Odisha Elections 2024

ଆମେରିକୀୟ ବିଦ୍ୟାଳୟ ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୩୦ ରୁ ୧୬ଜଣ ମୂଳ ଭାରତୀୟ ଛାତ୍ରୀଛାତ୍ର…

ଓ୍ବାଶିଂଟନ,୨୫।୯ : ଆମେରିକାର ମାଧ୍ୟମିକ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଏସଟିଇଏମ) ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ୩୦ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୬ ଜଣ ମୂଳ ଭାରତୀୟ ଅଟନ୍ତି। ଏହି ପ୍ରତିଯୋଗିତାର ନାମ ହେଉଛି ଥର୍ମୋ ଫିସର ସାଇଣ୍ଟିଫିକ ଜୁନିଅର ଇନୋଭେଟର୍ସ ଚ୍ୟାଲେଞ୍ଜ (ଥର୍ମୋ ଫିସର ଜେଆଇସି)।

ଏହାର ଉଦ୍ଦେଶ୍ୟ ହେଉଛି ଭବିଷ୍ୟତର ବଡ ଆହ୍ବାନର ସମାଧାନ ପାଇଁ ଯୁବ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ପ୍ରେରଣା ଦେବା। ୩୦୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବୈଜ୍ଞାନିକ, ଇଞ୍ଜିନିୟର୍‌ ଏବଂ ଶିକ୍ଷକମାନଙ୍କର ଏକ ଚୟନ କମିଟି ଅନ୍ତିମ ପର୍ଯ୍ୟାୟ ପାଇ ୩୦ ଜଣଙ୍କୁ ଚୟନ କରିଥିଲେ। ଏହି ଛାତ୍ରୀତଛାତ୍ରମାନେ ଆସନ୍ତା ମାସରେ ୱାଶିଂଟନରେ ହେବାକୁ ଥିବା ଫାଇନାଲରେ ନିଜର ପ୍ରତିଭା ପ୍ରଦର୍ଶନ କରି ୧୦୦,୦୦୦ ଡଲାରରୁ ଅଧିକ ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଏଥିରେ ୨୫,୦୦୦ ଡଲାର ଥର୍ମୋ ଫିସର ସାଇଣ୍ଟିଫିକ ଆସେଣ୍ଡ (ନୂତନ ଆବିଷ୍କାର ପାଇଁ ଆସ୍ପିରିଙ୍ଗ ସାଇଣ୍ଟିଷ୍ଟ) ପୁରସ୍କାର ମଧ୍ୟ ଅନ୍ତର୍ଭୁକ୍ତ। ବିଚାରପତିମାନଙ୍କର ପ୍ୟାନେଲ ଏହି ଛାତ୍ରମାନଙ୍କର ବୈଜ୍ଞାନିକ ଗବେଷଣା, ସୃଜନଶୀଳତା ଏବଂ ଦକ୍ଷତାକୁ ମୂଲ୍ୟାଙ୍କନ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ

ବିଶେକ,୧୮।୫: ମଧ୍ୟ ଏସୀୟ ଦେଶ କିର୍ଗିସ୍ଥାନରେ ମେଡିକାଲ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ବିପଦରେ। କିର୍ଗଜସ୍ଥାନରୁ ଖବର ଆସିଛି ଯେ ସେଠାରେ...

ବ୍ରିଟେନରେ କମୁଛି ଅରବପତିଙ୍କ ସଂଖ୍ୟା, ଏହାପରେ ବି ବଢୁଛି ସୁନକଙ୍କ ସମ୍ପତ୍ତି

ଲଣ୍ଡନ,୧୮।୫: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି ବୃଦ୍ଧି ପାଉଛି। ଦୁଇ ବର୍ଷ ପୂର୍ବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ...

ସୋମବାର ଚତୁର୍ଥ ଥର ଆସ୍ଥା ଲୋଡ଼ିବେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୧୮ା୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ତାଙ୍କ ୧୮ ମାସର କାର୍ଯ୍ୟକାଳ ମଧ୍ୟରେ ସୋମବାର ଚତୁର୍ଥ ଥର ପାଇଁ ଆସ୍ଥାଭୋଟ ଲୋଡ଼ିବାକୁ ଯାଉଛନ୍ତି। ସହଯୋଗୀ ଜନତା...

ଶେଷରେ ବଦଳିଲା ଟୁଇଟରର ଡୋମେନ ନେମ, ଏବେ x.comରେ ଖୋଲିବ ସୋସିଆଲ ମିଡିଆ ପ୍ଲାଟଫର୍ମ

ଓ୍ବାଶିଂଟନ,୧୭।୫: ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଟୁଇଟର ଡଟ କମ ଖୋଲୁଥିଲା, କିନ୍ତୁ ଅପରାହ୍ନରେ ଏହା ସ୍ବୟଂଚାଳିତ ଭାବରେ x.com ହୋଇଗଲା। ଏହିପରି,୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା...

ନେପାଳ ସଂସଦରେ ହାତାହାତି ହେଲେ ଶାସକ-ବିରୋଧୀ

କାଠମାଣ୍ଡୁ,୧୭।୫: ସହଯୋଗୀ ଜାଲିଆତି ମାମଲାରେ ନେପାଳର ଗୃହମନ୍ତ୍ରୀ ରବି ଲାମିଚାନେଙ୍କ ବିରୋଧରେ ତଦନ୍ତ କମିଟି ଗଠନ ନେଇ ନେପାଳ ସଂସଦର ନିମ୍ନ ଗୃହରେ ବିରୋଧୀ ଏବଂ...

ଭାରତୀୟ ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ, ଯାଞ୍ଚ ଆରମ୍ଭ

କାଠମାଣ୍ଡୁ,୧୭।୫: ନେପାଳ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା – ଏମଡିଏଚ ଏବଂ ଏଭରେଷ୍ଟର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ମସଲାରେ...

ରୁଷିଆ ଚାଇନା ସବୁବେଳେ ଏକାଠି ଅଛନ୍ତି, ବେଜିଂ ଗସ୍ତ ସମୟରେ ୭୫ ବର୍ଷ ପୁରୁଣା ଗୀତ ମନେପକାଇଲେ ପୁଟିନ

ବେଜିଂ,୧୭।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ଗସ୍ତରେ ଅଛନ୍ତି। ଗାଜା ଏବଂ ୟୁକ୍ରେନକୁ ନେଇ ତିକ୍ତତା ମଧ୍ୟରେ ଏକ ବର୍ଷ ମଧ୍ୟରେ ରୁଷିଆର ରାଷ୍ଟ୍ରପତି...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri