ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ ଆଉ ୧୪୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଇଏଲ୍ଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ୨୪୯ଟି ସାମ୍ପଲର ଜିନମ୍ ସିକ୍ୟୁଏନ୍ସିଂରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାନୁୟାରୀ ୯ରୁ ୧୬ ମଧ୍ୟରେ ୨୪୯ ସାମ୍ପଲ ପଠାଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭କୁ ବୃଦ୍ଧି ପାଇଛି।