୧୫% ଡିସ୍‌କାଉଣ୍ଟ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଫେବୃୟାରୀ ୧ରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିବେ। ତା’ ପୂର୍ବରୁ ୩୧ ଜାନୁୟାରୀରେ ସେ ଅର୍ଥନୈତିକ ସର୍ଭେ ୨୦୨୨-୨୩ ଉପସ୍ଥାପନ କରି ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) କମିବା ନେଇ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୨୨-୨୩ରେ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା। ୨୦୨୩-୨୪ରେ ଏହା ୬ରୁ ୬.୫ ପ୍ରତିଶତ ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ଯଦି ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସକୁ ଦେଖାଯାଏ, ଅଭିବୃଦ୍ଧି ୬.୩ ପ୍ରତିଶତ ରହିଥିବା ବିଷୟ ପ୍ରକାଶ ପାଇଛି। ଅର୍ଥାତ୍‌ ସରକାର ଯେଉଁ ଅଭିବୃଦ୍ଧି ବିଷୟରେ ପୂର୍ବରୁ ପ୍ରଦର୍ଶନ କରିଥିଲେ ତାହାଠାରୁ କମ୍‌ ଅଭିବୃଦ୍ଧି ଘଟିଛି। ଅର୍ଥନୈତିକ ସର୍ଭେ ପ୍ରକାଶ ପାଇବା ପରେ କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ ଏକ କୌତୂହଳପୂର୍ଣ୍ଣ ପରିସଂଖ୍ୟାନ ବିଷୟରେ ଅବତାରଣା କରିଛନ୍ତି। ସେ କହିଛନ୍ତି, ବାସ୍ତବରେ କେନ୍ଦ୍ର ସରକାର ଗତବର୍ଷ ଅର୍ଥନୈତିକ ସର୍ଭେ ଉପସ୍ଥାପନ ବେଳେ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ଆକଳନ କରିଥିଲେ। ପରେ ସରକାର ସେଥିରେ ୧୫% ଡିସ୍‌କାଉଣ୍ଟ କରି ତାହାକୁ ୭ ପ୍ରତିଶତ ବୋଲି କହୁଛନ୍ତି। ତେଣୁ ଆସନ୍ତା ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ଯେଉଁ ୬ରୁ ୬.୫ ପ୍ରତିଶତ ବିଷୟରେ କୁହାଯାଉଛି, ତାହାର ସମାନ ଡିସ୍‌କାଉଣ୍ଟ କରି ଦେଖିଲେ ସରକାର ୫.୪୪ ପ୍ରତିଶତ କରିପାରୁଛନ୍ତି କି ନାହିଁ ତାହା ଦେଖିବା କଥା। ଗୌରବଙ୍କ ଯୁକ୍ତି ସରକାରଙ୍କୁ ଅପଦସ୍ଥ କରିବା ପାଇଁ ଯଥେଷ୍ଟ। ଅର୍ଥନୈତିକ ସର୍ଭେରେ ସୀତାରାମନ ଆହୁରି କହିଛନ୍ତି, ଖାଉଟି ମୂଲ୍ୟରେ ଯଥେଷ୍ଟ ହ୍ରାସ ପାଇଛି। ସ୍ଥିତିକୁ ଅନୁଭବ କରିପାରୁଥିବା ଯେକୌଣସି ଭାରତୀୟ ଅର୍ଥମନ୍ତ୍ରୀଙ୍କ ଏହି କଥାକୁ ନିଶ୍ଚୟ ଖଣ୍ଡନ କରିବେ। କାରଣ ଭାରତରେ ଅତ୍ୟାବଶ୍ୟକ ଦରଦାମ୍‌ ବୃଦ୍ଧି ଓ ନିଯୁକ୍ତି ସଙ୍କୋଚନ ସ୍ଥିତି ନକାରାତ୍ମକ ଚିତ୍ର ଦେଖାଉଛି।
ଭାରତ ବିଶ୍ୱର ୫ମ ବୃହତ୍‌ ଅର୍ଥନୀତି ରହିଥିବା ବିଷୟକୁ ସରକାର ଘଷିମାଜି ବାହାବା ନେବାରେ ଲାଗିଛନ୍ତି। ଅର୍ଥନୈତିକ ସର୍ଭେରେ ମଧ୍ୟ ଏହାକୁ ଦୋହରାଯାଇଛି। ବାସ୍ତବତାକୁ ଦେଖିଲେ ଏବେ ଆଦାନୀ ଗ୍ରୁପ୍‌ ନିଜ ଷ୍ଟକ୍‌ ଓ ଆକାଉଣ୍ଟ୍‌ସରେ ଦୀର୍ଘବର୍ଷ ଧରି ବ୍ୟାପକ ହେରଫେର କରିଥିବା ବିଷୟକୁ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପ୍ରକାଶ କରିବା ପରେ ଦେଶରେ ଶେୟାର ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି। ଗତ ୩ ଦିନ ଭିତରେ ଏହି ଗ୍ରୁପ୍‌ ୫ ଲକ୍ଷ ୬୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ସହିଲାଣି। ଏହି କ୍ଷତିର ପ୍ରଭାବ ଦେଶବାସୀଙ୍କ ଉପରେ ପଡ଼ିବା ସ୍ବାଭାବିକ। ଜନସାଧାରଣଙ୍କ ଅର୍ଥ ଲାଗିଥିବା ଜୀବନ ବୀମା ନିଗମ (ଏଲ୍‌ଆଇସି) ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଇତିମଧ୍ୟରେ ୭୮ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି କରିସାରିଛନ୍ତି। ଏହା ସମୁଦ୍ରରେ ବୁଡ଼ି ରହିଥିବା ବରଫଖଣ୍ଡର ଦୃଶ୍ୟମାନ ହେଉଥିବା ସାମାନ୍ୟ ଉପରଭାଗ ସଦୃଶ। ଇତିମଧ୍ୟରେ ଦେଶର ଅର୍ଥନୀତି ଆହୁରି କେତେ ଯେ ଅସ୍ବାଭାବିକ ସ୍ଥିତିରେ ପଡ଼ିଥିବ, ତାହା ସରକାର ପ୍ରକାଶ କରିବାକୁ ଚାହୁଁନାହାନ୍ତି। କେବଳ ବାହୁସ୍ଫୋଟ ମାରି ଆଗେଇ ଚାଲିଲେ ଦେଶରେ କେତେ ଯେ କ୍ଷତି ଘଟିବାର ଆଶଙ୍କା ଉପୁଜୁଛି ତାହା ଆକଳନ କରିବା କଷ୍ଟକର।
ବର୍ତ୍ତମାନର କେନ୍ଦ୍ର ସରକାର ଦେଶ କେଉଁଭଳି ଆର୍ଥିକ ଅସ୍ଥିରତା ଦେଇ ଗତି କରୁଛି, ତାହା ଭଲ ଭାବେ ଜାଣିଛନ୍ତି। କିନ୍ତୁ ଜନସାଧାରଣଙ୍କୁ ଏହାର ନକାରାତ୍ମକ ଦିଗଠାରୁ ଦୂରେଇ ରଖାଯାଉଛି। ସେଥିପାଇଁ ଉପଭୋକ୍ତା ମୂଲ୍ୟ ବୃଦ୍ଧିକୁ ଲୁଚାଇବାକୁ ଚାହିଁ ଅର୍ଥନୈତିକ ସର୍ଭେରେ କୁହାଯାଇଛି ଏହା ଯଥେଷ୍ଟ ଭାବେ କମିଛି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ଠାରୁ ଆରମ୍ଭ କରି ଲୁଗାସଫା ପାଉଡର ଓ ବିସ୍କୁଟର ମୂଲ୍ୟ ଯେଉଁଭଳି ଭାବେ ବଢ଼ିଛି, ତାହା ଖାଉଟି ଭଲ ଭାବେ ଅନୁଭବ କରୁଛନ୍ତିି। ଏଭଳି ସ୍ଥଳେ ଭାରତ ବିଶ୍ୱର ୫ମ ବୃହତ୍‌ ଅର୍ଥନୀତି ଏବଂ ଏବେ ଜି୨୦ର ଅଧ୍ୟକ୍ଷ ଥିବାରୁ ଏହା ଦେଶ ପାଇଁ ଗର୍ବର ବିଷୟ ଆଣିଦେଇଛି ବୋଲି କହିବାର କୌଣସି ମାନେ ରଖୁନାହିଁ। ସାଧାରଣ ନାଗରିକ ଚାହେଁ ସେ ଟିକେ ଭଲରେ ଚଳିବ, ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଦେବ ଓ ସ୍ବାସ୍ଥ୍ୟ ବିଗିଡ଼ି ଯାଉଥିବା ବେଳେ ଉତ୍ତମ ସ୍ବାସ୍ଥ୍ୟସେବା ପାଇବ। ଯେଉଁ ସରକାର ନାଗରିକର ଏହିଭଳି ମୌଳିକ ଆବଶ୍ୟକତାକୁ ପୂରଣ କରିପାରିଥାଆନ୍ତି, ତାହାକୁ ଜନସାଧାରଣ ପ୍ରଶଂସା କରିଥାଆନ୍ତି। କେବଳ ନିର୍ବାଚନକୁ ଆଖି ଆଗରେ ରଖି ସରକାର ନେଉଥିବା ନିଷ୍ପତ୍ତି ଯୋଗୁ ଦେଶର ଅବସ୍ଥା ବିଗୁଡ଼ୁଛି। ଜନମଙ୍ଗଳ ଚାହୁଁଥିବା ସରକାର କ୍ଷମତା ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ଚିନ୍ତା କରିବା ଦରକାର।

କେବଳ ନିର୍ବାଚନକୁ ଆଖି ଆଗରେ ରଖି ସରକାର ନେଉଥିବା ନିଷ୍ପତ୍ତି ଯୋଗୁ ଦେଶର ଅବସ୍ଥା ବିଗୁଡ଼ୁଛି। ଜନମଙ୍ଗଳ ଚାହୁଁଥିବା ସରକାର କ୍ଷମତା ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ଚିନ୍ତା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?