୨୩ ଦିନରେ ୧୫୬.୬ମି.ମି ବର୍ଷା

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଗତ ୨୩ ଦିନରେ ଅର୍ଥାତ୍‌ ଗତ ୧ରୁ ୨୩ତାରିଖ ମଧ୍ୟରେ ଓଡ଼ିଶାରେ ୧୫୬.୬ମି.ମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ବାଭାବିକ ବର୍ଷା ୧୪୬.୮ମିମି ଠାରୁ ୭ ପ୍ରତିଶତ ଅଧିକ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ରାୟଗଡ଼ା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, କନ୍ଧମାଳ ଏବଂ କେନ୍ଦୁଝର ଆଦି ୭ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଯାହା ସ୍ବାଭାବିକ ବର୍ଷାଠାରୁ ୨୦ରୁ ୫୯% କମ୍‌ ରହିଛି। ଏହି ସମୟ ମଧ୍ୟରେ ପୁରୀ, ସୁନ୍ଦରଗଡ଼ ଓ କୋରାପୁଟ ଆଦି ୩ ଜିଲାରେ ସ୍ବାଭାବିକଠାରୁ ଅତ୍ୟଧିକ ଅର୍ଥାତ୍‌ ୬୦% କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇଛି। ସେହିପରି ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ନୂଆପଡ଼ା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ମାଲକାନଗିରି ଆଦି ୯ଜିଲାରେ ସ୍ବାଭାବିକଠାରୁ ୨୦ରୁ ୫୯% ଯାଏ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୧ଜିଲାରେ ସ୍ବାଭାବିକ ବର୍ଷା ଅନୁଭୂତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦାଣ୍ଡରେ ପିଟି ପିଟି ସ୍ତ୍ରୀଙ୍କୁ ମାରିଦେଲେ ସ୍ବାମୀ

ହିଞ୍ଜିଳିକାଟୁ,୨୦ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମହିରକଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ଦାଣ୍ଡରେ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ପିଟି ପିଟି...

ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ସବୁ ପ୍ରକାର ବିପର୍ଯ୍ୟୟରେ ‘ସବୁ ଜୀବନ ମୂଲ୍ୟବାନ’ ବୋଲି ସେ କହିଛନ୍ତି।...

ଗ୍ରାମାଞ୍ଚଳ ସଡ଼କ ନିର୍ମାଣରେ ଚଞ୍ଚକତା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ) ଅଧୀନ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଛି। ନିର୍ଦ୍ଧାରିତ ସମୟରେ କାମ ଶେଷ ନ ହେବା ଏବଂ...

ଉଛୁଳୁଛି ନଦନଦୀ

ଭୁବନେଶ୍ୱର, ୨୯ା୮(ବ୍ୟୁରୋ): ଲଘୁଚାପ ବର୍ଷା ପରେ ରାଜ୍ୟରେ ବନ୍ୟା ବିପତ୍ତି ଦେଖାଦେଇଛି। ଉତ୍ତର ଓଡ଼ିଶା ବନ୍ୟାରେ ଉବୁଟୁବୁ ହେଉଛି। ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଜିଲାରେ ହଜାର...

ବିନା ଅନୁମତିରେ ଚାଲିଛି ଶତାଧିକ ବିଦ୍ୟାଳୟ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଅର୍ଗାନାଇଜେଶନ୍‌ ଅଫ୍‌ ପ୍ୟାରେଣ୍ଟ ଆସୋସିଏଶନ୍‌ ଫୋରମ୍‌ (ଓପାଫ୍‌) ତରଫରୁ ଘରୋଇ ବିଦ୍ୟାଳୟଗୁଡ଼ିକରେ ମନମୁଖି କାର୍ଯ୍ୟକଳାପ, ଗଣଶିକ୍ଷା ବିଭାଗର ନୀରବତା ଓ ସିବିଏସ୍‌ଇର ସ୍ଥାଣୁତା...

ଓଡ଼ଗାଁ ଏନ୍‌ଏସି: ପଲିଥିନ ବ୍ୟବହାର ଉପରେ କଟକଣା

ଓଡ଼ଗାଁ,୨୨ା୬(ସ୍ବ.ପ୍ର.): ଶୁକ୍ରବାର ଓଡଗାଁ ଏନ୍‌ଏସି ତରଫରୁ ଆନୁଷ୍ଠାନିକ ଭାବେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଛି। ଏଥିନିମନ୍ତେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନଙ୍କ ମଧ୍ୟରେ ସଚେତନତା...

‘ଚାଷୀଙ୍କ ଆୟ ଦ୍ବିଗୁଣିତ କରିବ ଡ୍ରୋନ୍‌’

ଛେଣ୍ଡିପଦା,୧୯।୪(ସ୍ବ.ପ୍ର.) ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍‌। ଡ୍ରୋନ୍‌ ସହାୟତାରେ ଚାଷୀ ଫସଲରେ କୀଟନାଶକ ସିଞ୍ଚନ କରି ନିଜର ସମୟ ବଞ୍ଚାଇବା ସହ ଆୟ ମଧ୍ୟ ବଢ଼ାଇପାରିବ।...

ଜଙ୍ଗଲରେ ଦମ୍ପତିଙ୍କ ଗଳାକାଟି ହତ୍ୟା

ମୋହନା,୧୭ା୩(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ କରଚବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପଟିମା ଓ କୁଟିଗୁଡା ମଧ୍ୟରେ ଥିବା ଜଙ୍ଗଲରୁ ସୋମବାର ଦମ୍ପତିଙ୍କ ମୃତଦେହ ଉଦ୍ଧାର...

Advertisement
Archives

Model This Week