୧୬୩୫ ନୂଆ ରାଜସ୍ବ ଗ୍ରାମର ସୀମା ପରିବର୍ତ୍ତନ, ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟବାସୀଙ୍କୁ କିଭଳି ହାତ ପାଆନ୍ତାରେ ରାଜସ୍ବ ସେବା ମିଳିପାରିବ, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ବ ଗ୍ରାମର ସୀମା ପରିବର୍ତ୍ତନ କରାଯିବ। ଏହି ନୂତନ ରାଜସ୍ବ ଗ୍ରାମର ସୀମା ଯେଭଳି ପୁରୁଣା ଗ୍ରାମ ସହ ସଂଶ୍ଳିଷ୍ଟ ନ ରହିବ, ସେନେଇ ରାଜସ୍ବ ବିଭାଗ ପକ୍ଷରୁ ଏକ ଷ୍ଟାଣ୍ଡାର୍ଡ ଅଫ୍‌ ପ୍ରୋସିଡ୍ୟୁର(ଏସ୍‌ଓପି) ଜାରି କରାଯାଇଛି। ବିଭାଗର ଏସ୍‌ଓପି ଅନୁଯାୟୀ, ତୁରନ୍ତ ନୂତନ ରାଜସ୍ବ ଗ୍ରାମଗୁଡ଼ିକର ନକ୍ସା ପରିବର୍ତ୍ତନ କରିବାକୁ ରାଜ୍ୟ ଭୂ-ରେକର୍ଡ ଓ ସର୍ଭେ ନିର୍ଦ୍ଦେଶକଙ୍କ ସହ ସମସ୍ତ ଜିଲାପାଳ ଏବଂ ଆର୍‌ଡିସିଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ଚଳିତମାସ ୨ରେ ନିର୍ଦ୍ଦେଶ ଦିଆଯାଇଛି।
ଏ ସଂକ୍ରାନ୍ତରେ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ଦେଓରଞ୍ଜନ କୁମାର ସିଂହ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ଦୀର୍ଘଦିନ ଧରି ନୂତନ ରାଜସ୍ବ ଗ୍ରାମ ଓ ଏହାର ସୀମା ପୁନଃ ନିର୍ଦ୍ଧାରଣ ଲାଗି ଦାବିହୋଇ ଆସୁଥିଲା। ଏହାକୁ ନେଇ ଜିଲାପାଳ, ବନ୍ଦୋବସ୍ତ ଅଧିକାରୀଙ୍କ ପକ୍ଷରୁ ଆସିଥିବା ସୁପାରିସ୍‌କୁ ଆଧାରକରି ସରକାରଙ୍କ ପକ୍ଷରୁ ୧୬୩୫ଟି ରାଜସ୍ବ ଗ୍ରାମକୁ ଅନୁମୋଦନ ପ୍ରଦାନ କରାଯାଇଛି।
ଏସିଏସ୍‌ ଦର୍ଶାଇଛନ୍ତି, ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲାରେ ୧୬୩୫ଟି (ବିସିପି) ରାଜସ୍ବ ଗ୍ରାମ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଛି। କିନ୍ତୁ ଏହି ନବଗଠିତ ଗ୍ରାମଗୁଡ଼ିକ ଏପର୍ଯ୍ୟନ୍ତ ତାଙ୍କର ପ୍ରାକ୍‌ ଗ୍ରାମରୁ ରେକର୍ଡ ଓ ମାନଚିତ୍ର ଦୃଷ୍ଟିରୁ ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇନାହାନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ରାଜସ୍ବ ଗ୍ରାମ ବିଭାଜନ ଦ୍ୱାରା ଦୁଇଟି ଅଲଗା ଗ୍ରାମ ପାଇଁ ନୂତନ ଭୂ-ରେକର୍ଡ ପ୍ରସ୍ତୁତ ହେବା ଉଚିତ୍‌, ଯେଉଁଥିରେ ପ୍ରତ୍ୟେକ ରାଜସ୍ବ ଗ୍ରାମ ନୂତନ ଖାତା ଓ ପ୍ଲଟ୍‌ ତଥ୍ୟ ରହିବା ଜରୁରୀ। ନୂତନ ରାଜସ୍ବ ଗ୍ରାମ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଯେପରି ପୁରୁଣା ରାଜସ୍ବ ଗ୍ରାମର ରେକର୍ଡ ମିଶି ନ ଯାଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବାକୁ ଏସିଏସ୍‌ ଦର୍ଶାଇଛନ୍ତି।
