ଭୁବନେଶ୍ୱର,୨୯ା୧- ଓଡ଼ିଶାରେ ଶୁକ୍ରବାର ୧୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ସଂଖ୍ୟା ୩,୩୧,୮୨୪ରେ ପହଞ୍ଚିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୩୦, ପୁରୀ ଓ ସମ୍ବଲପୁରରୁ ୨୩, ବାଲେଶ୍ୱର ୧୨, ଅନୁଗୁଳ ଓ ଖୋର୍ଦ୍ଧାରୁ ୯, ବରଗଡ଼ରୁ ୭, ଜଗତ୍ସିଂହପୁର ୬, କଟକ ଓ ଯାଜପୁରରୁ ୫, ଝାରୁସୁଗୁଡ଼ା ୪, ବଲାଙ୍ଗୀର, ଗଜପତି ଓ ନୂଆପଡ଼ାରୁ ୩, ଗଞ୍ଜାମ, କେନ୍ଦୁଝର, କୋରାପୁଟ ଓ ମୟୁରଭଞ୍ଜରୁ ୨, ଭଦ୍ରକ, ବୌଦ୍ଧ, ଦେଓଗଡ଼, କନ୍ଧମାଳ ଓ ସୋନପୁର ଜଣେ ଏବଂ ଷ୍ଟେଟ୍ ପୁଲରୁ ଦୁଇ ଜଣେ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି।