୧୪୭ କମନ କ୍ୟାଡର ଅଡିଟର ନିଯୁକ୍ତ

ଭୁବନେଶ୍ୱର,୯ା୯(ବ୍ୟୁରୋ): ଆମେ ମନେରଖିବା ଉଚିତ ଯେ ଆମ ଦରମାର ପ୍ରତ୍ୟେକ ମୁଦ୍ରା ଓ ଅନ୍ୟାନ୍ୟ ସୁବିଧା ରାଜ୍ୟର ଲୋକଙ୍କଠାରୁ ଆସୁଛି। ଅତ୍ୟନ୍ତ ସମୟାନୁବର୍ତ୍ତୀ, ଦାୟିତ୍ୱବାନ, କଠିନ ପରିଶ୍ରମ ଓ ନୂଆ ଜ୍ଞାନକୌଶଳକୁ ବ୍ୟବହାର କରି ନିଜର ସବୁଠାରୁ ଉତ୍ତମ ସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନଯୁକ୍ତ କମନ କ୍ୟାଡର ଅଡିଟରଙ୍କୁ ପରାମର୍ଶ ଦେଇଛନ୍ତି। ଗୁରୁବାର ଲୋକସେବା କନ୍‌ଭେନଶନ ହଲ୍‌ରେ ନବନିଯୁକ୍ତ ୧୪୭ ଜଣ କମନ କ୍ୟାଡର ଅଡିଟରଙ୍କୁ ନିଯୁକ୍ତିପତ୍ର ଦେବା ଏବଂ ଓରିଏଣ୍ଟେଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ପାଣ୍ଠିର ଉଚିତ ବିନିଯୋଗକୁ ସୁନିଶ୍ଚିତ କରିବା ନେଇ କାର୍ଯ୍ୟକରିବା ଦରକାର। ୫-ଟି ନୀତି ଅନୁଯାୟୀ ପ୍ରତ୍ୟେକ ସରକାରୀ ସେବାକୁ ଉଚ୍ଚକୋଟୀର କରାଯାଇଛି। ପ୍ରତ୍ୟେକ ସରକାରୀ କର୍ମଚାରୀ ଲୋକମାନଙ୍କ ସେବା ପାଇଁ କର୍ତ୍ତବ୍ୟନିଷ୍ଠ ଓ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗତ ଦୁଇ ଦଶନ୍ଧି ଧରି ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଛି। ଓଡ଼ିଶା ଦେଶର ଏକ ଦ୍ରୁତ ଅଭିବୃଦ୍ଧି ରାଜ୍ୟ ଭାବେ ଆଗେଇ ଚାଲିଛି। ଆର୍ଥିକ ଅଭିବୃଦ୍ଧି ସହିତ ଓଡ଼ିଶା ସୁଶାସନ ଓ ସର୍ବସାଧାରଣଙ୍କୁ ସେବା ଯୋଗାଇବା ଦିଗରେ ମଧ୍ୟ ଏକ ମଡେଲ ଭାବେ ଉଭା ହୋଇଛି। ଏହି ଅବସରରେ ଯୋଗଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ୫-ଟି ଓ ମୋ ସରକାର ରାଜ୍ୟର ଉତ୍ତମ ପ୍ରଶାସନର ଏକ ସଙ୍କେତ। ରାଜ୍ୟ ସରକାର ଜନସାଧାରଣଙ୍କ କଲ୍ୟାଣ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ଅଡିଟରମାନେ ଏହି ଅର୍ଥ କିପରି ସୁବିନିଯୋଗ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଆର୍ଥିକ ସୁପରିଚାଳନା ପାଇଁ ଓଡ଼ିଶା ଜଣାଶୁଣା। ଆର୍ଥିକ ନିୟମିତତା ଉପରେ ଅଡିଟରମାନେ ଧ୍ୟାନଦେବା ଦରକାର। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ ଅଡିଟରମାନଙ୍କ ସହ ଆଲୋଚନା କରିବା ସହ ସର୍ବସାଧାରଣଙ୍କ ଅର୍ଥ କିପରି ସୁବିନିଯୋଗ ହେଉ ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଧାରରେ ସ୍ବଚ୍ଛତା ବଜାୟ ରଖିବା ସହ ସର୍ବସାଧାରଣ ଖର୍ଚ୍ଚକୁ ଉଚିତ ମାର୍ଗରେ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ସଚିବ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?