Posted inଖେଳ

ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡ଼ା ପାଇଁ ୧୬ ମନୋନୀତ

ଭୁବନେଶ୍ୱର, ୧୩।୮ (କ୍ରୀଡ଼ା ପ୍ରତିନିଧି): ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ପୂର୍ବ ମଧ୍ୟ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ କ୍ୟାରମ୍‌ ଏବଂ ଚେସ୍‌ (ମହିଳା ଓ ପୁରୁଷ) ଖେଳ ପାଇଁ ଚୟନ ପ୍ରତିଯୋଗିତା ଶେଷ ହୋଇଛି। ଏଥିରୁ ପ୍ରଦର୍ଶନଭିତ୍ତିରେ ଭୋପାଳରେ ଆସନ୍ତା ନଭେମ୍ବରରେ ହେବାକୁଥିବା ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡ଼ା ପାଇଁ ୧୬ ଖେଳାଳି ମନୋନୀତ ହୋଇଛନ୍ତି। ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍‌) କିରଣ ମନୀଷା ମହାନ୍ତି ଜୋନାଲ ଚାମ୍ପିୟନ ହୋଇଛନ୍ତି। କ୍ୟାରମର ମହିଳା ବିଭାଗରେ ସର୍ବଭାରତୀୟ ଯୋଗ୍ୟତା ପାଇଥିବା ପ୍ରତିଯୋଗୀମାନେ ହେଲେ ଦୀପିକା ସିହ୍ନା (ପାଟନା-୧ ଡିଭିଜନ), ଡି.ଆର. ଆଧ୍ୟା (ଭୁବନେଶ୍ୱର), ପୁନମ କୁମାରୀ (ଭାଗଲପୁର) ଓ ଏସ.ଟି. ମିଞ୍ଜ୍‌ (ଜାମସେଦପୁର)। ସେହିପରି ପୁରୁଷ ବିଭାଗରେ ଜେ.କେ. ସିହ୍ନା (ପାଟନା-୧), ଏସ.କେ. ସିହ୍ନା (ମୁଜାଫରପୁର), ଆର.ଏସ. ସାହୁ (ସମ୍ବଲପୁର) ଓ ସନ୍ତୋଷ କୁମାର ବେହେରା (ବ୍ରହ୍ମପୁର) ଯୋଗ୍ୟତା ହାସଲ କରିଛନ୍ତି। ଚେସ୍‌ର ମହିଳା ବିଭାଗରେ କିରଣ ମୀନଷା ମହାନ୍ତି (ଭୁବନେଶ୍ୱର), ମନୀଷା ତ୍ରିବେଦୀ (ପାଟନା-୧), ଏ.ଆର. ଟୁଡୁ (ହଜାରିବାଗ), ଅନୁଜ ପ୍ରଭା ବେହେରା (କଟକ) ଏବଂ ପୁରୁଷରେ ଆଶୁତୋଷ ମହାପାତ୍ର (ଭୁବନେଶ୍ୱର), ବିଧୁ ଭୂଷଣ ମିଶ୍ର (ସମ୍ବଲପୁର), ହିମାଂଶୁ ଚକ୍ରବର୍ତ୍ତୀ (ଜାମସେଦପୁର) ଓ ଅମରେଶ କୁମାର (ମୁଜାଫରପୁର ଡିଭିଜନ) ସର୍ବଭାରତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନଭିଜ୍ଞ ବୋଲିଂ ଆଟାକ୍‌ ସହ ପଡିଆକୁ ଓହ୍ଲାଇଲା ଭାରତ

ବ୍ରିସବେନ,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍‌ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଅନଭିଜ୍ଞ ବୋଲିଂ ଆଟାକ ସହ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି।...

ସଚିନଙ୍କ ପରେ ପୁଅ ବି କଲେ କମାଲ୍‌

ମୁମ୍ବାଇ,୧୪।୧୨: ରଣଜୀ ୨୦୨୨-୨୩ ସିଜିନ୍‌ ଆରମ୍ଭ ହୋଇଛି। ଏହି ସିଜନରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ପ୍ରଥମ ଶ୍ରେଣୀରେ ଡେବ୍ୟୁ...

ଶେଷ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ୯ ଖେଳାଳି ଆହତ

ସିଡନୀ,୧୨।୧: ବ୍ରିସବେନ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି। ଭାରତୀୟ କ୍ରିକେଟ ଦଳ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ତଥା ଅନ୍ତିମ...

ଚାଇନା ଓପନ୍‌: ପ୍ରଥମ ରାଉଣ୍ଡରୁ ସାଇନା ବିଦା

ଚାଙ୍ଗ୍‌ଝୋ(ଚାଇନା),୧୮।୯: ଅନ୍ୟତମ ଭାରତୀୟ ଶଟ୍‌ଲର ସାଇନା ନେହ୍ବାଲଙ୍କୁ ଏଠାରେ ଚାଲିଥିବା ଚାଇନା ଓପନ୍‌ ଓ୍ବାଲର୍‌ଡ ଟୁର ସୁପର-୧୦୦୦ ଟୁର୍ନାମେଣ୍ଟରେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ...

ଭାରତୀୟ କବାଡ଼ି ଦଳର ପାକିସ୍ତାନ ଗସ୍ତ ଉପରେ ତଦନ୍ତ ହେବ

ଅମ୍ରିତସର/ନୂଆଦିଲ୍ଲୀ,୧୮।୨- ପାକିସ୍ତାନରେ ଅନୁଷ୍ଠିତ ସର୍କଲ କବାଡ଼ି ବିଶ୍ୱକପ୍‌ରେ ସ୍ବୀକୃତି ପାଇ ନ ଥିବା ଭାରତୀୟ ଦଳ ଅଂଶଗ୍ରହଣ କରିଥିଲା। ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କ୍ରୀଡ଼ା...

ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୪।୨: ଆଗାମୀ ଆଇପିଏଲ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କାର୍ଯ୍ୟସୂଚୀ ପ୍ରସ୍ତୁତି ଚୂଡ଼ାନ୍ତ କରିବାରେ ଲାଗିଛି। ପୂରା ଆଇପିଏଲ ମହାରାଷ୍ଟ୍ରରେ ଖେଳାଯିବାକୁ ଥିବା ବେଳେ...

ପୁଣି ଚମକିଲେ ଶ୍ରେୟାସ

କାନପୁର,୨୮।୧୧:କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଡେବ୍ୟୁ କରୁଥିବା...

ଅନ୍ତିମ ମ୍ୟାଚ ଖେଳିଲେ ସାନିଆ

ହାଇଦ୍ରାବାଦ, ୬ା୩ (ପି.ଟି.): ଭାରତୀୟ ଟେନିସ କିମ୍ବଦନ୍ତୀ ସାନିଆ ମିର୍ଜା ରବିବାର ତାଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ ରବିବାର ଖେଳିଛନ୍ତ, ଯେଉଁଠାରେ ସେ ଆରମ୍ଭ କରିଥିଲେ।...

Advertisement
Archives

Model This Week