Advertisement
Posted inଜାତୀୟ

ବାଣଫୁଟାକୁ ନେଇ ଦୁଇପକ୍ଷ ମୁହାଁମୁହିଁ, ୧୯ ଜଣ ପୋଲିସ ହେପାଜତରେ…

ଅହମଦାବାଦ,୨୫।୧୦: ଦୀପାବଳି ଅବସରରେ ଗୁଜରାଟର ବଡୋଦରା ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ବାଣଫୁଟାକୁ ନେଇ ସଂଘର୍ଷ ହୋଇଥିଲା। ଏହା ପରେ ପୋଲିସ ଉଭୟ ପକ୍ଷରୁ ୧୯ ଜଣଙ୍କୁ ଗିରଫ କରିଥିଲା। ମଙ୍ଗଳବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଘଟଣା ସୋମବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୪୫ ସମ୍ବେଦନଶୀଳ ପାନିଗେଟ ଅଞ୍ଚଳରେ ଘଟିଛି।

ବଡୋଦରା ଡେପୁଟି କମିଶନର ଯଶପାଲ ଜଗନିଆ କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଅଛନ୍ତି, ଯିଏ ସଂଘର୍ଷ ଆରମ୍ଭ ହେବାର ପ୍ରାୟ ଏକ ଘଣ୍ଟା ପରେ ତୃତୀୟ ମହଲାର ଏକ ଘରୁ ଜଣେ ପୋଲିସ କର୍ମଚାରୀଙ୍କ ଉପରକୁ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି।

ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ସେ କହିଛନ୍ତି ଯେ ଏହି ଅଞ୍ଚଳରେ ପାର୍କିଂ ହୋଇଥିବା ଏକ ମୋଟରସାଇକେଲ ଉପରେ ରକେଟ ଖସିଯିବା ପରେ ନିଆଁ ଲାଗିଯାଇଥିଲା।

ଏହାପରେ ଉତ୍ୟକ୍ତ ଲୋକେ ପରସ୍ପର ଉପରକୁ ରକେଟ ବାଣ ଛାଡ଼ିବା ଆରମ୍ଭ କରିଥିଲେ। ବିବାଦ ବଢ଼ିବା ପରେ ଉଭୟ ପାର୍ଶ୍ୱରୁ ଲୋକମାନେ ପରସ୍ପର ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।

ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଉଭୟ ପକ୍ଷର ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମଧ୍ୟରେ ଜିକା ସଂକ୍ରମଣ ବଢ଼ାଇଲା ବିପଦ

ମୁମ୍ବାଇ,୧୦।୮: କରୋନା ଭାଇରସ୍‌ ସଂକ୍ରମଣ ନସରୁଣୁ ଏବେ ଜିକା ଭାଇରସ୍‌ ସଂକ୍ରମଣ ବିପଦ ଦେଖାଦେଲାଣି। ବର୍ତ୍ତମାନ ମହାରାଷ୍ଟ୍ରରେ ଡେଙ୍ଗୁ ଚିନ୍ତାର କାରଣ ପାଲଟିଛି। ତେବେ ଜିକା...

ଟିକା ନେଇଥିବା ୨.୬ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ, ୧୪।୮: ଦେଶରେ ବର୍ତ୍ତମାନ ସୁଦ୍ଧା ୫୩.୧୪ କୋଟି ଭାକ୍ସିନ ଡୋଜ୍‌ ଦିଆଗଲାଣି। ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୨.୬ ଲକ୍ଷ ପୁନର୍ବାର କରୋନା ସଂକ୍ରମିତ...

ଭାରତରୁ ବହୁ କୋଟି ଲୁଟିଛନ୍ତି ଚାଇନିଜ୍‌

ନୂଆଦିଲ୍ଲୀ,୧୧ା୯: ଚାଇନାର ଆର୍ଥତ୍କ ଆକ୍ରମଣ ଭାରତୀୟ କର୍ତ୍ତୃପକ୍ଷଙ୍କୁ ବିବ୍ରତ କରିଛି। ଆର୍ଥତ୍କ ଗୋଇନ୍ଦା ସଂସ୍ଥା (ଏଫ୍‌ଆଇୟୁ) ଆଖିରେ ଧୂଳି ଦେଇ ଚାଇନା ନାଗରିକ ବେଆଇନ ଭାବେ...

ସ୍ବାମୀଙ୍କୁ ୧୦ ଖଣ୍ଡ କଲେ ସ୍ତ୍ରୀ, ପୁଅ

ନୂଆଦିଲ୍ଲୀ,୨୯।୧୧(ପି.ଟି.):ଶ୍ରଦ୍ଧା ଓ୍ବାଲ୍‌କର ବୀଭତ୍ସ ହତ୍ୟା ମାମଲାର ଆତଙ୍କ ମନରୁ ଲିଭି ନ ଥିବାବେଳେ ପୂର୍ବ ଦିଲ୍ଲୀରେ ଅନୁରୂପ ଏକ ହତ୍ୟା ଘଟଣା ପଦାକୁ ଆସିଛି। ଶ୍ରଦ୍ଧାଙ୍କୁ...

ଟିଏମସି ନେତାଙ୍କ ନିର୍ମାଣାଧିନ ଘର ଉପରେ ଦେଶୀ ବୋମା ଆକ୍ରମଣ, ୨ ରାଜମିସ୍ତ୍ରୀ ଆହତ

କୋଲକାତା, ୬ ।୧୧: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ରବିବାର ଟିଏମସିିର ପଞ୍ଚାୟତ ସଦସ୍ୟଙ୍କ ନିର୍ମାଣାଧିନ ଘର ଉପରେ ଦେଶୀ ବୋମା ପକାଯାଇଛି ।...

ନାଗରିକତ୍ୱ ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୧୩।୧୨(ପି.ଟି.): ବିବାଦୀୟ ନାଗରିକତ୍ୱ (ସଂଶୋଧନ) ବିଲ୍‌, ୨୦୧୯କୁ ଗୁରୁବାର ମଧ୍ୟରାତ୍ରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। ଏଥିସହ ଏହି ବିଲ୍‌ ଆଇନରେ ପରିଣତ ହୋଇଛି।...

ବିବାହ ଭୋଜିରେ ହୋଇଥିଲା ଜ୍ୟୋତିରାଦିତ୍ୟଙ୍କୁ ଭାଜପାରେ ସାମିଲ କରିବା ଯୋଜନା

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶ ଯୁବ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭାଜପାରେ ସାମିଲ କରିବା ପାଇଁ ଏକ ବିବାହ ଭୋଜିରେ ଯୋଜନା ହୋଇଥିଲା। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ...

ଆଜି ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ: ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୮।୧୧:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଛା...

Advertisement
Archives

Model This Week