୧୬ ରୁ ୧୮ ଝଡ଼ତୋଫାନ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜ୍ୟକୁ ଆଉଏକ ପଶ୍ଚିମା ଝଡ଼ ଆସୁଥିବାରୁ ୧୬ରୁ ୧୮ ଯାଏ ବିଜୁଳି, ଘଡ଼ଘଡ଼ି ସହ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବୋହିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ଜିଲାରେ ବିଜୁଳି-ଘଡ଼ଘଡ଼ି ପ୍ରଭାବ ଦେଖାଦେଇଛି। ତେବେ ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଆଦି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହିଭଳି ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଝଡ଼ ତୋଫାନ ଓ ଘଡ଼ଘଡ଼ି ବର୍ଷା ନେଇ ଏପରି ସତର୍କତା ଜାରି କରାଯାଇଛି। ଏସବୁ ଜିଲାଗୁଡ଼ିକର ଲୋକମାନେ ପାଣିପାଗ ଉପରେ ନଜର ରଖିବା ସହ ବିଜୁଳି ସମୟରେ ନିରାପଦ ସ୍ଥାନରେ ଆଶ୍ରୟ ନେଇ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସେହିଭଳି ଚାଷୀ ଭାଇମାନେ ଅମଳଯୁକ୍ତ ରବି ଫସଲର ଅମଳ ପାଇଁ ଗୁରୁତ୍ୱ ଦେବାକୁ ମଧ୍ୟ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ଅନ୍ୟପଟେ ମଙ୍ଗଳବାର ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ମାଲକାନଗିରି ଓ ବୌଦ୍ଧରେ ସର୍ବାଧିକ ୩୮.୫ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ସୋନପୁର ୩୮, ଝାରସୁଗୁଡ଼ା ୩୭.୮, ସୁନ୍ଦରଗଡ ୩୭.୧ ଓ ଭୁବନେଶ୍ୱରରେ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା, ଅଣମୌସୁମୀ ଜଳ ବିବାଦ ପ୍ରଶ୍ନରେ ଚୁପ୍ ରହିଲେ ଛତିଶଗଡ଼ ଅଧିକାରୀ

​ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ହୀରାକୁଦ ଅଶୋକ ନିବାସଠାରେ ବୁଧବାର ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ସମେତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ଯୁସି)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ…

ସମ୍ବଲପୁର ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ, ମହିଳାଙ୍କୁ କହିଲେ ଇନଷ୍ଟାଗ୍ରାମରେ….

ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ସମ୍ପ୍ରତ୍ତି କେବଳ ମହିଳାଙ୍କ ବିକାଶ ନୁହେଁ, ବରଂ ମହିଳାମାନଙ୍କ ନେତୃତ୍ୱରେ ସମାଜର ସର୍ବାଙ୍ଗୀନ ବିକାଶ ହେଉଛି। ମହିଳାଙ୍କ ବିକାଶରେ ମିଶନ ଶକ୍ତି ଓ ସୁଭଦ୍ରା…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

ଚୌଦ୍ୱାର ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଲେ କାଉନସିଲର ସୁବ୍ରତ ସାମଲ, ଦର୍ଶାଇଲେ ଏହି କାରଣ

ଚୌଦ୍ବାର,୮।୭: ବିଜେଡିରୁ ଇସ୍ତଫା ଦେଲେ ଚୌଦ୍ୱାର ୧୨ନଂ ୱାର୍ଡ କାଉନସିଲର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କର…

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଏବେଠୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେବାକୁ ବିଜେଡିର ମେଳି

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଏବେଠାରୁ ଗାଁଗାଁରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ମନ୍ତ୍ରଣା। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri