୩ ବର୍ଷରେ ୧୫ ହଜାର ବଳାତ୍କାର ମାମଲା

ଭୁବନେଶ୍ୱର,୫ା୭(ବ୍ୟୁରୋ):ରାଜ୍ୟରେ ଚିନ୍ତାଜନକ ଭାବେ ବଳାତ୍କାର ମାମଲା ବଢ଼ିଚାଲିଛି । ଗତ ୩ ବର୍ଷରେ ୧୫ ହଜାର ୭୧୩ ଦୁଷ୍କର୍ମ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ହୋଇଛି। ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ମହିଳାଙ୍କ କ୍ଷେତ୍ରରେ ୨୦୧୯ରୁ ୨୦୨୨ ଏପ୍ରିଲ ଭିତରେ ୧୦ ହଜାର ୧୨୯ଟି ବଳାତ୍କାର ମାମଲା ରୁଜୁ ହୋଇଛି। ସେହିପରି ଏହି ସମୟ ଭିତରେ ୫ ହଜାର ୫୮୪ଟି ନାବାଳିକା ବଳାତ୍କାର ମାମଲା ଆସିଛି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ବିଧାନସଭାରେ ଏହା କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟର ବିଭିନ୍ନ ଥାନାରେ ୨୦୧୯ରେ ୨ ହଜାର ୯୫୦ଟି ବଳାତ୍କାର ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୨ ହଜାର ୯୮୪ , ୨୦୨୧ରେ ୩ ହଜାର ୩୨୭ ଏବଂ ୨୦୨୨ ଏପ୍ରିଲ ସୁଦ୍ଧା ୮୬୮ଟି ବଳାତ୍କାର ମାମଲା ରୁଜୁ ହୋଇଛି। ସେହିପରି ନାବାଳିକା ମଧ୍ୟ ବଳାତ୍କାରରୁ ବର୍ତ୍ତିପାରୁନାହାନ୍ତି। ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୧୯ରେ ୧,୬୩୫ ନାବାଳିକା ବଳାତ୍କାର ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୧,୬୪୬, ୨୦୨୧ରେ ୧,୮୭୧ଟି ମାମଲା ଏବଂ ୨୦୨୨ ଏପି୍ରିଲ ସୁଦ୍ଧା ୪୩୨ଟି ନାବାଳିକା ବଳାତ୍କାର ମାମଲା ରୁଜୁ ହୋଇଛି। ସେହିପରି ଯୌତୁକଜନିତ ହତ୍ୟା, ନିର୍ଯାତନା ଏବଂ ଅନ୍ୟାନ୍ୟ ନିର୍ଯାତନା ମଧ୍ୟ ରାଜ୍ୟରେ ବଢି ଚାଲିଛି। ୨୦୧୯ରେ ୩୪୧ ଯୌତୁକଜନିତ ହତ୍ୟା ରୁଜୁ ହୋଇଥିବା ବେଳେ ଯୌତୁକ ନିର୍ଯାତନା ୩୭୫୬ ଓ ଅନ୍ୟାନ୍ୟ ନିର୍ଯାତନା ୨୫୩୨ ରୁଜୁ ହୋଇଛି। ସେହିପରି ୨୦୨୦ରେ ୩୨୦ ଯୌତୁକଜନିତ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଯୌତୁକ ନିର୍ଯାତନା ୩୭୫୯ ଓ ଅନ୍ୟାନ୍ୟ ନିର୍ଯାତନା ୩୧୫୩ ରୁଜୁ ହୋଇଛି। ୨୦୨୧ରେ ୨୯୩ ଯୌତୁକଜନିତ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଯୌତୁକ ନିର୍ଯାତନା ୪୯୫୩ ଓ ଅନ୍ୟାନ୍ୟ ନିର୍ଯାତନା ମାମଲା ୪୮୮୯ ରୁଜୁ ହୋଇଛି। ୨୦୨୨ ଏପ୍ରିଲ ସୁଦ୍ଧା ୮୫ ଯୌତୁକଜନିତ ହତ୍ୟା ରୁଜୁ ହୋଇଥିବା ବେଳେ ଯୌତୁକ ନିର୍ଯାତନା ୧୪୪୨ ଓ ଅନ୍ୟାନ୍ୟ ନିର୍ଯାତନା ୧୪୩୦ ରୁଜୁ ହୋଇଛି। ମହିଳାମାନଙ୍କ କ୍ଷେତ୍ରରେ ହେଉଥିବା ଅପରାଧରେ ଓଡ଼ିଶା ୧୮ ନମ୍ବର ସ୍ଥାନରେ ରହିଛି ବୋଲି ମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ଜାରି ହେଲା ୧୪୪ ଧାରା: ପତିତପାବନ ଦର୍ଶନ ବନ୍ଦ

