ରାଜଧାନୀରେ ୧୭୫ ବେଆଇନ ଆପାର୍ଟମେଣ୍ଟ

ଭୁବନେଶ୍ୱର,୩୦ା୮(ବ୍ୟୁରୋ):ଉତ୍ତର ପ୍ରଦେଶର ନୋଏଡ଼ାରେ ନିର୍ମାଣ ହୋଇଥିବା ୧୦୦ ମିଟର ଉଚ୍ଚତାର ଦୁଇଟି ବେଆଇନ ଅଟ୍ଟାଳିକାକୁ ରବିବାର ବିସ୍ଫୋରଣରେ ଉଡ଼ାଇ ଦିଆଯାଇଛି। କୋଷ୍ଟାଲ ରେଗୁଲେଶନ ଜୋନ୍‌ ସର୍ତ୍ତକୁ ଉଲ୍ଲଂଘନ କରିଥିବାରୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ସେହି ବହୁତଳ ଆପାର୍ଟମେଣ୍ଟକୁ ଧରାଶାୟୀ କରାଯାଇଛି। ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବହୁମାତ୍ରାରେ ବେଆଇନ ନିର୍ମାଣ ଗଢ଼ିଉଠିଛି। ଏପରି କି ଦୀର୍ଘବର୍ଷ ହେଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଧ୍ୱଂସ ଆଦେଶ ଦିଆଯାଇଥିବା ୧୭୫ଟି ବେଆଇନ ଅଟ୍ଟାଳିକା କେବେ ଭଙ୍ଗାଯିବ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଉଭୟ ସଂସ୍ଥା କେବଳ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ସଂଶୋଧନ ଆଇନ-୨୦୧୫ର ସେକ୍ସନ ୯୨(୨) ଅନୁଯାୟୀ ମାମଲା ରୁଜୁକରି ବସିଯାଉଛନ୍ତି।
ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଲ୍ଡିଂ ରେଗୁଲେଶନକୁ ଉଲ୍ଲଂଘନ କରିଥିବା ଭୁବନେଶ୍ୱରରେ ପ୍ରାୟ ୬ ହଜାର ନିର୍ମାଣ ରହିଛି। ବିଡିଏ ପକ୍ଷରୁ ମୋଟ୍‌ ୧,୬୪୩ ଆପାର୍ଟମେଣ୍ଟକୁ ଅନୁମୋଦନ କରାଯାଇଛି। ସେଥିରୁ ୪୮୭ ବେଆଇନ ନିର୍ମାଣ ହୋଇଛି। ଉକ୍ତ ବେଆଇନ ଆପାର୍ଟମେଣ୍ଟରୁ ୧୭୫ଟିକୁ ଭାଙ୍ଗିବାକୁ ବିଡିଏ ଓ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ବିଡିଏ କିମ୍ବା ବିଏମ୍‌ସି ପକ୍ଷରୁ ଏ ନେଇ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଫଳରେ ଦିନକୁ ଦିନ ସହରରେ ବେଆଇନ ନିର୍ମାଣ ବଢ଼ିଚାଲିଛି, ଯାହା ସହରବାସୀଙ୍କ ପାଇଁ ବିପଦର କାରଣ ହୋଇଛି। ଯେଉଁଗୁଡିକ ଭାଙ୍ଗିବାକୁ ବିଡିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ସେଥିରୁ ଅଧିକାଂଶ ଆପାର୍ଟମେଣ୍ଟର ମାଲିକ ହାଇକୋର୍ଟରୁ ସ୍ଥଗିତାଦେଶ ଆଣି ସରକାରଙ୍କୁ ଏକପ୍ରକାର ଚାଲେଞ୍ଜ କରୁଛନ୍ତି। ମାତ୍ର ସେହି ସ୍ଥଗିତାଦେଶ ଉଚ୍ଛେଦ ଦିଗରେ ବିଡିଏ କିମ୍ବା ବିଏମ୍‌ସି ପକ୍ଷରୁ ସେଭଳି ପଦକ୍ଷେପ ନିଆଯାଉ ନ ଥିବାରୁ ଦୀର୍ଘବର୍ଷ ହେଲା ବେଆଇନ ନିର୍ମାଣକୁ ଧ୍ୱଂସ ଲାଗି ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ।
ଅନ୍ୟପକ୍ଷରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଥରକୁଥର ସର୍ବକ୍ଷମା ଯୋଜନା କରାଯାଇ ଅନେକ ବେଆଇନ ନିର୍ମାଣରୁ କିଛି ଜରିମାନା ନେଇ ଆଇନସିଦ୍ଧ କରାଯାଉଛି। ଏଥିଯୋଗୁ ବେଆଇନ ନିର୍ମାଣ କରୁଥିବା ପ୍ରମୋଟରମାନେ ଆଖିବୁଜି ସରକାରୀ ବିଲ୍ଡିଂ ରେଗୁଲେଶନକୁ ଖୋଲାଖୋଲି ଉଲ୍ଲଂଘନ କରି ନିଜର ବ୍ୟବସାୟ ଜାରି ରଖିଛନ୍ତି। ବିଡିଏ ସଚିବ କବିନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ଓଡିଏ ଆଇନ ଅନୁଯାୟୀ ବେଆଇନ ନିର୍ମାଣକୁ ନଷ୍ଟ କରିବାକୁ ବିଏମ୍‌ସି ପଦକ୍ଷେପ ନେଇପାରିବ। ଏ ନେଇ ବିଏମ୍‌ସିକୁ ୩ ବର୍ଷ ପୂର୍ବରୁ ଏକ ତାଲିକା ପ୍ରଦାନ କରାଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି, ବେଆଇନ ନିର୍ମାଣ ସମ୍ପର୍କରେ ସର୍ଭେ କରାଯାଉଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଓଡିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା) ପୂର୍ବତନ ଏନ୍‌ଫୋର୍ସମେଣ୍ଟ ଅଫିସର ସୁରଥ ଜେନା କହିଛନ୍ତି ଯେ, ବେଆଇନ ନିର୍ମାଣ ଉପରେ ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ଦିନକୁ ଦିନ ଏହା ବଢ଼ିଯାଉଛି। ସରକାର ଏ ଦିଗରେ କଠୋର ହେଲେ ଏହାକୁ ରୋକାଯାଇ ପାରିବ। ରେରା କାର୍ଯ୍ୟକାରୀ ହେବା ପରେ ବେଆଇନ ନିର୍ମାଣ ଉପରେ କିଛିମାତ୍ରାରେ ଅଙ୍କୁଶ ଲାଗିଛି। ଓରେରାର ବିନା ଅନୁମତିରେ କୌଣସି ପ୍ରମୋଟର ଆପାର୍ଟମେଣ୍ଟ ପାଇଁ ବିଜ୍ଞାପନ ଦେଇପାରିବେ ନାହିଁ ବୋଲି ସେ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ଗ୍ରାହକମାନଙ୍କୁ ବିଲ୍‌ଡରମାନଙ୍କ ଶୋଷଣରୁ ରକ୍ଷା କରିବାକୁ କେନ୍ଦ୍ର ସରକାର ୨୦୧୬ରେ ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ରେରା) ଆଇନ ଆଣିବା ପରେ ରାଜ୍ୟ ସରକାର ୨୦୧୭ରେ ଏହାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନ ଆସିବା ପରେ ବହୁତଳ ଅଟ୍ଟାଳିକା ନିର୍ମାଣ କରିବା ପୂର୍ବରୁ ଓରେରାଠାରୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଜିତା ବୋକା ବନାଇବାକୁ ଚେଷ୍ଟା ନ କରନ୍ତୁ: ମାନସ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ସପକ୍ଷରେ ଭାଜପାର କେତେଜଣ ବରିଷ୍ଠ ନେତା ମତ ଦେଇ ଆସୁଥିବା ବେଳେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ...

