ଉତ୍ତର ଭାରତରେ ଘନ କୁହୁଡ଼ି: ଅଧିକାଂଶ ଟ୍ରେନ୍‌ ବାତିଲ୍‌ ଓ ବିଳମ୍ବ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ପୂର୍ବତଟ ରେଳପଥ ସହ ଜଡ଼ିତ ଟ୍ରେନଗୁଡ଼ିକ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି। ଅଧିକାଂଶ ଟ୍ରେନ ବିଳମ୍ବରେ ଚାଲୁଥିବାବେଳେ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ କେତେକ ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ଘନ କୁହୁଡ଼ି ସମୟରେ ପରିସ୍ଥିତି ଦେଖି ଟ୍ରେନ୍‌ଗୁଡ଼ିକ ବାତିଲ୍‌ କିମ୍ବା ସମୟ ସୂଚୀରେ ପରିବର୍ତ୍ତନ କରାଯାଇପାରେ। ଏଭଳି ସ୍ଥିତିରେ ରେଳପଥ ପକ୍ଷରୁ ସୁରକ୍ଷା ନିୟମ ତିଆରି କରାଯାଇଛି। ଲୋକୋ ପାଇଲଟ(ଡ୍ରାଇଭର)ମାନେ କୁହୁଡ଼ି ପରିସ୍ଥିତି ଦେଖି ଆବଶ୍ୟକସ୍ଥଳେ ଟ୍ରେନର ବେଗ କମାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରେନ ଚଳାଚଳରେ ଅସୁବିଧା ନ ହେବା ପାଇଁ ୨୪ ଘଣ୍ଟିଆ ନିରୀକ୍ଷଣ କରାଯାଉଛି। ବିଶେଷ କରି ଟ୍ରାକ୍‌ରେ ରାତି ଓ ଭୋର ସମୟରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପୁରୁଷୋତ୍ତମ ଏକ୍ସପ୍ରେସ, ନୀଳାଚଳ, ନନ୍ଦନକାନନ, ସମ୍ପର୍କ କ୍ରାନ୍ତି, ଦୁରନ୍ତୋ, କଳିଙ୍ଗ ଉତ୍କଳ, ରାଜଧାନୀ ଏବଂ ଅନୁଗୁଳ-ଝାରସୁଗୁଡ଼ା ପଥ ଦେଇ ଚଳାଚଳ କରୁଥିବା ଟ୍ରେନଗୁଡ଼ିକ ବିଳମ୍ବ ହେବାର ଆଶଙ୍କା କରାଯାଉଛି। ଏହି ବିଳମ୍ବ ଯୋଗୁ ସଂଯୋଗକାରୀ ଟ୍ରେନଗୁଡ଼ିକୁ ବାତିଲ୍‌ କରାଯାଉଛି। ବାତିଲ୍‌ ଓ ବିଳମ୍ବିତ ଯାତ୍ରା କରିବାକୁ ଥିବା ଟ୍ରେନ ସମ୍ବନ୍ଧରେ ସୂଚନା ଏସ୍‌ ଏମ୍‌ଏସ୍‌ ଜରିଆରେ ଦେବାକୁ ଯୋଜନା ହୋଇଛି। କେତେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନକୁ ନିୟମିତ କରିବା ସକାଶେ ଅନେକ ଟ୍ରେନକୁ ବାତିଲ୍‌ କରିବାକୁ ପଡୁଛି। ରେଳ ଚଳାଚଳକୁ ସୁଗମ କରିବା ପାଇଁ ପୂର୍ବତଟ ରେଳପଥ ତା’ର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତ ରଖିବା ସହ ବିଳମ୍ବିତ ଟ୍ରେନଗୁଡ଼ିକୁ ଶୀଘ୍ର କାର୍ଯ୍ୟଭାର ବହନ କରିବା ପାଇଁ ରକ୍ଷଣାବେକ୍ଷଣ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଟ୍ରେନ ଚଳାଚଳ ସମ୍ବନ୍ଧୀୟ ସୂଚନା ପାଇବା ପାଇଁ ଯାତ୍ରୀ ୧୩୯ ରେ ଡାଏଲ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।


All Right Reserved By Dharitri.Com

ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ଚାରିମାସ ତଳେ ହୋଇଥିଲା ବିବାହ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଭଦ୍ରକ ଅଫିସ,୧୯।୪ – ରବିବାର ଅପରାହ୍ନରେ ଧାମନଗର ଥାନା ଚୂଡ଼ାକୁଟି ନାରାୟଣ ପୁର ଗାଁରେ ଜଣେ ନବବିବାହିତା ମହିଳା ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି।...

