କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ୧୯୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୮,୬୮୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୩୩ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଏବଂ ସୁନ୍ଦରଗଡ଼ରୁ ୧୩ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୨, ବାଲେଶ୍ୱର ୧୦, ଭଦ୍ରକ ୨, ବଲାଙ୍ଗୀର ୧, ବୌଦ୍ଧ ୨, ଗଞ୍ଜାମ ୧, ଜଗତସିଂହପୁର ୨, ଯାଜପୁର ୭, ଝାରସୁଗୁଡ଼ା ୪, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୧, କୋରାପୁଟ ୧, ମୟୂରଭଞ୍ଜ ୪, ନୟାଗଡ଼ ୧, ନୂଆପଡ଼ା ୧, ପୁରୀ ୪, ସମ୍ବଲପୁରରୁ ୯ ଏବଂ ସୋନପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୪୮,୬୮୩ରେ ପହଞ୍ଚିଥିବା ବେଳେ ୧୦,୩୭,୮୬୪ଜଣ ସୁସ୍ଥ ହୋଇଛନ୍ତି। ୨୩୫୯ ଜଣ ଚିକିିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲଙ୍କ ଆନ୍ଦୋଳନ ପ୍ରତ୍ୟାହୃତ: ଆଜିଠାରୁ ସ୍ବାଭାବିକ ହେବ ଭୁବନେଶ୍ୱର କୋର୍ଟ

ଭୁୁବନେଶ୍ୱର, ୬ା୭(ବ୍ୟୁରୋ): ଓକିଲଙ୍କୁ ଆକ୍ରମଣ ଘଟଣା ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଭୁବନେଶ୍ୱର ବାର ଆସୋସିଏଶନ ପକ୍ଷରୁ ଗତ ୨୦ ତାରିଖରୁ କାର୍ଯ୍ୟ ବନ୍ଦ ଚାଲିଥିଲା।...

କ୍ୟାବିନେଟ୍‌ ବୈଠକରେ ୧୬ ପ୍ରସ୍ତାବ ଅନୁମୋଦନ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକ ଇତିମଧ୍ୟରେ ଶେଷ ହୋଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ଉକ୍ତ...

ଗୃହରେ ତାଲା, ବାରଣ୍ଡାରେ ପିଲା

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ପୌରାଞ୍ଚଳର ୨ନଂ. ୱାର୍ଡର ଅଠରବାଙ୍କି ତଳପଡାରେ ଅଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ୨୦୦୮ରୁ ଚାଲିଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ...

କୋଭାକ୍ସିନ୍‌କୁ ଅଷ୍ଟ୍ରେଲିଆରେ ମଞ୍ଜୁରୀ…

ସିଡ୍‌ନୀ/ନୂଆଦିଲ୍ଲୀ,୧।୧୧: ଭାରତରେ ତିଆରି ହୋଇଥିବା କରୋନା ଟିକା କୋଭାକ୍ସିନ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ମିଳିପାରିନାହିଁ। କିନ୍ତୁ ଅଷ୍ଟ୍ରେଲିଆ ସରକାର ଏହାକୁ ଅନୁମୋଦିତ ଟିକା...

ଜୈବବିବିଧତା ବଜାୟ ରହିଲେ ପରିବେଶ ସମୃଦ୍ଧି ଅତୁଟ ରହିବ

ଛେଣ୍ଡିପଦା,୨୨।୫(ସ୍ବ.ପ୍ର): ଅନୁଗୋଳ ଜିଲା କୋଶଳା ଚନ୍ଦନନଗର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କୋଶଳା ଚନ୍ଦନନଗର ବନ୍ୟପ୍ରାଣୀ ସମିତି ଓ ନିୟୁଜ ଅନୁଷ୍ଠାନ ଏବଂ କୋଶଳା ପଞ୍ଚାୟତ ଜୈବ ବିବିଧତା...

୮ରୁ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଏଥର ‘ଫୋକସ୍‌ ଏମ୍‌ଏସ୍‌ଏମ୍‌ଇ-୨୦୨୦’

ଭୁବନେଶ୍ୱର,୭ା୧(ବ୍ୟୁରୋ): ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର-୨୦୨୦ ଜାନୁୟାରୀ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ...

ଧରାକୋଟରେ ଆନ୍ଧ୍ର ପୋଲିସର ଚଢ଼ାଉ: ଗଞ୍ଜେଇ ଚାଲାଣକାରୀଙ୍କୁ କୋର୍ଟରେ ହାଜର ନିର୍ଦ୍ଦେଶ

ଧରାକୋଟ,୨୬ା୧୧(ଡି.ଏନ.ଏ.)-ଧରାକୋଟ ଥାନା ବାଦଗଡ଼ ଗ୍ରାମର ୨ ଜଣ ଯୁବକଙ୍କୁ ବେଆଇନ୍‌ ଗଞ୍ଜେଇ ଚାଲାଣ ଅଭିଯୋଗରେ ଆନ୍ଧ୍ର ଜିଆରପି (ବିଜୟଓ୍ବାଡ଼ା) ପୋଲିସ ନଂ. ୮୬/୧୩ ଅନୁଯାୟୀ କୋର୍ଟଚାଲାଣ...

ଶୁକ୍ରବାର ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଆସନ୍ତା ୩ରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ପ୍ରାର୍ଥୀମାନେ ନିଜର ଦଳୀୟକର୍ମୀଙ୍କ ସହ ଜୋରଦାର ପ୍ରଚାର କରିବାରେ ଲାଗିପଡିଛନ୍ତି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

Advertisement
Archives

Model This Week