Posted inଜାତୀୟ

୪ ବର୍ଷରେ ୧୫ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା-୩୧ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ, ୧୮।୧୨: ଦେଶରେ ଗତ ୪ ବର୍ଷ ମଧ୍ୟରେ ମାର୍ଚ୍ଚ ୨୦୧୭ଠାରୁ ଇତିମଧ୍ୟରେ ୧୫ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏସବୁ ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଲୋକ ସଭାରେ ସୂଚନା ପ୍ରଦାନ କରାଯାଇଛି। ଚିତା, ଚେତକ, ଏମ୍‌ଆଇ-୧୭ ସମେତ ୧୫ ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦୨୧ ଡିସେମ୍ବର ୮ରେ ତାମିଲନାଡୁର କୁନୁରରେ ଦୁର୍ଘଟଣାଗ୍ରସ୍ତ ସେନାର ଏମ୍‌ଆଇ-୧୭ ଭି-୫ ଚପରକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ମଧ୍ୟରେ ୪ ଆଡଭାନ୍ସ ଲାଇଟ ହେଲିକପ୍ଟର (ଏଏଲଏଚ୍‌), ୪ ଚିତା, ୨ଟି ଅସ୍ତ୍ରଶସ୍ତ୍ର ଇଣ୍ଟିଗ୍ରେଟେଡ ଏଏଲଏଚ୍‌, ୩ଟି ଏମ୍‌ଆଇ-୧୭ ଭି-୫, ଗୋଟିଏ ଏମ୍‌ଆଇ-୧୭ ଏବଂ ଗୋଟିଏ ଚେତକ ରହିଛି। ଘଟିଥିବା ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଅଜୟ ଭଟ୍ଟ ଏହି ସୂଚନା ଦେଇଛନ୍ତି। ୨୦୧୭ ମାର୍ଚ୍ଚ ୧୫ରେ ଏକ ବାୟୁସେନା ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିଲେ ସରକାରଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଭାରତୀୟ ସେନା ଏବଂ ବାୟୁସେନାର ୭ଟି ଲେଖାଏଁ ହେଲିକପ୍ଟର ଏବଂ ନୌସେନାର ଗୋଟିଏ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟାଗଲା ୧୩୧ କେଜିର କେକ

ମୁମ୍ବାଇ,୧୪ ।୪: ମହାରାଷ୍ଟ୍ରର ଭୋଇୱାଡାରେ ବୁଧବାର ୧୩୧ କିଲୋଗ୍ରମାର ଏକ କେକ୍ କଟାଟାଇଛି । ସମ୍ବିଧାନ ପ୍ରଣେତା ଡ. ବି. ଆର. ଆମ୍ବେଦକରଙ୍କ ୧୩୧ତମ ଜନ୍ମ...

ନିର୍ବାଚନୀ ବଣ୍ଡ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୩: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ ନିର୍ବାଚନୀ ବଣ୍ଡ ବିକ୍ରୟ ଉପରେ ରୋକ ଲଗାଇବା ପାଇଁ କରାଯାଇଥିବା...

‘ସର୍ଟକଟ୍‌ ରାଜନୀତି ନୁହେଁ, ସୁଶାସନ ଚାହାନ୍ତି ମୋଦି’

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା ମୂଲ୍ୟର କଳା ଟଙ୍କା ଜବତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର...

୬୮ ବର୍ଷ ପରେ ଏୟାର ଇଣ୍ଡିଆର ଘର ବାହୁଡା: ରତନ ଟାଟା କହିଲେ ‘ଓ୍ବେଲ୍‌କମ୍‌ ବ୍ୟାକ୍‌’

ନୂଆଦିଲ୍ଲୀ,୮।୧୦: ଏୟାର ଇଣ୍ଡିଆକୁ କିଣିଛି ଟାଟା ସନ୍ସ। କମ୍ପାନୀ ଏଥିପାଇଁ ୧୮,୦୦୦ କୋଟି ଟଙ୍କାର ସବୁଠାରୁ ବଡ ଡାକ ଲଗାଇଥିଲା। ଫଳରେ ୬୮ ବର୍ଷ ପରେ...

ନୀତିଶଙ୍କ ଉପରକୁ ପଥର ମାଡ଼

ପାଟନା,୩।୧୧: ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରକୁ ପଥର ମାଡ଼ କରାଯାଇଛି।...

ସାଧାରଣ ଲକ୍ଷଣ ସହ ବଢିବ ଓମିକ୍ରନ୍‌: ଟିକା ଦେବ ସୁରକ୍ଷା

ନୂଆଦିଲ୍ଲୀ,୨୬ ।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି ଓମିକ୍ରନ୍ ଭାରିଏଣ୍ଟର ଚିହ୍ନଟ କରିଥିବା ଡା.ଏଞ୍ଜେଲିକ କୋଏତଜୀ କହିଛନ୍ତି ଭାରତରେ ଓମିକ୍ରନ ସାମାନ୍ୟ ଲକ୍ଷଣ ସହ ପ୍ରସାର...

ଗାଡ଼ି ରୋକିବାକୁ କୌଣସି ସଙ୍କେତ ମିଳି ନ ଥିଲା

ନୂଆଦିଲ୍ଲୀ, ୮।୧୨ : ”ଗାଡ଼ି ରୋକିବା ପାଇଁ ଆମକୁ କୌଣସି ସଙ୍କେତ ଦେଇ ନ ଥିଲେ। ହଠାତ୍‌ ଗୁଳି ବର୍ଷା ଆରମ୍ଭ ହୋଇଥିଲା“। ନାଗାଲାଣ୍ଡର ମୋନ୍‌...

ବାଲାକୋଟ ଏୟାରଷ୍ଟ୍ରାଇକ୍‌ ସଫଳ ହେଲେ ଫୋନ୍‌ରେ ‘ବନ୍ଦର’ କହି ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଧନଓ୍ବା

ନୂଆଦିଲ୍ଲୀ,୪।୯: ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ନେଇ ଅପରେଶନ୍‌ ପ୍ରମୁଖ ଏୟାର ମାର୍ଶଲ ସି.ହରି କୁମାର କେତେକ ଗୁପ୍ତ ସୂଚନା ଦେଇଛନ୍ତି। ସେ ଦିନ ହରିଙ୍କର ଜନ୍ମ ଦିନ...

Advertisement
Archives

Model This Week