ମୌଳିକ ଭିତ୍ତିଭୂମିକୁ ଗୁରୁତ୍ୱ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ଅର୍ଥମନ୍ତ୍ରୀ...

CORONAVIRUS UPDATE: ରାଜ୍ୟରେ ଆଉ ୧୨୯ ପଜିଟିଭ୍‌ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୧,୯୪୮କୁ ବୃଦ୍ଧି

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ରବିବାର ୧୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧,୯୪୮କୁ ବୃଦ୍ଧି ପାଇଛି। ସେଥିରୁ ମୋଟ...

୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ବର,୨୭।୭(ବ୍ୟୁରୋ): ପୁଣି କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଶେଖ୍‌ ମେଜୁ । ଏ...

ଗହଳି କମାଇଛି କୋଭିଡ୍‌ ରିପୋର୍ଟ

ପୁରୀ ଅଫିସ,୫।୧: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ରବିବାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ପ୍ରାୟ ୪ ହଜାର ଭକ୍ତ ଦାରୁଦିଅଙ୍କ ଦର୍ଶନ କରିଥିଲେ। ତେଣୁ ଆଗାମୀ ଦିନଗୁଡ଼ିକରେ...

ଅସୁରକ୍ଷିତ ଜଙ୍ଗଲ ସମ୍ପଦ: ଜବରଦଖଲକାରୀଙ୍କ କବ୍‌ଜାରେ ୩୩ ହଜାର ହେକ୍ଟର

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ରାଜ୍ୟରେ ବହୁମୂଲ୍ୟ ଜଙ୍ଗଲ ସମ୍ପଦ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଉଛି। ଦୀର୍ଘ ବର୍ଷ ପରେ ମଧ୍ୟ ସେହି ଜମି ସରକାରଙ୍କ ନିକଟକୁ ଫେରିପାରୁ ନାହିଁ। ଜଙ୍ଗଲ...

ଲୋକଙ୍କ ପାଇଁ ମୋ ଦୁଆର ସର୍ବଦା ଖୋଲା ରହିବ

୨୦୧୩ ବ୍ୟାଚ ଆଇପିଏସ୍‌ ଅଫିସର ଜଗମୋହନ ମୀନା ଶୁକ୍ରବାର ଅନୁଗୋଳ ଜିଲାର ୧୪ତମ ଏସ୍‌ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ରାଜସ୍ଥାନର ଆଲୱାରଠାରେ ୧୯୮୯ରେ ଜନ୍ମଗ୍ରହଣ କରିଥିବା...

ବରଦା ଦାସ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ

ଭୁବନେଶ୍ୱର, ୧ା୧(ବ୍ୟୁରୋ): ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ବରଦା ପ୍ରସନ୍ନ...

Advertisement
Archives

Model This Week