ପୁରୀ ଅଫିସ, ୨୬।୧୧: ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି କରାଯାଇଛି। ଗୁରୁବାର ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ଏହା...

ଧରାପଡ଼ିଲେ ବ୍ରାଉନସୁଗାର ଡିଲର ଲାଡେନ, ରାଜୁ

ଭୁବନେଶ୍ୱର(ବ୍ୟୁରେ)/ବାଲିଅନ୍ତା (ଡି.ଏନ୍‌.ଏ.),୧୦।୨: ଅପରେଶନ ପଏଣ୍ଟ ଥିଲା ଫୁଲନଖରା ଛକରୁ ସିମ୍ପୋନୀ ମଲ୍‌ ସମ୍ମୁଖ ଜାତୀୟ ରାଜପଥ। ଟାର୍ଗେଟ ଥିଲା ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ବ୍ରାଉନସୁଗାର ମାଫିଆ...

ପରଲୋକରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ପରଲୋକରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ...

ବର୍ଷାଙ୍କୁ ଅନୁଭବଙ୍କ ୩ ଚ୍ୟାଲେଞ୍ଜ

କଟକ ଅଫିସ,୨୫ା୫: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା...

ଟ୍ରେନ୍‌ରେ ନିଆଁ, ଯାତ୍ରୀ ଆତଙ୍କିତ

ଲୋଇସିଂହା,୧୭ା୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ପୁରୀ -ଆଜମିର ଟ୍ରେନରେ ନିଆଁ ଲାଗି ଯାଇଥିଲା। ବ୍ରେକ୍‌...

ଚାଷୀଙ୍କ ସମସ୍ୟା ସମାଧାନ ନ ହେବା ଯାଏଁ ଆନ୍ଦୋଳନ: ଭାଜପା

ଭୁବନେଶ୍ବର, ୧୬ା୧୧(ବ୍ୟୁରୋ): ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ ଥିବାବେଳେ ଏଠାରେ ବାଜିମାତ୍‌ କରିବାକୁ ବିଜେଡି ଏବଂ ଭାଜପା ଚାଷୀ ପ୍ରସଙ୍ଗକୁ ଢାଲ କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ...

ସବୁଜ ବନାନୀ କାଟି ମୋରମ ଚାଲାଣ

ଚଣ୍ଡିଖୋଲ,୬ା୧(ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ଅସିଆ ପର୍ବତମାଳାର ଅଂଶବିଶେଷ ଧାଉଡିଆପଦା ପାହାଡ଼। ଏହି ପାହାଡ଼ର କୌଣସି ଅଂଶ ଲିଜ୍‌ ଦିଆଯାଇ ନ ଥିବା...

ଦେବଗଡ଼ ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କୃଷକ ସଂଘର୍ଷ ସଂଘ

ଦେବଗଡ଼,୧୧।୯(ଡି.ଏନ୍‌.ଏ.): ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବୁଧବାର ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିିସ ଘେରାଉ କରାଯାଇଛି। ସ୍ଥାନୀୟ ଗୋପାଳଜୀଉ ମନ୍ଦିରରୁ...

Advertisement
Archives

Model This Week