରୀ ମିହିର କୁମାର ପଟ୍ଟନାୟକ ବୁଡାଳୀ ବକ୍ସଙ୍କ ନାମରେ ମାମଲା ରୁଜୁ କରିଥିଲେ। ବତିଘର ଲାଇଟ୍‌ ହାଉସ୍‌ ନିର୍ମାଣ ପରେ ସମୁଦ୍ରରେ ବହୁସଂଖ୍ୟାରେ ଜାହାଜ ଯାତାୟାତରେ ସୁବିଧା ହେଉଛି। ମାଦଳି ମୁହାଣରେ ଦୁର୍ଘଟଣା ହୋଇଥିବା ଜାହାଜର ମଙ୍ଗ ଏବେ ଦୃଶ୍ୟମାନ ହେଉଥିବା ବତିଘର ଓ ହୁକିଟୋଲାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ କହିଛନ୍ତି। ଫରାସୀ ନିର୍ମିତ ଜାହାଜ ଦୁର୍ଘଟଣା ହେବାର କାରଣ ଖୋଜାଗଲେ ଅନେକ ଐତିହାସିକ ତଥ୍ୟ ପ୍ରକାଶ ପାଇପାରନ୍ତା ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?