କଟକ,୩।୮ (କାର୍ତ୍ତିକ ସାହୁ)ମେଡିକାଲ କଲେଜରେ ନାମ ଲେଖାଇବାର ପ୍ରଲୋଭନ ଦେଖାଇ ୧୮.୫ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଠକେଇର ମାଷ୍ଟର ମାଇଣ୍ଡଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବିଷ୍ଣୁପୁର ଥାନା ଅଞ୍ଚଳରୁ ଗିରଫ କରିଛି। ସେ ହେଲେ ବାଲେଶ୍ୱର ନିକଟ ଦୀଘା ଅଞ୍ଚଳର ଶୁଭାଶିଷ ପତି। ସେ ଗତ ୩ ବର୍ଷ ଧରି ଚକ୍ମା ଦେଖାଇ ଗିରଫଦାରିରୁ ବର୍ତ୍ତିବା ପାଇଁ ଖସି ବୁଲୁଥିଲେ।
ମିଳିଥିବା ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ବିନୋଦ କୁମାର ନାମକ ଜଣେ ବ୍ୟକ୍ତି ୨୦୧୫-୧୬ ମସିହାରେ ୧୮.୫ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ତାଙ୍କ ପୁଅର ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ସହଯୋଗ କରିବାକୁ ତାଙ୍କୁ ୩ ଜଣ ବ୍ୟକ୍ତି ପ୍ରତିଶ୍ରୁତି ଦେଇଥିଲେ। ବାଙ୍ଗାଲୋର କିମ୍ବା ଭୁବନେଶ୍ୱରର ଏକ ଖ୍ୟାତନାମା ମେଡିକାଲ କଲେଜରେ ମ୍ୟାନେଜମେଣ୍ଟ କୋଟା ସିଟ୍ ଜରିଆରେ ନାମ ଲେଖା ନିମନ୍ତେ ସେମାନେ କହିଥିଲେ। ହେଲେ ସେମାନେ ପ୍ରତିଶ୍ରୁତି ରକ୍ଷା କରିପାରି ନ ଥିଲେ। ଏହାପରେ ସେମାନେ ନେଇଥିବା ଟଙ୍କା ଫେରସ୍ତ ପାଇଁ ଏକ ଚେକ୍ ବିନୋଦଙ୍କୁ ପ୍ରଦାନ କରିଥିଲେ। ବିନୋଦ ଉକ୍ତ ଚେକ୍ ବ୍ୟାଙ୍କରେ ଲଗାଇବାରୁ ତାହା ବାଉନ୍ସ ହୋଇଯାଇଥିଲା। ଏ ନେଇ ୨୦୧୯ ଡିସେମ୍ବର ୧୬ରେ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ ହେବା ପରେ ଏକ ମାମଲା(ନଂ.୧୯/୨୦୧୯) ରୁଜୁ ହୋଇଥିଲା। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଘଟଣାରେ ସମ୍ପୃକ୍ତ ରଘୁନାଥ ବେହେରା ଓ ସୌମ୍ୟକାନ୍ତ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଘଟଣାର ମାଷ୍ଟର ମାଇଣ୍ଡ ଶୁଭାଶିଷ ଫେରାର ଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଦେବୀ ପ୍ରସାଦ ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ପଶ୍ଚିମବଙ୍ଗର ବିଷ୍ଣୁପୁର ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା। ସେଠାରୁ ଶୁଭାଶିଷଙ୍କୁ ଗିରଫ କରାଯାଇ ସ୍ଥାନୀୟ ଆଲିପୁର ଅତିରିକ୍ତ ସିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯାଇଛି। କ୍ରାଇମବ୍ରାଞ୍ଚ ଶୁଭାଶିଷଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଖୁବ୍ଶୀଘ୍ର ଓଡ଼ିଶାରେ ପହଞ୍ଚତ୍ବ। ଏଥିସହ ତାଙ୍କର ଓଡ଼ିଶାରେ ରହିଥିବା ଅନ୍ୟ ଆପରାଧିକ କାର୍ଯ୍ୟକଳାପ ବିଷୟରେ କ୍ରାଇମ୍ବ୍ରାଞ୍ଚ ତନାଘନା କରୁଥିବା ସୂଚନା ମିଳିଛି।
Posted inHome, Home Left, ଆମ ଜିଲା ଖବର, କଟକ View All
‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ
ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…
ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ
ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…
ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା
ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…
ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…
ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…
ମୁଖ୍ୟମନ୍ତ୍ରୀ ବସ୍ ଧକ୍କାରେ ୨ ଭାଇ ଗୁରୁତର, ବସ୍କୁ ଜବତ କରି…
ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍…
‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା
ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…
ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…
ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ
ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…
Archives