ସେ କହିଛନ୍ତି ଯେ, ରାଜସ୍ବ ପର୍ଷଦଙ୍କ ନିର୍ଦ୍ଦେଶ ପାଇବା ପରେ ଜିଲାପାଳ ତାହାର ଏକ କପି ତହସିଲ୍‌ଦାରଙ୍କୁ ପଠାଇବେ, ଯେଉଁଥିରେ ଚାପ୍ଟର-୪ ଅନୁଯାୟୀ ମାନଚିତ୍ର ଓ ରେକର୍ଡରେ ଆବଶ୍ୟକ ପରିବର୍ତ୍ତନ କରାଯିବା ଜରୁରୀ। ସେହିପରି ରାଜସ୍ବ ନିୟମ-୪୪ ଓ ୪୫ରେ ମଧ୍ୟ ଏହା ଉଲ୍ଲେଖ ହୋଇଛି ଯେ, ନୂତନ ରାଜସ୍ବ ଗ୍ରାମର ସୀମା ପୁନଃ ନିର୍ଦ୍ଧାରଣ ବେଳେ ସ୍ବତ୍ତ୍ୱାଧିକାର ପରିବର୍ତ୍ତନକୁ ଗୁରୁତ୍ୱ ଦେବାକୁ ହେବ। ନକ୍ସା ପ୍ରସ୍ତୁତ ବେଳେ ଯେପରି ଏହା ମିଶି ନ ଯାଏ ତାକୁ ଗୁରୁତ୍ୱ ଦେଇ ନକ୍ସା ପରିବର୍ତ୍ତନ ହେବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୂମି ରେକର୍ଡ ପୂର୍ଣ୍ଣଭାବେ କମ୍ପ୍ୟୁଟରାଇଜ୍‌ ଓ ମାନଚିତ୍ରଗୁଡ଼ିକ ଡିଜିଟାଲାଇଜ୍‌ ହୋଇଯାଇଛି। ନକ୍ସା ପରିବର୍ତ୍ତନ ବେଳେ ଯଦି ସୂଚନା ପ୍ରଯୁକ୍ତି ବିଦ୍ୟା ଠିକଣା ଭାବେ ପ୍ରୟୋଗ କରାଯିବ ତେବେ ରାଜସ୍ବ ଗ୍ରାମ ସୀମା ନକ୍ସା ଅପେକ୍ଷାକୃତ କମ୍‌ ସମୟ ଓ ପ୍ରୟାସରେ ସମ୍ପାଦନ ହୋଇପାରିବ, ଯାହା ଅଧିକ ନିଖୁଣତା ଓ ସ୍ପଷ୍ଟତା ରହିବ। ନୂତନ ରାଜସ୍ବ ଗ୍ରାମର ସୀମା ଓ ନକ୍ସା ପ୍ରସ୍ତୁତ ବେଳେ ଯେଭଳି ସ୍ପଷ୍ଟତା ରହିବ ତାକୁ ଗୁରୁତ୍ୱ ଦେବାକୁ ଏସିଏସ୍‌ ଦର୍ଶାଇଛନ୍ତି।
ଏସ୍‌ଓପି ଅନୁଯାୟୀ, ସଂପୃକ୍ତ ତହସିଲ୍‌ କାର୍ଯ୍ୟାଳୟରେ ଗୋଟିଏ ଲେଖାଏ ସୀମା ପରିବର୍ତ୍ତନ ବିବରଣୀ(ବିସିପି) ପ୍ରକୋଷ୍ଠ ଖୋଲାଯିବ। ଏହି ପ୍ରକୋଷ୍ଠ ସମସ୍ତ ପ୍ରକାର ରେକର୍ଡ ସଂଶୋଧନ, ନକ୍ସା ପ୍ରସ୍ତୁତି, ସୀମା ନିର୍ଦ୍ଧାରଣ କାର୍ଯ୍ୟ କରିବ। ସଂପୃକ୍ତ ତହସିଲ୍‌ର ଅତିରିକ୍ତ ତହସିଲ୍‌ଦାର ଜଣେ ବରିଷ୍ଠ ଅମିନ, ରାଜସ୍ବ ନିରୀକ୍ଷକ ଓ ଜଣେ ସୁପରଭାଇଜରଙ୍କୁ ନେଇ ଏ ସମସ୍ତ କାର୍ଯ୍ୟ କରିବେ। ଏହାସହ ଖାତା ଓ ପ୍ଲଟ୍‌ ନମ୍ବର ପରିବର୍ତ୍ତନ ସାବଧାନତାର ସହ କରିବାକୁ ବିଭାଗ ପକ୍ଷରୁ ଏସ୍‌ଓପିରେ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକ ସମେତ ଜଣେ ଗିରଫ

ଭବାନୀପାଟଣା,୨୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା…

ଧରିତ୍ରୀ ପୋର୍ଟାଲର ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ

କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri