Posted inଜାତୀୟ

ଆବର୍ଜନା ଗଦାରୁ ୧୭ ମାନବ ଭ୍ରୁଣ ଜବତ, ତଦନ୍ତ ଜାରି…

କୋଲକାତା, ୧୬।୮ : ପଶ୍ଚିମବଙ୍ଗର ହାଓ୍ବଡ଼ା ଜିଲାର ଉଲବେଡିୟାରେ ଏକ ଆବର୍ଜନା ଗଦାରୁ ୧୭ ମାନବ ଭ୍ରୁଣ ଉଦ୍ଧାର କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଉଲବେଡିୟା ଓ୍ବାର୍ଡ ନମ୍ବର ୩୧ର ବନିତଲ୍ଲା ଖାନପାଡାରେ ଡ୍ରପିଂ ଗ୍ରାଉଣ୍ଡରେ ଏସବୁ ଭ୍ରୁଣ ପଡ଼ିଥିଲା। ଆବର୍ଜନା ଉଠାଇବାକୁ ନଗରପାଳିକା କର୍ମଚାରୀ ସେଠାକୁ ଯାଇଥିଲେ। ସେମାନେ ସେଠାରେ ଭ୍ରୁଣ ଗୁଡ଼ିକ ଏକ ପ୍ଲାଷ୍ଟିକ ବ୍ୟାଗରେ ବନ୍ଧା ଯାଇଥିବା ଦେଖିଥିଲେ। ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ।

ଭ୍ରୁଣଗୁଡ଼ିକ ମଧ୍ୟରେ ୧୦ଟି ଶିଶୁକନ୍ୟାଙ୍କର ଥିବାବେଳେ ୭ଟି ଶିଶୁପୁତ୍ରଙ୍କର ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗର୍ଭପାତ ପରେ ଏସବୁକୁ ଫିଙ୍ଗି ଦିଆଯାଇଥିବା ପୋଲିସ ଅନୁମାନ କରୁଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?