ପୁଣି ବିବାଦରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ: ସେମିଷ୍ଟର ପରୀକ୍ଷାଫଳରେ ତ୍ରୁଟି ଅଭିଯୋଗ

ବ୍ରହ୍ମପୁର ଅଫିସ,୧୯ା୬-ପରୀକ୍ଷା ପରିଚାଳନା ଏବଂ ଖାତା ମୂଲ୍ୟାୟାନକୁ ନେଇ ପୁଣି ଥରେ ବିବାଦକୁ ଆସିଛି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ। ଶେଷ ସେମିଷ୍ଟର ପରୀକ୍ଷାଖାତା ଦେଖାରେ ତ୍ରୁଟି ହୋଇଥିବା...

କେନ୍ଦ୍ର ବଜେଟ: ଓଡ଼ିଶାକୁ ଅଣଦେଖା

ଭୁବନେଶ୍ୱର,୨।୨(ବ୍ୟୁରୋ): ସବୁ ସମୟରେ ଓଡିଶା କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇ ଆସୁଛି। ଶନିବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ୨୦୨୦-୨୧ ଆର୍ଥିକବର୍ଷର ବଜେଟରେ...

ବସ୍‌ ଦୁର୍ଘଟଣା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ: ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ, ଭାଜପା

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ଗଞ୍ଜାମ ଜିଲା ମେଣ୍ଡରାଜ୍‌ପୁରଠାରେ ରବିବାର ଏକ ବସ୍‌ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୧୦ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଗୁରୁତର ଆହତ ହୋଇଛନ୍ତି।...

ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଆମେରିକାର ବୋଷ୍ଟନ୍‌ ସହରରେ ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବରେ ଭାଗନେଇ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ...

ଆଜିଠୁ ପାନ, ଗୁଟ୍‌ଖା ଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମନା: ଧରାପଡିଲେ ୫୦୦ ଟଙ୍କା ଜରିମାନା

ପୁରୀ ଅଫିସ୍‌, ୧।୮:ଏଣିକି ପାନ ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କେହି ବି ଧରାପଡ଼ିଲେ ସେମାନଙ୍କଠାରୁ ଜରିମାନା...

ବଟ୍‌ଲିଂ ପ୍ଲାଣ୍ଟ, ରାଜେନ୍ଦ୍ର କଲେଜ ପ୍ଲାଟିନମ୍‌ ଜୁବିଲି ଉଦ୍‌ଘାଟନ ଆଜି: ଯୋଗଦେବେ ଉପରାଷ୍ଟ୍ରପତି

ବଲାଙ୍ଗୀର ଅଫିସ, ୨୭-୧୨:ବଲାଙ୍ଗୀରଠାରେ ନବନିର୍ମିତ ବିପିସିଏଲର ବଟ୍‌ଲିଂ ପ୍ଳାଣ୍ଟ ଏବଂ ରାଜେନ୍ଦ୍ର କଲେଜ ପ୍ଲାଟିନମ୍‌ ଜୁବିଲି ସମାରୋହ ଉଦ୍‌ଘାଟନ ସମାରୋହ ଶୁକ୍ରବାର ଅନୁଷ୍ଠିତ ହେବ। ଉଭୟ...

ବିଜେଡି, ଭାଜପା କହୁଛନ୍ତି ଜିତିବେ, ହାର୍‌ ମାନିଗଲା କଂଗ୍ରେସ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ଭୋଟ ଶେଷ ହୋଇଛି। ଆସନ୍ତା ୨୪ରେ କିଏ ସେଠାରେ ବାଜି ମାରିବ ତାହା ସ୍ପଷ୍ଟ ହୋଇଯିବ। ତେବେ...

Leave a comment

Your email address will not be published. Required fields are marked *