Posted inଜାତୀୟ

୧୬-୧୮ ବର୍ଷ ବୟସ୍କ ଅନ୍ତରଙ୍ଗ ସମ୍ପର୍କରେ କ’ଣ କରୁଛନ୍ତି ତାହା ଜାଣନ୍ତି : ପୋକ୍ସୋ ମାମଲାରେ ପୂର୍ବତନ ବିଚାରପତି ଲୋକୁରଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୩।୧୨ : କିଶୋର ବୟସ ସମ୍ପର୍କରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ମଦନ ବି, ଲୋକୁର କହିଛନ୍ତି ଯେ, ୧୬-୧୮ ବର୍ଷ ବୟସ୍କ ସେମାନଙ୍କ ଅନ୍ତରଙ୍ଗ ସମ୍ପର୍କରେ କ’ଣ କରୁଛନ୍ତି ତାହା ଭଲ ଭାବେ ଜାଣନ୍ତି। ଏହାର ଫଳଫଳା ନେଇ ମଧ୍ୟ ସେମାନଙ୍କୁ ଜଣା। ଏଭଳି କ୍ଷେତ୍ରରେ ଜୁଭେନାଇଲ ଜଷ୍ଟିସ ଆକ୍ଟରେ ଏକ ସ୍ବତନ୍ତ୍ର ଧାରା ରହିଥିବାବେଳେ ପୋକ୍ସୋ କ୍ଷେତ୍ରରେ କାହିଁକି ସମାନ ଧାରା ଲାଗୁ କରାଯାଉ ନାହିଁ। ଏହା ଦ୍ୱାରା ପୋକ୍ସୋ ମାମଲା କ୍ଷେତ୍ରରେ କେତେକ ସମସ୍ୟା ଉପୁଜିବା ସହିତ ବିଚାରରେ ମନ୍ଥର ସ୍ଥିତି ସୃଷ୍ଟି ହେଉଛି। ଦିଲ୍ଲୀ କମିଶନ ଫର୍‌ ପ୍ରୋଟେକଶନ ଅଫ୍‌ ଚାଇଲ୍ଡ ରାଇଟ୍ସ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି।

କିଶୋର ବୟସରେ ଯୁବକ ଯୁବତୀମାନଙ୍କ ଅନ୍ତରଙ୍ଗ ସମ୍ପର୍କ କ୍ଷେତ୍ରରେ ସେମାନଙ୍କର ବିଚାର ପ୍ରଚଳିତ ଆଇନ ଅନୁସାରେ କରାଯାଉଛି। ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ଯେତେବେଳେ ଦେଶରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ପରିଗଣିତ କରାଯାଉ ନାହିଁ ସେତେବେଳେ କିଶୋର ବୟସରେ ଯୁବକ ଯୁବତୀମାନଙ୍କ ଅନ୍ତରଙ୍ଗ ସମ୍ପର୍କ ଆଇନ ଆଖିରେ ଅପରାଧ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ପୋକ୍ସୋ ମାମଲାରେ ନ୍ୟାୟ, ବିଚାର, ନ୍ୟାୟିକ ପ୍ରକ୍ରିୟା ଏବଂ ବିଚାରାଧୀନ ମାମଲା ପଡ଼ି ରହିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୋକ୍ସୋ ମାମଲା କ୍ଷେତ୍ରରେ ସ୍ବତନ୍ତ୍ର କୋର୍ଟ ସ୍ଥାପନ ପରେ ଏବେ ଫାଷ୍ଟ ଟ୍ରାକ୍‌ କୋର୍ଟ ଏବଂ ସ୍ପତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟର ଆବଶ୍ୟକତା ଦେଖାଦେଇଛି। ସେହିପରି ପୀଡ଼ିତା ଅବା ପୀଡ଼ିତଙ୍କ କ୍ଷେତ୍ରରେ କ୍ଷତିପୂରଣ ପ୍ରଦାନ ନେଇ ସେ କହିଛନ୍ତି ଯେ, ୫ ଲକ୍ଷ ଅବା ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇଗଲା ଭାବିବା ଠିକ ନୁହେଁ। ସେହିପରି କ୍ଷତିପୂରଣ ଏକା ସମୟରେ ନ ମିଳି ବର୍ଷ ପରେ ବର୍ଷ ବିତି ଯାଉଥିବାରୁ କୌଣସି ସୁଫଳ ମିଳୁ ନଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri