Posted inଜାତୀୟ

୧୧ ମାସରେ ୧୪୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ଶ୍ରୀନଗର,୨୫।୧୧: ଜମ୍ମୁ-କଶ୍ମୀରର ଏଲ୍‌ଓସିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ତଥାପି, ସୀମା ପାର୍‌ ଆତଙ୍କବାଦୀଙ୍କ ଅନୁପ୍ରବେଶ ଜାରି ରହିଛି। ଚଳିତ ବର୍ଷ ବିଭିନ୍ନ ଏନକାଉଣ୍ଟରରେ ଭାରତୀୟ ଯବାନଙ୍କ ଏନ୍‌କାଉଣ୍ଟରରେ ୧୪୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। କଶ୍ମୀର ଆଇଜିପି ବିଜୟ କୁମାର ଏସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷ ଏନକାଉଣ୍ଟରରେ ୨୦୭ ଆତଙ୍କବାଦୀ ନିହତ ହୋଇଥିଲେ।

ବୁଧବାର ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ’ରେଜିଷ୍ଟାନ୍ସ ଫ୍ରଣ୍ଟ’ର ଜଣେ ବରିଷ୍ଠ କମାଣ୍ଡରଙ୍କ ସମେତ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରାମବାଗ ଅଞ୍ଚଳରେ ଏକ ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଟୁଇଟ୍‌ କରି ସୂଚନା ପ୍ରଦାନ କରାଯାଇଛି। ନିହତ ଆତଙ୍କବାଦୀଙ୍କ ପରିଚୟ ଏବଂ ସେମାନେ ସମ୍ପୃକ୍ତ ଥିବା ସଂଗଠନ ନେଇ ତନ୍ତତ ଜାରି ରହିଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଟିଆରଏଫ କମାଣ୍ଡର ମେହେରାନ ୟାସିନ ଶାଲା ବୋଲି ଜଣାପଡିଛି।

ସିଆର୍‌ପିଏଫ୍‌ ଅଧିକାରୀଙ୍କ ଅନୁସାରେ ଚଳିତ ବର୍ଷ ଆତଙ୍କବାଦୀ ବିରୋଧୀ ଲଢ଼େଇରେ ୧୧ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌ ହୋଇଛନ୍ତି। ଗତ ସାତ ଦିନ ମଧ୍ୟରେ ୨୭ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରୁ ୧୩ ଜଣ ଛତିଶଗଡରୁ, ତିନିଜଣ ବିହାରରୁ ଏବଂ ୧୧ ଜଣ ଝାଡଖଣ୍ଡରୁ ଗିରଫ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

ଜଲନ୍ଧର,୩।୬: ଜଲନ୍ଧର ସହରରେ ୮ବର୍ଷର ନାବାଳିକା ସହ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ପିଟି ପଟି ମାରି ଦେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,...

ମହାମାରୀ ଲଢ଼େଇରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ନଡ୍ଡା…

ନୂଆଦିଲ୍ଲୀ,୭।୧୧: ଭାରତୀୟ ଜନତା ପାର୍ଟି ଭାଜପାର ଜାତୀୟ କାର୍ଯ୍ୟକାରିଣୀ ଦିଲ୍ଲୀରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଦଳର ରାଷ୍ଟ୍ରୀୟ...

ପାକ୍‌ ସେନା ଗୁଳିରେ ମହିଳା ମୃତ

ଶ୍ରୀନଗର,୨୫-୧୦ (ପି.ଟି.):ଏଲ୍‌ଓସି ଅନ୍ତର୍ଗତ ଜମ୍ମୁ-କଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନ ସେନାର ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସୈନ୍ୟଙ୍କ...

ଦିଲ୍ଲୀ ସାମ୍ପ୍ରଦାୟିକ ହିଂସା: ୧୩ ଧର୍ମସ୍ଥଳକୁ କରାଯାଇଥିଲା ଟାର୍ଗେଟ୍‌

ନୂଆଦିଲ୍ଲୀ, ୨୮।୬: ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ୧୩ ଧର୍ମସ୍ଥଳକୁ ଟାର୍ଗେଟ୍‌ କରାଯାଇଥିଲା। ସେଥିମଧ୍ୟରୁ ୧୧ଟି ଧର୍ମସ୍ଥଳ କ୍ଷତିଗ୍ରସ୍ତ ହୋଇଥିବା ଦିଲ୍ଲୀ ପୋଲିସ ବିଭାଗ ପକ୍ଷରୁ...

୧୦ହଜାର ଟଙ୍କା ପାଇଁ ପୋଲିସ ମଧ୍ୟରେ ଝଗଡା

ପାଟନା,୨୮।୨: ବିହାରର ବକ୍ସରରେ କିଛି ପୋଲିସ କର୍ମଚାରୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୧୦ ହଜାର ଟଙ୍କାକୁ ନେଇ ପୋଲିସ କର୍ମଚାରୀଙ୍କ ମଧ୍ୟରେ...

ଭାଇରସ ହେଉ ଅବା ଭ୍ୟାକ୍ସିନ ସବୁ ପରିସ୍ଥିତିର ସାମ୍ନା କରିବାକୁ ଦେଶ ପ୍ରସ୍ତୁତ: ମୋଦି

ନୂଆଦିଲ୍ଲୀ,୨୮ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନ୍ୟାଶନାଲ କ୍ରେଡିଟ ର୍କପ୍ସ(ଏନ୍‌ସିସି) କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର...

ଦାଦନଙ୍କ ଉପରୁ ମାମଲା ହଟାଅ

ନୂଆଦିଲ୍ଲୀ,୧୦ା୬: ଦାଦନ ଶ୍ରମିକଙ୍କ ବିରୋଧରେ ଲକ୍‌ଡାଉନ୍‌ ଉଲ୍ଲଂଘନ ଅଭିଯୋଗରେ ଦାଏର ହୋଇଥିବା ମାମଲାଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରତ୍ୟାହାର କରନ୍ତୁ। ପୋଲିସ ସେମାନଙ୍କ ସହ...

ମୁଜଫରପୁରରେ ଜୀବନ୍ତ ଦଗ୍ଧ ହୋଇଥିବା ପୀଡ଼ିତାଙ୍କ ମୃତ୍ୟୁ

ପାଟନା,୧୭।୧୨: ବିହାର ମୁଜଫରପୁରରେ ଜୀବନ୍ତ ଦଗ୍ଧ ହୋଇଥିବା ପୀଡିତାଙ୍କର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ପାଟନା ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...

Advertisement


Archives

Model This Week