ଟ୍ରମା ଚିକିତ୍ସା ଲାଗି ୧୪୭ କୋଟି

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଓଡ଼ିଶାରେ ପ୍ରତି ୧୦୦ ଦୁର୍ଘଟଣାରେ ୪୮ଜଣଙ୍କ ଜୀବନ ଯାଉଛି, ଯାହା ଜାତୀୟ ହାର ତୁଳନାରେ ଅଧିକ। ଏଥିଲାଗି ସୁପ୍ରିମକୋର୍ଟ କମିଟି ବାରମ୍ବାର ତାଗିଦ୍‌ କରୁଥିଲେ ମଧ୍ୟ ଆଖିଦୃଶିଆ ଫଳ ମିଳୁନାହିଁ। ୨୦୨୦ ତୁଳନାରେ ୨୦୨୧ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ୧୫.୯୮% ବଢ଼ିଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଥମ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତ୍ୱରିତ ଚିକିତ୍ସା ସେବା ଯୋଗାଇ ଦିଆଗଲେ ଜୀବନ ବଞ୍ଚାଯାଇପାରିବ। ଦୁର୍ଘଟଣାଗ୍ରସ୍ତଙ୍କୁ ଟ୍ରମା ଚିକିତ୍ସା ଯୋଗାଇଦେବା ଲାଗି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୨୦-୨୧ରୁ ୨୦୨୪-୨୫ ଆର୍ଥିକ ବର୍ଷ ଯାଏ ୧୪୭.୨ କୋଟି ଟଙ୍କାର ବଜେଟ କରାଯାଇଛି। ଏଥିରେ ୧୧ ଘରୋଇ ହସ୍ପିଟାଲକୁ ଯୋଡ଼ାଯାଇଛି। ରାଉରକେଲାର ଜେ.ପି. ହସ୍ପିଟାଲରେ ଚିକିତ୍ସା ଲାଗି ଜିଲା ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମସ୍ତିଷ୍କ ଆଘାତପ୍ରାପ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ୨୦୧୯ ଅକ୍ଟୋବର ୧୦ରୁ ଏଭଳି ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ଟ୍ରମା ଫଣ୍ଡ୍‌ ଜରିଆରେ କରୁଛନ୍ତି। ସଡ଼କ ସୁରକ୍ଷା ପାଣ୍ଠିରୁ ଏଥିଲାଗି ଅର୍ଥ ଖର୍ଚ୍ଚ କରାଯାଉଛି। ଫ୍ରି ଟ୍ରିଟ୍‌ମେଣ୍ଟ ଫର୍‌ ଟ୍ରମା ଫଣ୍ଡ୍‌ (ଏଫ୍‌ଟିଟିଏଫ୍‌) ଭଳି ଅଭିନବ ଯୋଜନା ପ୍ରସ୍ତୁତ କରାଯାଇଛି। ଏ ବାବଦରେ ପ୍ରତିବର୍ଷ ୨୯ କୋଟି ଟଙ୍କା ଲେଖାଏ ଖର୍ଚ୍ଚ ହେବାକୁ ଥିବାବେଳେ ମାନବ ସମ୍ବଳ ପାଇଁ ବାର୍ଷିକ ୧୩ ଲକ୍ଷ ବ୍ୟୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ: ଏସଆଇଆର୍‌ ଉପରେ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଭଞ୍ଜନଗର ଉପଖଣ୍ଡର ବୁଥସ୍ତରୀୟ ଅଫିସର୍‌ ଏବଂ ସୁପରଭାଇଜରମାନଙ୍କୁ ନେଇ ସ୍ବତନ୍ତ୍ର ସଘନ ସଂଶୋଧନ ତାଲିମ କାର୍ଯ୍ୟକ୍ରମ…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ଏମିତି କାମ କରି ପ୍ରଶଂସା ସାଉଁଟିଲେ ବସନ୍ତ: ଜିଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଲୋକଙ୍କ…

ଅଘଟଣ; ପାଣିରେ ବୁଡି ୨ ବର୍ଷର ଶିଶୁ, ବିଷ ପିଇ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ

ହାଟଡିହି/ଛେନାପଦୀ/ଆନନ୍ଦପୁର,୨୫।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ସୋସୋ ଥାନା ଥାନା ଅଞ୍ଚଳରେ ଗତ ରବିବାର ଦୁଇଟି ଦୁଃଖଦ ଘଟଣା ଘଟିଛି । ପୋଡାସିଙ୍ଗିଡ଼ି…

ଶୀଘ୍ର ଭରିଦିଅନ୍ତୁ ପେଟ୍ରୋଲ-ଡିଜେଲ, ପ୍ରତି ଲିଟର ପିଛା ବଢିଯିବ ଏତେ ଟଙ୍କା! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହୋଇଛି। ଏହା ବଜାରରେ ଆଶା ସୃଷ୍ଟି କରିଛି ଯେ ଗତ ତିନି…

ବଢୁଥିବା ପେଟ୍ରୋଲ-ଡିଜେଲ ଦର ଉପରେ ନିର୍ମଳା ସୀତାରାମନ୍‌ଙ୍କ ବଡ଼ ବୟାନ, କହିଲେ ଆଗକୁ…

ନୂଆଦିଲ୍ଲୀ, ୨୫।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ଦ୍ୱାରା ପ୍ରାୟ ୧…

ପ୍ରଶାସନର ଅବହେଳା, ଭତ୍ତା ପାଇଁ ୮୨ ବର୍ଷର ବୃଦ୍ଧା ମା’କୁ ଭାରରେ ବୋହିଲେ ପୁଅ

ବନ୍ତ,୨୫।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସମ୍ମୁଖରେ ସୋମବାର ମଧ୍ୟାହ୍ନରେ ଗଣଧାରଣାର ତୃତୀୟ ଦିନରେ ଏକ ଚକିତ ଘଟଣା ଦେଖିବାକୁ ମିଳିଛି…

ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ଦେବାଶିଷ! ଖୋଲାଖୋଲି ଭାବେ କହିଲେ ମୁଁ ଏହି ଦିଳକୁ ଯିବି…

ଭୁବନେଶ୍ୱର, ୨୫।୫: ବରିଷ୍ଠ ବିଜୁ ଜନତା ଦଳ ନେତା ଏବଂ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri