Posted inଜାତୀୟ

୧୭ ଛାତ୍ରୀଙ୍କୁ ନିଶା ଦେଇ ସ୍କୁଲରେ ଯୌନ ନିର୍ଯାତନା

ଲକ୍ଷ୍ନୌ,୭।୧୨: ଦଶମ ଶ୍ରେଣୀର ୧୭ ଛାତ୍ରୀଙ୍କୁ ନିଶା ଦେଇ ସ୍କୁଲ ଅଧ୍ୟକ୍ଷ ଓ ତାଙ୍କ ସହଯୋଗୀମାନେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଗତ ୧୮ ତାରିଖରେ ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ ଏହି ଘଟଣା ଘଟିଥିଲା ମଧ୍ୟ ପୋଲିସ ଏଫ୍‌ଆଇଆର ରଖିବାକୁ ମନା କରି ଦେଇଥିଲା। ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ହିଁ ପୋଲିସ ମାମଲା ରୁଜୁ କରିଥିବା ପୀଡ଼ିତା ଛାତ୍ରୀଙ୍କ ବାପା ମା’ ଅଭିଯୋଗ କରିଛନ୍ତି।

କାର୍ଯ୍ୟରେ ଅବହେଳା କାରଣରୁ ଆମେ ଥାନା ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଛୁ। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୩୨୮ (ମହିଳାଙ୍କ ମର୍ଯ୍ୟଦାହାନୀ କରିବା), ୩୫୮ (ବିଷ ଦେଇ କ୍ଷତି କରିବା), ୫୦୬ (ଅପରାଧିକ ଧମକ) ଏବଂ ପୋକ୍‌ସୋ ଆଇନରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୫ ଟିମ୍‌ ଗଠନ କରାଯାଇଥିବା ମୁଜାଫରନଗର ପୋଲିସ ମୁଖ୍ୟ ଅଭିଷେକ ଯାଦବ କହିଛନ୍ତି।

ପରଦିନ ହେବାକୁ ଥିବା ପ୍ରାକ୍ଟିକାଲ ପରୀକ୍ଷା ପାଇଁ ୧୭ ଛାତ୍ରୀଙ୍କୁ ରାତିରେ ସ୍କୁଲରେ ରହି ପ୍ରସ୍ତୁତ କରିବାକୁ କହିଥିଲେ ସ୍କୁଲ ଅଧ୍ୟକ୍ଷ ଯୋଗେଶ। ରାତିରେ ଖେଚୁଡି ପ୍ରସ୍ତୁତ କରି ଛାତ୍ରୀମାନଙ୍କୁ ଖାଇବାକୁ ଦେଇଥିଲେ। ଖେଚୁଡ଼ି ଖାଇବା ପରେ ଚେତା ହରାଇ ଥିଲେ ଛାତ୍ରୀମାନେ। ଏହାପରେ ଯୋଗେଶ ତାଙ୍କ ସାଥିଙ୍କ ସହ ମିଶି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏ ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ଛାତ୍ରୀମାନଙ୍କୁ ଧମକ ଦିଆଯାଇଥବା ଅଭିଯୋଗରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଗୋଇନ୍ଦାକୁ ପ୍ରତିରକ୍ଷା ତଥ୍ୟ ଯୋଗାଣ

ନୂଆଦିଲ୍ଲୀ,୨୧।୯(ପି.ଟି.): ଚାଇନା ଗୋଇନ୍ଦା ଅଧିକାରୀଙ୍କୁ ପ୍ରତିରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ରାଜୀବ ଶର୍ମା...

ଦିଲ୍ଲୀ ଯାଉଥିବା ଟ୍ରେନ୍‌ରେ ଲାଗିଲା ନିଆଁ

ମିରଟ,୫।୩: ଉତ୍ତରପ୍ରଦେଶର ସହରାନପୁରରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ମିରଟର ଦୌରାଲା ଷ୍ଟେସନରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।...

ନିଲାମ ହେବ ୪୧ କୋଇଲା ବ୍ଲକ୍‌: ୨୦୩୦ ସୁଦ୍ଧା କୋଇଲା ଉତ୍ପାଦନରେ ଭାରତ ହେବ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ,୧୭।୭: ଖୁବ୍‌ ଶୀଘ୍ର ଦେଶର ୪୧ଟି କୋଇଲା ବ୍ଲକ୍‌ ନିଲାମ କରାଯିବ। ଏନେଇ ଏକ ପ୍ରଶ୍ନର ଉତ୍ତରରେ ଲୋକ ସଭାରେ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ...

‘ପ୍ରଧାନମନ୍ତ୍ରୀ ନୁହନ୍ତି, ଭାଜପା ପ୍ରଚାରକ’

ନୂଆଦିଲ୍ଲୀ/କୋଲକାତା,୧୯ା୪: ମହାମାରୀ କରୋନା ଯୋଗୁ ଭାରତରେ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଛି। ରବିବାର ୨,୬୧,୫୦୦ରୁ ଊର୍ଦ୍ଧ୍ୱ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧,୫୦୧ ଜଣ ଭୂତାଣୁ...

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ

ତେଲେଙ୍ଗାନା,୪।୧୧: ତେଲେଙ୍ଗାନାର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରଧାନ ବିଚାରପତି ଏନ.ଭି ରମଣଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ତାଙ୍କ ଗାଁକୁ ବସ ସେବା ପୁଣି ଆରମ୍ଭ...

ଆଇସିଏମ୍‌ଆର୍ ନୂଆ ଉପାୟରେ କରିବ କରୋନାର ଚିକିତ୍ସା!

ନୂଆଦିଲ୍ଲୀ,୨ ।୧୦: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ସାରା ବିଶ୍ୱରେ ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଜାରି ରହିଛି । ଭିନ୍ନ ଭିନ୍ନ ଉପାୟରେ କରୋନାଠାରୁ...

ପରଲୋକରେ ଗୀତିକାର ରାଜନାରାୟଣ ବିସାରିଆ

ନୂଆଦିଲ୍ଲୀ,୧୮।୨: ବରିଷ୍ଠ ହିନ୍ଦୀ କବି, ଗୀତିକାର, ନାଟ୍ୟକାର ତଥା ପ୍ରସାରଣକାରୀ ରାଜନାରାୟଣ ବିସାରିଆଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା।...

ଆଗାଥାଙ୍କୁ ଅଭିନନ୍ଦନ

ନୂଆଦିଲ୍ଲୀ,୨୨-୧୧:ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତୁରା ଏମ୍‌ପି ଆଗାଥା ସଙ୍ଗ୍‌ମା ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଲୋକ ସଭାର ପୂର୍ବତନ ବାଚସ୍ପତି ସ୍ବର୍ଗତ ପି.ଏ. ସଙ୍ଗ୍‌ମାଙ୍କ...

Advertisement
Archives

Model This Week