Posted inଖେଳ

୧୮ ବର୍ଷ ପରେ କ୍ରିକେଟ ରେକର୍ଡ ବୁକ୍‌ରେ ସ୍ଥାନ ପାଇଲେ ବ୍ୟାଟ୍ସମ୍ୟାନ

ଚାଟୋଗ୍ରାମ, ୭ା୨- ପଦାର୍ପଣକାରୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କାଇଲ୍‌ ମାୟର୍ସ ଅପରାଜିତ ୨୧୦ ରନ୍‌ର ଇନିଂସ ଅବସରରେ ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି। ୩୧୦ ବଲର ସମ୍ମୁଖୀନ ହୋଇଥିବା ମାୟର୍ସଙ୍କ ଇନିଂସରେ ସାମିଲ ଥିଲା ୨୦ ଚୌକା ଓ ୭ ଛକା। ବିଶ୍ୱ କ୍ରିକେଟରେ ୧୮ ବର୍ଷ ପରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ପଦାର୍ପଣ ଟେଷ୍ଟରେ ଦ୍ୱିଶତକ ହାସଲ କରିବାରେ ମାୟର୍ସ ପ୍ରଥମ କ୍ରିକେଟର। ଏହି ସଫଳତା ହାତେଇବାରେ ସେ ମୋଟ ଉପରେ ବିଶ୍ୱର ୬ଷ୍ଠ ବ୍ୟାଟ୍ସମ୍ୟାନ। ଅନ୍ତିମ ଥର ୨୦୦୩ରେ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ସ ରୁଡଲଫ (୨୦୦୩) ସମାନ ଦଳ ବିପକ୍ଷରେ ସମାନ ଭେନ୍ୟୁରେ ପଦାର୍ପଣ ଟେଷ୍ଟରେ ହାସଲ କରିଥିଲେ ଦ୍ୱିଶତକ।

ଆଉ ୨୮ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ମାୟର୍ସ ପଦାର୍ପଣ ଟେଷ୍ଟର ଚତୁର୍ଥ ଇନିଂସରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ କରିବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। ତାଙ୍କର ଦ୍ୱିଶତକୀୟ ପାଳି ଯୋଗୁ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ କ୍ରିକେଟ ଇତିହାସର ୫ମ ସର୍ବାଧିକ ଟାର୍ଗେଟ(୩୯୫)ର ପିଛା କରି ବିଜୟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ହାରିବା ପରେ ଉତ୍ସବ ପାଳିଲେ ବେଲୁଚିସ୍ତାନ ବାସିନ୍ଦା ! ଦେଖନ୍ତୁ ଭିଡିଓ

ଇସଲାମାବାଦ,୧୩।୧୧: ଟି -୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପାକିସ୍ତାନର ପରାଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହି ପରାଜୟରେ ପାକିସ୍ତାନୀ କ୍ରିକେଟ ପ୍ରଶଂସକମାନେ...

ମନ ଭାଙ୍ଗିଦେଲା ବର୍ଷା

ସାଉଥାମ୍ପଟନ,୧୮ା୬: ମନ ଭାଙ୍ଗିଦେଲା ବର୍ଷା। ଲଗାଣ ବର୍ଷ କାରଣରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ର ପ୍ରଥମ ଦିନ ଖେଳ ସମ୍ଭବ ହୋଇପାରିନାହିଁ। ଏପରି...

ଚେନ୍ନାଇ ଆଗରେ ୧୩୫ ରନ୍‌ର ବିଜୟ ଟାର୍ଗେଟ୍‌

ଚେନ୍ନାଇ,୨୧।୪: ଚେନ୍ନାଇସ୍ଥିତ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୨୯ତମ ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି...

ସ୍ବର୍ଣ୍ଣ ଜିତିବା ସହ ରେକର୍ଡ କଲେ ସୁନାଝିଅ ମୀରାବାଈ: ପ୍ରଧାନମନ୍ତ୍ରୀ କହିଲେ ‘ଅସାଧାରଣ’

ବର୍ମିଂହାମ, ୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଗୋଟିଏ ପରେ ଗୋଟିଏ ପଦକ ନିଜ ନାମରେ କରୁଛି। ବିଶେଷକରି ଭାରତ୍ତୋଳନରେ ମୀରାବାଈ ଚାନୁ ପ୍ରଥମ ସ୍ବର୍ଣ୍ଣ ପଦକ...

ଫିଟ୍‌ ଥିଲେ ଓପନିଂ କରିବେ ଓ୍ବାର୍ନର

ବ୍ରିଷ୍ଟଲ,୩୧।୫(ପି.ଟି.)- ଅଷ୍ଟ୍ରେଲିଆ ଦଳ ଶନିବାର ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ଡେଭିଡ ଓ୍ବାର୍ନରଙ୍କ ଫିଟ୍‌ନେସକୁ ନେଇ ରିସ୍କ ନେବାକୁ ଚାହୁଁ...

୭୨ ବର୍ଷରେ ଲିଟିଲ୍‌ ମାଷ୍ଟର…

ନୂଆଦିଲ୍ଲୀ,୧୦।୭: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ଶନିବାର ୭୨ ବର୍ଷ ପୂରଣ ହୋଇଛି। ସେ ୧୯୪୯ ଜୁଲାଇ ୧୦ରେ ମୁମ୍ବାଇଠାରେ ଜନ୍ମ...

ଇଣ୍ଡିଆନ ସୁପର୍‌ ଲିଗ୍‌: ଏଟିକେ-ଚେନ୍ନାଇନ ଫାଇନାଲ

କୋଲକାତା, ୯।୩ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ସିଜନ-୬’ର ଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ଦୁଇଥରର ଚାମ୍ପିୟନ ଏଟିକେ ଓ ଚେନ୍ନାଇନ ସୁପର୍‌...

ପୁରୁଣା ଟିମ୍‌କୁ ଫେରିଲେ ଓ୍ବାର୍ନର: ଜାଣନ୍ତୁ କେତେରେ ହେଲେ ବିକ୍ରି…

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୫ତମ ସଂସ୍କରଣ ଲାଗି ମେଗା ନିଲାମ ପ୍ରକ୍ରିୟା ଜାରି ରହିଛି। ଏଥିରେ ଅଷ୍ଟ୍ରେଲିୟ ଖେଳାଳିଙ୍କ ପାଇଁ ବହୁତ ଚାହିଦା ରହିଥିବା...

Advertisement
Archives

Model This Week