Posted inଫୁରସତ

ଭିଡିଓ ଗେମ୍‌ ଖେଳିବା ପଡ଼ିଲା ମହଙ୍ଗା: ପାରାଲିସିସ୍‌ ହେଲା ବାଳକଙ୍କ ହାତ

କରୋନା ସଂକ୍ରମଣକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ସଂକ୍ରମଣକୁ ରୋକିବା ପାଇଁ ସବୁଆଡେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଛୋଟ ପିଲାମାନେ ଘରେ ବସି ବସି ମୋବାଇଲ ଫୋନ୍‌ ଏବଂ କମ୍ପ୍ୟୁଟରରେ ଗେମ୍‌ ଖେଳିବାରେ ଅଧିକ ସମୟ ବିତାଉଛନ୍ତି। ଏହାକୁ ନେଇ ମା’ବାପା ଚିନ୍ତାରେ। ତେବେ ଲକ୍‌ଡାଉନ୍‌ରେ ମୋବାଇଲରେ ଭିଡିଓ ଗେମ୍‌ ଖେଳି ଖେଳି ଜଣେ ବାଳକର ଗୋଟିଏ ହାତ ପାରାଲିସିସ୍‌ ହୋଇଯାଇଛି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଘଟଣାଟି ଘଟିଛି ଦକ୍ଷିଣ ଚାଇନାରେ ରହୁଥିବା ୧୫ ବର୍ଷୀୟ ଜୋବିନ୍‌ଙ୍କ କ୍ଷେତ୍ରରେ।
ଘରେ ବସି ପାଠ ପଢ଼ିବା ପାଇଁ ମା’ ଜୋବିନ୍‌ଙ୍କୁ ଏକ ସ୍ମାର୍ଟ ଫୋନ୍‌ ଦେଇଥିଲେ। ମାତ୍ର ଅନ୍‌ଲାଇନ୍‌ କ୍ଲାସ୍‌ ପରିବର୍ତ୍ତେ ସେ ମୋବାଇଲ୍‌ରେ ଗେମ୍‌ ଖେଳିବା ଆରମ୍ଭ କରିଦେଲେ। ପରେ ଏହା ତାଙ୍କର ଅଭ୍ୟାସ ହୋଇଗଲା। ଜୋବିନ୍‌ ଦିନରେ ୨୨ ଘଣ୍ଟା ଭିଡିଓ ଗେମ୍‌ ଖେଳୁଥିବା ବେଳେ ମାତ୍ର ୨ ଘଣ୍ଟା ଶୋଉଥିଲେ। ଏଥିପାଇଁ ସେ ଖାଇବା ପିଇବା ମଧ୍ୟ ଛାଡ଼ି ଦେଇଥିଲେ। କେବଳ ସ୍ନାକ୍ସ ଖାଉଥିଲେ। ଥିରେ ଥିରେ ତାଙ୍କ ହାତ ଆଉ କାମ କଲା ନାହିଁ। ଡାକ୍ତରଙ୍କ ପାଖକୁ ନେବାରୁ ପାରାଲିସ ହୋଇଥିବା ଜଣାପଡ଼ିଲା। ପୋଷକତ୍ତ୍ୱ ସାଙ୍ଗକୁ ମସ୍ତିସ୍କରେ ବ୍ଲଡ ଏବଂ ଅକ୍ସିଜେନ୍‌ ଅଭାବରୁ ଏପରି ଘଟିଥିବା କୁହାଯାଉଛି। ତେବେ ସେ ପୂର୍ବପରି ଠିକ୍‌ ହୋଇପାରିବେ କି ନାହିଁ ତାହା କହିବା କଷ୍ଟକର ବୋଲି ଡାକ୍ତର କହିଛନ୍ତି।
ଜୋବିନ୍‌ଙ୍କ ମା’ଙ୍କ କହିବାନୁଯାୟୀ, ସେ ଏବଂ ତାଙ୍କ ସ୍ବାମୀ ସବୁଦିନ ସକାଳୁ ଅଫିସ ପଳାଉଥିଲେ। ସନ୍ଧ୍ୟା ୬ଟାରେ ଘରକୁ ଫେରୁଥିଲେ। ଜୋବିନ୍‌ ଏକାକି ଘରେ ରହୁଥିଲେ। ଏହି ସମୟରେ ସେ ଭିଡିଓ ଗେମ୍‌ ଖେଳିବା ଆରମ୍ଭ କରିଥିଲେ। ରାତିସାରା ଅନିଦ୍ରା ରହି ସେ ଗେମ୍‌ ଖେଳୁଥିଲେ। ପଚାରିବାରୁ ସେ ପାଠ ପଢ଼ୁଥିବା କହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri