Advertisement

ହୋମ ଯଜ୍ଞ କରି ସ୍ବଧର୍ମକୁ ଫେରିଲେ ପରିବାରର ୧୨ ସଦସ୍ୟ

ଠାକୁରମୁଣ୍ଡା,୨୫।୧୦(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଗୟଳମୁଣ୍ଡା ପଞ୍ଚାୟତ ହରିବେଡା ଗ୍ରାମର ଏକ ଆଦିବାସୀ ପରିବାରର ୧୨ ସଦସ୍ୟ ଖ୍ରୀଷ୍ଟଧର୍ମ ଛାଡି ସ୍ବଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏନେଇ ଗାଁରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗ୍ରାମର ଦୁର୍ଗା ଗାଗରାଇଙ୍କ ପରିବାରର ୧୨ ସଦସ୍ୟ ହୋମ ଯଜ୍ଞ କରି ସ୍ବଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିରେ ବଜରଙ୍ଗ ଦଳର ପୂର୍ବ ପ୍ରାନ୍ତଃ ପ୍ରମୁଖ ଅକ୍ଷୟ ସାହୁ, କେନ୍ଦୁଝର(ଘଷିପୁରା), ସଂଗଠନ ମିଳନ କେନ୍ଦ୍ରର ପ୍ରମୁଖ ତୃପ୍ତି ରଞ୍ଜନ ସାହୁ, ବିଶ୍ବହିନ୍ଦୁ ପରିଷଦର ଜିଲା ସଭାପତି ମଙ୍ଗଳୁରାମ ମହାନ୍ତ, ବିଭାଗ ସମ୍ପାଦକ ମଧୁସୂଦନ ଦାସ, ସହସମ୍ପାଦକ କମଳାକାନ୍ତ ନାୟକ, ମଠ ମନ୍ଦିର ପ୍ରମୁଖ ଲାଲ ମୋହନ ମହାନ୍ତଙ୍କ ସମେତ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ୬ ମାସ ତଳେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଦୁର୍ଗା କୁହନ୍ତି, ସ୍ବଇଚ୍ଛାରେ ପୁଣି ହିନ୍ଦୁଧର୍ମକୁ ପ୍ରତ୍ୟାବର୍ତ୍ତନ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବସାଧାରଣରେ ହେବନି ହୋଲି

ଢେଙ୍କାନାଳ ଅଫିସ, ୯।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ଓ୍ବାନ୍‌ ହଲ୍‌ରେ ସୋମବାର ଅପରାହ୍ନରେ ଜିଲାପାଳ ସରୋଜ କୁମାର ସେଠୀ ଜିଲାର କୋଭିଡ୍‌ସ୍ଥିତି, ପୌର ନିର୍ବାଚନ ଏବଂ ୫-ଟି...

ମିନିବସ୍‌ ଚୋରି ଉଦ୍ୟମ : ଚାଳକଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ଦିଗପହଣ୍ଡି,୧୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡରୁ ଯାତ୍ରୀବାହୀ ମିନିବସ୍‌ ନଂ ଓଆର- ୦୭- ୬୫୦୧କୁ ଚୋରି କରି ଜଣେ ଚାଳକ ନେଇ ଯାଉଥିବାବେଳେ ରବିବାର ଅପରାହ୍ନରେ...

ନିଆରା ପାର୍ବଣ

କାଶତଣ୍ଡୀ ଫୁଲର ପସରା ମେଲାଇ ଗାଁକୁ ଆସିଛି ପାର୍ବଣ। କରୋନା କଟକଣା ମଧ୍ୟରେ ଗାଁର ଆବାଳବୃଦ୍ଧବନିତା ମସ୍‌ଗୁଲ ହୋଇଉଠିଛନ୍ତି। ମା’ ଦୁର୍ଗତିନାଶିନୀ ଗାଁର ପୂଜା ମେଢରେ...

ଦାସିଗଁ। ମଣ୍ଡି: କୁଇଣ୍ଟାଲ ପିଛା ୫କି.ଗ୍ରା କଟନି ଅଭିଯୋଗ

ଜୁନାଗଡ଼/ଦାସିଗଁ।,୧।୬(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦାସିଗଁ। ମଣ୍ଡି ନାନା ଅବ୍ୟବସ୍ଥା ମଧ୍ୟଦେଇ ଚାଲିଛି। ମଣ୍ଡିରେ ନିଯୁକ୍ତ ସ୍ଥାନୀୟ ମିଲର୍ସ ଏବଂ ଏଜେଣ୍ଟମାନେ ମନଇଚ୍ଛା କାମ...

ପଣ୍ଡିଗାଁରେ ମଦ ବିରୋଧରେ ତାତିଲେ ମହିଳା: ଜିଲାପାଳଙ୍କୁ ଅଭିଯୋଗ

ଭବାନୀପାଟଣା,୧୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ପଣ୍ଡିଗାଁ ପଞ୍ଚାୟତ ମଦମୁକ୍ତି ଲାଗି ଦାବି ହୋଇଛି। ଏ ନେଇ ସରପଞ୍ଚ ବନଜା ବାସିନୀ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ...

ଆବାସ ଯୋଜନାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀଭଙ୍ଗା, ନୁଆଁଣିଆ ଚାଳଘରେ କଟୁଛି ଜୀବନ

ରଣପୁର,୧୧।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଅଞ୍ଚଳରେ ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନି। ଭଙ୍ଗା ଦଦରା ନୁଅଁାଣିଆ ଚାଳ ଘରେ ରହୁଥିବା ପରିବାର ଘରଖଣ୍ଡେ...

ଢ଼ାବା ମାଲିକାଣୀଙ୍କୁ ହତ୍ୟା ପାଇଁ ଶୁଟରଙ୍କୁ ଡକାଇଥିଲେ ଜ୍ୱାଇଁ

ଖଡିଆଳ,୧୧।୮(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଅଧୀନ ଡୁଆଝରସ୍ଥିତ ଆପନା ଢ଼ାବା ମାଲିକାଣୀ ବାସନ୍ତୀ ମେହେର ହତ୍ୟା ଘଟଣାର ପୋଲିସ ବୁଧବାର ପର୍ଦ୍ଦାଫାସ କରିଛି। ପୋଲିସ...

ଯାତ୍ରା କଳାକାରଙ୍କୁ ହତ୍ୟା

ଭୋଗରାଇ, ୧୮ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ା ଶୁକ୍ରବାର ମଧ୍ୟରାତ୍ରିରେ ଜଣେ ନିଶାଗ୍ରସ୍ତ ଯୁବକ ଯାତ୍ରା ପାର୍ଟିର ହାସ୍ୟ...

Advertisement
Archives

Model This Week