୧୭୦ କି.ମି. ବ୍ୟାପ୍ତ ମେଗାସିଟି ‘ନେଓମ୍‌’

ରିୟାଧ, ୨୨ା୧୦: ବିଶ୍ୱର ସବୁଠାରୁ ବିରାଟ ବାଲି ମରୁଭୂମି ଭାବେ ଜଣାଯାଉଥିବା ସାଉଦି ଆରବ ବର୍ତ୍ତମାନ ତେଲ କିମ୍ବା ଓଢ଼ଣାରେ ରହୁଥିବା ମହିଳାଙ୍କ ପାଇଁ ନୁହେଁ ବରଂ ମେଗା ସହର ଲାଗି ବିଶ୍ୱରେ ପରିଚିତି ହାସଲ କରିବାକୁ ଯାଉଛି। ୧୭୦ କି.ମି ପରିମିତ ଜାଗାରେ ଏହି ବିଶାଳ ସହର ତିଆରି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି ମେଗା ସହରର ନାମ ନେଓମ୍‌ ରଖାଯାଇଥିବାବେଳେ ତାବୁକ ପ୍ରଦେଶର ଉତ୍ତର-ପଶ୍ଚିମାଞ୍ଚଳରେ ଏହା ନିର୍ମାଣ କରାଯାଉଛି। ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଏହାର ନିର୍ମାଣ କରାଯିବ, ଯେଉଁଠାରେ ଫ୍ଲାଇଂ ଟାକ୍ସି ସାଙ୍ଗକୁ ଘର ସହାୟକ ଭାବେ ରୋବୋମାନେ କାର୍ଯ୍ୟ କରିବେ। ୨୦୧୭ରେ ସାଉଦି ଆରବ ସରକାର ପ୍ରଥମଥର ପାଇଁ ଏହି ମେଗା ପ୍ରୋଜେକ୍ଟ ବାବଦରେ ଘୋଷଣା କରିଥିଲେ। ବହୁ ଆର୍କିଟେକ୍‌ ଓ ଅର୍ଥନୀତିଜ୍ଞ ମେଗାସିଟି ନିର୍ମାଣକୁ ନେଇ ବହୁ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ବର୍ତ୍ତମାନ ନେଓମ୍‌ର ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ ଆରମ୍ଭ ହୋଇଯାଇଥିବାବେଳେ ଏହାର ଭିଡିଓ ମଧ୍ୟ ଜାରି କରାଯାଇଛି।
ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ଏହି ଭିଡିଓ ଉତ୍ତୋଳନ କରାଯାଇଥିବାବେଳେ ଅନେକଗୁଡ଼ିଏ ଟ୍ରକ୍‌ ବିଭିନ୍ନ ପ୍ରକାର ମେଶିନ୍‌ ସହର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ନେଓମ୍‌ରେ ସୋଲାର, ଓ୍ବାଇଣ୍ଡ ଏବଂ ହାଇଡ୍ରୋଜେନ୍‌ ଏନର୍ଜି ବ୍ୟବହାର କରାଯିବା ସହ ଉକ୍ତ ସୁବିଧା ଉପଲବ୍ଧରେ ଏହା ବିଶ୍ୱର ପ୍ରଥମ ସହର ସାବ୍ୟସ୍ତ ହେବ ବୋଲି ସାଉଦି ପ୍ରିନ୍ସ ମହମ୍ମନ ବିନ୍‌ ସଲମାନ୍‌ କହିଛନ୍ତି।
ପ୍ରିନ୍ସ ସଲମାନ୍‌ ନେଓମ୍‌ରେ ଦୁଇଟି ନଭଶ୍ଚୁମ୍ବି କୋଠା ତିଆରି କରିବାର ଯୋଜନା କରିଛନ୍ତି। ଏହି ବିଲ୍ଡିଂର ଉଚ୍ଚତା ୫୦୦ ମିଟର ଅର୍ଥାତ୍‌ ୧,୬୪୦ ଫୁଟ୍‌ ରଖାଯିବ। ଏହି ମେଗାସିଟିର ପ୍ରସ୍ଥ ୨୦୦ ମିଟର ରଖାଯାଇଥିବାବେଳେ ଲମ୍ବ ୧୭୦ କିଲୋମିଟର ରହିବ। ସେହିପରି ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୫୦୦ ମିଟର ରଖାଯିବା ଜଣାପଡ଼ିଛି। ତେବେ ଏହି ସହରରେ କୌଣସି ସଡ଼କ ରଖାଯିବ ନାହିଁ। ସହରରେ ୧୦୦% ରିନ୍ୟୁଏବୁଲ ଏନର୍ଜିରେ ପରିଚାଳିତ ହେବାକୁ ଥିବାବେଳେ ୯୫% ଲ୍ୟାଣ୍ଡ ପ୍ରକୃତି ପାଇଁ ପ୍ରିଜର୍ଭ କରି ରଖାଯିବାର ଯୋଜନା ରହିଛି। କୃତ୍ରିମ ଜହ୍ନର ଆଲୋକରେ ଏହି ବିରାଟ ସହର ଆଲୋକିତ ହେବ। ସହରଟି ଏକ ପ୍ଲେଗ୍ରାଉଣ୍ଡର ଅନୁଭୂତି ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?